krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୁଇସାଇଡ୍ ପ୍ଲାଣ୍ଟ; ଛୁଇଁଲେ ଚାଲିଯାଏ ଜୀବନ, ଜାଣନ୍ତୁ ଏହି ଗଛ ବିଷୟରେ ?

19/11/2023 at 12:19 PM

ନୂଆଦିଲ୍ଲୀ ୧୯।୧୧: ଦୁନିଆରେ ଅନେକ ଗଛ ରହିଛି । ଯାହାର ରହିଛି ଔଷଧୀୟ ଗୁଣ । ଏହା ଆମ ଶରୀର ପାଇଁ ବହୁତ ଲାଭଦାୟୀ । କିନ୍ତୁ ଦୁନିଆରେ ଏପରି ଅନେକ ବିଷାକ୍ତ ଗଛ ରହିଛି ଯାହାର ସ୍ପର୍ଶ ମାତ୍ରେ ମଣିଷର ମୃତ୍ୟୁ ହେବା ସୁନିଶ୍ଚିତ। ଏପରି ଏକ ଗଛ ହେଉଛି ଜିମ୍ପାଇ-ଜିମ୍ପାଇ । ଏହାର ବୈଜ୍ଞାନିକ ନାଁ ହେଉଛି ଡେଡ୍ରୋକ୍‌ନାଇଡ୍‌ ମୋରୋଇଡ୍‌ସ୍‌ ।

 ସାଧାରଣତଃ ଅଷ୍ଟ୍ରେଲିଆରେ ବଢୁଥିବା ଏହି ଗଛକୁ ଛୁଇଁଲେ ମଣିଷର ମୃତ୍ୟୁ ସୁନିଶ୍ଚିତ । ଏହାର ପତ୍ରକୁ ଛୁଇଁଲେ ଏତେ ଯନ୍ତ୍ରଣା ହୁଏ ଯେ ଲୋକମାନେ ଆତ୍ମହତ୍ୟା କରିବାକୁ ଚାହାଁନ୍ତି । ସେଥିପାଇଁ ଏହାକୁ ସୁଇସାଇଡ୍ ପ୍ଲାଣ୍ଟ ମଧ୍ୟ କୁହାଯାଏ । ବାସ୍ତବରେ ଏହି ଗଛର ମୂଳ ଏବଂ ପତ୍ରରେ ଅନେକ ମାତ୍ରାରେ କଣ୍ଟା ଭରି ରହିଥାଏ  । ଯାହା ଦେଖିବାକୁ କୌଣସି ବିଛା ଭଳି ଦେଖାଯାଏ।

ଯେତେବେଳେ କେହି ଏହି ଗଛକୁ ସ୍ପର୍ଶ କରିବେ, ସେତେବେଳେ ଗଛରେ ଥିବା କଣ୍ଟା ଶରୀରରେ ଲାଗିଯାଇଥାଏ । ଆଉ ଏହି ଯନ୍ତ୍ରଣା ମାସ ମାସ ଧରି ରହିଥାଏ । ସବୁଠାରୁ ବଡ଼ କଥା ହେଉଛି ଏହି ଗଛ ଦ୍ବାରା ହେଉଥିବା ଯନ୍ତ୍ରଣା କିଛି ଘଣ୍ଟାରୁ ନେଇ ଅନେକ ମାସ ପର୍ଯ୍ୟନ୍ତ ରହିପାରେ ।

କୁହାଯାଏ ଥରେ ଜଣେ ବ୍ୟକ୍ତି ଏହି ଗଛର ପତ୍ରକୁ ଟଏଲେଟ ପେପର ଭାବେ ବ୍ୟବହାର କରିଥିଲେ ପରେ ତାଙ୍କୁ ଏତେ ଅଧିକ କଷ୍ଟ ହୋଇଥିଲା ଯେ ସେ ସହି ପାରିନଥିଲେ ଏବଂ ନିଜେ ନିଜର ଜୀବନ ନେଇଥିଲ। ଏଥିପାଇଁ ବିଷାକ୍ତ ଗଛ ଠାରୁ ଦୂରେଇ ରହିବା ଉଚିତ୍‌।

You Can Read:

   Related Posts