ଘରୋଇ କଳିରୁ ଆତ୍ମହତ୍ୟା ! ଗଛରେ ଝୁଲିପଡିଲେ ରାକେଶ

Published By : Prameya-News7 Bureau | March 05, 2024 IST

ଆଠମଲ୍ଲିକ ୦୫।୦୩ : ଘରୋଇ କଳିରୁ ଯୁବକଙ୍କ ଆତ୍ମହତ୍ୟା । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ରାଜିଙ୍ଗ ଗାଁରେ ଘଟିଛି ଘଟଣା । ମୃତକ ହେଲେ ସେହି ଗାଁର ରାକେଶ ବିଶ୍ବାଳ ।

wp:embed {"url":"https://www.prameyanews7.com/lady-murder-accused-arrested-by-crri-police-in-cuttack/","type":"wp-embed","providerNameSlug":"prameya-news-7"}
https://www.prameyanews7.com/lady-murder-accused-arrested-by-crri-police-in-cuttack/
/wp:embed

ଖବର ଅନୁଯାୟୀ, ମଙ୍ଗଳବାର ସକାଳୁ ରାକେଶ ଜଙ୍ଗଲକୁ ଯାଉଥିବାର ଲୋକ ଦେଖିଥିଲେ । ଘରକୁ ନଫେରିବାରୁ ଲୋକ ସନ୍ଦେହରେ ଜଙ୍ଗଲକୁ ଯାଇଥିଲେ ।  ଜଙ୍ଗଲରେ ସ୍କୁଟିକୁ ଏକ ଗଛ କଡ଼ରେ ଛିଡା କରାଇ ଦେଇ ରଶି ସାହାୟତାରେ ରାକେଶ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି । ତେବେ ଆତ୍ମହତ୍ୟାର ସଠିକ କାରଣ ଏବେ ଯାଏଁ ଜଣାପଡିନାହିଁ । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ । ଆଠମଲ୍ଲିକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

wp:embed {"url":"https://www.prameyanews7.com/prayaskanti-in-bhubaneswar-ed-office/","type":"wp-embed","providerNameSlug":"prameya-news-7"}
https://www.prameyanews7.com/prayaskanti-in-bhubaneswar-ed-office/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.