ନୂଆଦିଲ୍ଲୀ: ଭାରତର ବ୍ୟାଡ୍ମିଣ୍ଟନ ଖେଳାଳି ସୁହାସ ଏଲ୍ ୟଥିରାଜଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ବ୍ୟାଡ୍ମିଣ୍ଟନ ପୁରୁଷ ଏକକ ଏସ୍ଏଲ୍ ୪ ଫାଇନାଲ୍ରେ ଫ୍ରାନ୍ସ ଖେଳାଳି ଲୁକାସ ମାଜୁରଙ୍କଠାରୁ ୯-୨୧, ୧୩-୨୧ରେ ପରାଜିତ ହୋଇଛନ୍ତି । ୪୧ ବର୍ଷୀୟ ସୁହାସଙ୍କୁ ଟୋକିଓ ଅଲିମ୍ପିକ୍ସରେ ବି ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।
ପ୍ୟାରିସ ପାରା ଅଲିମ୍ପିକ୍ସରେ ବ୍ୟାଡ୍ମିଣ୍ଟନରେ ଭାରତକୁ ଚତୁର୍ଥ ପଦକ ମିଳିଛି । ଏହା ପୂର୍ବରୁ ନୀତେଶ କୁମାର ସ୍ୱର୍ଣ୍ଣ ଜିତିଥିଲେ । ଥୁଲାସିମଥି ମୁରୁଗେସନ ରୌପ୍ୟ ଏବଂ ମନୀଷ ରାମଦାସ କାଂସ୍ୟ ପଦକ ଜିତିଥିଲେ । ସୁହାସଙ୍କ ପଦକ ବିଜୟ ସହ ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଖେଳରେ ଭାରତର ପଦକ ସଂଖ୍ୟା ଏବେ ୧୨ ହୋଇଛି । ଭାରତ ଏବେ ସୁଦ୍ଧା ୨ଟି ସ୍ୱର୍ଣ୍ଣ, ପାଞ୍ଚ ରୌପ୍ୟ ଏବଂ ପାଞ୍ଚ ବ୍ରୋଞ୍ଜ ଜିତିଛି ।
Medal No. 1⃣2⃣ for India at the Paris Paralympics.
— Doordarshan Sports (@ddsportschannel) September 2, 2024
Heartbreaking loss for India's Suhas Lalinakere Yathiraj in the Men's Singles SL4 final at the 2024 Paralympics, as he fell to Lucas Mazur of France in straight sets, 21-9, 21-13.#Paralympics #Badminton @mansukhmandviya… pic.twitter.com/tL4rXAdH8c
ସୁହାସ ଏଲ୍ ୟଥିରାଜ ଉତ୍ତର ପ୍ରଦେଶ କ୍ୟାଡରର ଆଇଏଏସ୍ ଅଧିକାରୀ । ବର୍ତ୍ତମାନ ସେ ଉତ୍ତର ପ୍ରଦେଶର ସରକାରରେ ଯୁବ କଲ୍ୟାଣ ଏବଂ ପ୍ରାନ୍ତୀୟ ରକ୍ଷକ ଦଳର ସଚିବ ଏବଂ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି । ସୁହାସ ଗୌତମ ବୁଦ୍ଧ ନଗର ଏବଂ ପ୍ରୟାଗରାଜରେ ଡିଏମ୍ ଭାବେ ସେବା ଦେଇସାରିଛନ୍ତି । କର୍ଣ୍ଣାଟକର ଶିଗୋମାରେ ଜନ୍ମିତ ସୁହାସ ନିଜ ଭାଗ୍ୟକୁ ନିଜ ହାତରେ ଲେଖିଛନ୍ତି ।