ଝିଅ ଆତ୍ମହତ୍ୟାର ଦିନକ ପରେ ମା'ର ଆତ୍ମହତ୍ୟା !

Published By : Prameya-News7 Bureau | June 29, 2018 IST

ଝିଅ ଆତ୍ମହତ୍ୟାର ଦିନକ ପରେ ମା'ର ଆତ୍ମହତ୍ୟା । ବଡବିଲ ଥାନା ଅନ୍ତର୍ଗତ ବାଖଲ ହଟିଂ ସ୍ଥିତି ମହାରଣା ସାହିରେ ଅଭାବନୀୟ ଘଟଣା । ଘରେ କେହି ନଥିବା ବେଳେ ଗତ ୨୭ ତାରିଖ ଦିନ ପେଣ୍ଡି ମୁଣ୍ଡାଙ୍କ ନାବାଳିକା ଝିଅ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଝିଅର ଆତ୍ମହତ୍ୟା ପରେ ପୁରା ଭାଙ୍ଗି ପଡିଥିଲେ ମା ପେଣ୍ଡି ମୁଣ୍ଡା । ଆଉ ଆଜି ମା ପେଣ୍ଡି ମୁଣ୍ଡା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମା, ଝିଅଙ୍କ ମୃତ୍ୟୁର କରାଣ ଜମାପଡିନଥିବା ବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ମୃତକଙ୍କ ସ୍ବାମୀ ଭୀମ ବାହାଦୁର ଟିପର ଚଳାନ୍ତି । ତାଙ୍କ ୪ ବର୍ଷର ପୁଅ ମଧ୍ୟ ଅଛି । ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.