suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ଦୁବାଇ ଫେରନ୍ତା ଫେଡେଏକ୍ସ ବିମାନରେ ପକ୍ଷୀମାଡ଼ ହେବା ପରେ ଦିଲ୍ଲୀ ବିମାନବନ୍ଦରରେ ଏମାର୍ଜେନ୍ସି ଘୋଷଣା
  • ||
  • ଭାରତ ଯୋଡ଼ୋ ଯାତ୍ରାରେ RSSରୁ ଏକ ବିଂଶ ଶତାବ୍ଦୀର କୌରବ ବୋଲି କହିଥିବାରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଉ ଏକ ମାନହାନୀ ମାମଲା ରୁଜୁ, ଏପ୍ରିଲ ୧୨ରେ ଶୁଣାଣି
  • ||
  • ହାଇଦ୍ରାବାଦରେ ରାମନବମୀ ରାଲିରେ ବିବାଦୀୟ ବୟାନ ଅଭିଯୋଗରେ ନିଲମ୍ବିତ ବିଜେପି ବିଧାୟକ ଟି.ରାଜା ସିଂହଙ୍କ ବିରୋଧରେ ମାମଲା ରୁଜୁ
  • ||
  • ସମ୍ବଲପୁର : ବିଶାଳଖିଣ୍ଡା କେନାଲରେ ଗାଡି ଓଲଟି ୭ଜଣଙ୍କ ମୃତ୍ୟୁ : ଘଟଣାସ୍ଥଳରେ ଏକ୍ସପର୍ଟ ଟିମ୍‌ର ତଦନ୍ତ
  • ||
  • ଭୁବନେଶ୍ବର : ପ୍ଲାଷ୍ଟିକ୍ ବ୍ୟବହାର ନେଇ ୟୁନିଟ୍ ୧ ମାର୍କେଟ୍‌ରେ ବିଏମ୍‌ସି ଚଢଉ, ୩ଟି ହୋଲସେଲ୍ ଦୋକାନ ସିଲ୍
  • ||
  • ଟାଙ୍ଗୀ : ଟ୍ୟୁସନ୍ କରିବାକୁ ଯାଇ ୪ ମାସର ଗର୍ଭବତୀ ୧୨ ବର୍ଷର ନାବାଳିକା ! ଅଭିଯୁକ୍ତ ଅଟକ
  • ||
  • ବାଙ୍କୀ : ପଶ୍ଚିମା ଝଡ ପ୍ରଭାବ : ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ନବନିର୍ମିତ ଦର୍ଶକ ଗ୍ୟାଲେରୀ
  • ||
  • ଭୁବନେଶ୍ବର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡିବ
  • ||
  • ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
  • ||

ପାକିସ୍ତାନୀ ପୁଲିସ ଉପରେ ପୁଣି ଆତଙ୍କବାଦୀ ଆକ୍ରମଣ; ଆତ୍ମଘାତୀ ବିସ୍ଫୋରଣରେ ୯ ମୃତ

6/03/2023 at 1:40 PM

ଇସ୍‌ଲାମାବାଦ: ପାକିସ୍ତାନ ପୁଲିସ ଉପରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ। ମଟରସାଇକେଲ୍‌ ନେଇ ପୁଲିସ ଟ୍ରକ୍‌ ଭିତରେ ପଶିଗଲା ଆତ୍ମଘାତୀ ଆକ୍ରମଣକାରୀ। ଭୟଙ୍କର ବିସ୍ଫୋରଣରେ ୯ ପୁଲିସ କର୍ମୀଙ୍କର ମୃତ୍ୟୁ ହୋଇଛି।ସୋମବାର ଦକ୍ଷିଣପଶ୍ଚିମ ପାକିସ୍ତାନରେ ଏହି ବିସ୍ଫୋରଣ ହୋଇଥିବା ପାକ୍ ପୁଲିସ ପ୍ରବକ୍ତା ସୂଚନା ଦେଇଛନ୍ତି।

ପ୍ରବକ୍ତା ମେହେମୁଦ ଖାନ ନୋତିଜାଇଙ୍କ ସୂଚନା ଅନୁସାରେ, ବଲୋଚିସ୍ତାନ ରାଜ୍ୟର ରାଜଧାନୀ କ୍ୱେଟା ଠାରୁ ୧୬୦ କିମି ଦୂରରେ ଥିବା ସିବ୍ବୀ ସହରରେ ଏହି ବିସ୍ଫୋରଣ ହୋଇଛି। ଏହି ଆକ୍ରମଣରେ ୭ ପୁଲିସକର୍ମୀ ଆହତ ହୋଇଛନ୍ତି ବୋଲି ଚିକିତ୍ସା କରୁଥିବା ହସ୍‌ପିଟାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଆକ୍ରମଣରେ କୌଣସି ଆତଙ୍କବାଦୀ ସଂଗଠନ ବର୍ତ୍ତମାନ ସୁଧା ନିଜକୁ ଦାୟୀ କରି ନାହାନ୍ତି।  

ସୂଚନା ଥାଉକି ପାକିସ୍ତାନର ବୋଲୋଚିସ୍ତାନ ଗରିଲା ଫାଇଟରମାନେ ଦୀର୍ଘ ଦଶନ୍ଧୀ ଧରି ପାକିସ୍ତାନ ସରକାର ସହ ଲଢ଼େଇ ଜାରି ରଖିଛନ୍ତି। ବଲୋଚିସ୍ତାନର ପ୍ରାକୃତିକ ସମ୍ପଦକୁ ପାକିସ୍ତାନ ସରକାର ଶୋଷଣ କରୁଛନ୍ତି ବୋଲି ସେମାନଙ୍କର ଅଭିଯୋଗ ରହିଛି। ବଲୋଚିସ୍ତାନର ପ୍ରାକୃତିକ ସମ୍ପଦକୁ ଲୁଟ୍ କରି ସେଠାକାର ଲୋକଙ୍କୁ ଅଣଦେଖା କରାଯାଉଛି ବୋଲି ଲୋକେ ଅଭିଯୋଗ କରିଆସୁଛନ୍ତି।   

ଏହା ପୂର୍ବରୁ ୩୧ ଜାନୁଆରୀ ୨୦୨୩ରେ ପାକିସ୍ତାନର ଉତ୍ତରପଶ୍ଚିମାଞ୍ଚଳ ପେଶାୱାର୍‌ ହାଇ ସକ୍ୟୁରିଟି ଜୋନ୍‌ରେ ଥିବା ଏକ ମସ୍‌ଜିଦ୍‌ରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ତାଲିବାନର ଜଣେ ଆତ୍ମଘାତି ଆତଙ୍କବାଦୀ ହେଲ୍‌ମେଟ୍ ପିନ୍ଧି ମ୍‌ସିଜିଦ୍‌ ଭିତରକୁ ପଶିଯାଇ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା। ଏଥିରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିଲା। ୧୫୦ରୁ ଅଧିକ ଆହତ ହୋଇଥିଲେ। ଏଥିରେ ଅଧିଂକାଶ ପୁଲିସ କର୍ମୀ ଥିଲେ। ପାକିସ୍ତାନ ପୁଲିସ ଉପରେ ରାଗ ସୁଝାଇବାକୁ ଯାଇ ଏହି ଆକ୍ରମଣ କରିଥିଲେ ଆତଙ୍କବାଦୀ। ପାକିସ୍ତାନ ପୁଲିସ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା। ତେବେ ଏହି ଦୁର୍ଘଟଣା ପୂରା ଦେଶକୁ ଦୋହଲାଇ ଦେଇଥିଲା।  

ଏହାପରେ ଫେବ୍ରୁଆର ୫ ତାରିଖରେ କ୍ୱେଟା ସହରର ଏଫ୍‌ସି ମୁସା ଚେକ୍‌ପଏଣ୍ଟ ନିକଟରେ ଏହି ବିସ୍ଫୋରଣ ହୋଇଥିଲା। ଏଥିରେ ୫ ଜଣ ଆହତ ହୋଇଥିଲେ। ପୁଣି ଫେବ୍ରୁଆରୀ ୧୭ ତାରିଖରେ ପାକିସ୍ତାନ କରାଚୀ ପୁଲିସ ମୁଖ୍ୟଙ୍କ ଅଫିସ୍‌ରେ ଆତଙ୍କବାଦୀଙ୍କ ଆକ୍ରମଣ କରିଥିଲେ। କରାଚୀର ଶରିଆ ଫୈଜଲରେ ଥିବା ପୁଲିସ ମୁଖ୍ୟଙ୍କ ଅଫିସ୍‌ରେ ୮ ରୁ ୧୦ ଆତଙ୍କବାଦୀ ପଶି ପୁଲିସଙ୍କୁ ବନ୍ଧକ ରଖିଥିଲେ।  

   Related Posts