ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଦେଶରେ ବଢୁଛି ଆତ୍ମହତ୍ୟା ପ୍ରବଣତା, ଓଡିଶାର ସ୍ଥିତି ଉଦବେଗଜନକ: ରିପୋର୍ଟ

10/01/2020 at 9:43 PM

ଭୁବନେଶ୍ୱର ୧୦।୧ : ଭାରତରେ ଆତ୍ମହତ୍ୟା ସଂଖ୍ୟା ବଢୁଛି । ପ୍ରତି ଏକ ଲକ୍ଷ ଜନ ସଂଖ୍ୟାରେ ୧୬ ଦଶମିକ ୫ ପ୍ରତିଶତ ଆତ୍ମହତ୍ୟା କରୁଛନ୍ତି । ଓଡିଶାରେ ମଧ୍ୟ ଆତ୍ମହତ୍ୟା ହାର ରହିଛି ଅଧିକ । ପିପୁଲ୍ସ ଫୋରମ ପକ୍ଷରୁ ଆୟୋଜିତ ଏକ କର୍ମଶାଳାରେ ଜାତୀୟ ଅପରାଧ ସଂରକ୍ଷଣ ବ୍ୟୁରୋ ରିପୋର୍ଟକୁ ପ୍ରକାଶ କରାଯାଇଛି ।

ରିପୋର୍ଟ ଅନୁସାରେ ଦକ୍ଷିଣ-ପୂର୍ବ ଏସିଆ ଜୋନରେ ସବୁଠାରୁ ଅଧିକ ଆତ୍ମହତ୍ୟା କରୁଛନ୍ତି ଭାରତରେ । ପ୍ରତି ଏକ ଲକ୍ଷ ଜନ ସଂଖ୍ୟାରେ ୧୬ ଦଶମିକ ୫ ପ୍ରତିଶତ ଆତ୍ମହତ୍ୟା କରୁଛନ୍ତି । ଅଧିକାଂଶ ମାନସିକ ଚାପଗ୍ରସ୍ତ ଏଭଳି ପଦକ୍ଷେପ ନେଉଛନ୍ତି । ଯୁବକ,ଯୁବତୀଙ୍କ କ୍ଷେତ୍ରରେ ଏହା ବେଶି ଦେଖିବାକୁ ମିଳୁଛି । ଜାତୀୟ ଅପରାଧ ସଂରକ୍ଷଣ ବ୍ୟୁରୋ ରିପୋର୍ଟ ଅନୁସାରେ ୧୫ ବର୍ଷ ବୟସରୁ ୨୯ ବର୍ଷ ବୟସର ଯୁବଗୋଷ୍ଠୀ ଆତ୍ମହତ୍ୟା କରୁଛନ୍ତି ।

ସେପଟେ ଓଡିଶାରେ ମଧ୍ୟ ଆତ୍ମହତ୍ୟା ହାର ଅଧିକ ରହିଛି । ୧୩ ବର୍ଷ ବୟସରୁ ୧୯ ବର୍ଷ ବୟସର ଯୁବକ,ଯୁବତୀ ଆତ୍ମହତ୍ୟା କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ହୋଇଥିବା ସର୍ଭେରୁ ଏହା ଜଣାପଡିଛି । ପିପୁଲ୍ସ ଫୋରମ ପକ୍ଷରୁ  ଭୁବନେଶ୍ୱରସ୍ଥିତ ଏକ ଘରୋଇ ହୋଟେଲରେ ‘ ଯୁବଗୋଷ୍ଠୀଙ୍କ ଆତ୍ମହତ୍ୟା ପ୍ରବୃତି ’ କୁ ନେଇ ଜାତୀୟ କର୍ମଶାଳା ଆୟୋଜନ କରାଯାଇଥିଲା। ଯୁବଗୋଷ୍ଠୀ କିପରି ଆତ୍ମହତ୍ୟାରୁ ନିବୃତ ହେବେ । ସେ ଦିଗରରେ କିପରି କାଉନସେଲିଂ କରାଯିବ । ଏହାକୁ ନେଇ କର୍ମଶାଳାରେ ମତ ପ୍ରକାଶ ପାଇଥିଲା ।

କାହିଁକି ଆତ୍ମହତ୍ୟା ସଂଖ୍ୟା ବଢୁଛି । ଏହା ପଛର କାରଣ କ’ଣ ? କିପରି ଏହାକୁ ରୋକାଯାଇ ପାରିବ । ଏ ଦିଗରେ ପିପୁଲ୍ସ ଫୋରମ ପକ୍ଷରୁ ସମାଜିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ବିଭିନ୍ନ ଫୋରମରେ ଏହାକୁ ନେଇ କର୍ମଶାଳା କରାଯିବ । ସମାଜିକ କର୍ମୀଙ୍କ ସହଯୋଗରେ ଏହାକୁ କିଭଳି ରୋକାଯାଇ ପାରିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି ପିପୁଲ୍ସ ଫୋରମ ପକ୍ଷରୁ କୁହାଯାଇଛି ।

   Related Posts