କିଙ୍ଗ ଖାନଙ୍କ ଝିଅ ସୁହାନାଙ୍କ ଫିଲ୍ମର ଫାଷ୍ଟ ଲୁକ୍ ଆସିଲା ସାମ୍ନାକୁ
14/06/2019 at 4:20 PM

ମୁମ୍ବାଇ୧୪|୬: ବଲିଉଡ୍ରେ ପପୁଲାର ଷ୍ଟାର୍ ମଧ୍ୟରୁ ଜଣେ ହେଉଛନ୍ତି କିଂଗ ଖାନ ଶାହାରୁଖ୍ ଖାନ୍ଙ୍କ ଝିଅ ସୁହାନା ଖାନ୍। ପରିଧାନ ଶୈଳୀଠୁ ଆରମ୍ଭ କରି ନିଜର ବ୍ୟକ୍ତିଗତ ଜୀବନ ଯାଏଁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ତାଙ୍କ ଲୋକପ୍ରିୟତା ପାଇଁ ସେ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରୁହନ୍ତି । ସୋସିଆଲ୍ ମିଡିଆରେ ତାଙ୍କର ଫ୍ୟାନ୍ ଫଲୋଇଙ୍ଗ୍ କିଛି କମ୍ ନାହାନ୍ତି। ଦର୍ଶକ ସୁହାନା ଖାନଙ୍କ ଫଟୋ ଦେଖିବା ମଧ୍ୟ ବହୁତ ପସନ୍ଦ କରନ୍ତି। ତେବେ ତାଙ୍କ ଫ୍ୟାନଙ୍କ ପାଇଁ ଏକ ଖୁସି ଖବର ଯେ, ସୁହାନାଙ୍କୁ ସେ ଖୁବ୍ ଶୀଘ୍ର ପରଦାରେ ଦେଖିବାକୁ ଯାଉଛନ୍ତି। ଆମେରିକାରେ ଫିଲ୍ମ ଏବଂ ଥିଏଟର୍ ବିଷୟରେ ପାଠ ପଢୁଥିବା ସୁହାନା ବାପାଙ୍କ ଭଳି ମଧ୍ୟ ଅଭିନୟ ଜଗତରେ ପାଦ ଦେଇଛନ୍ତି।

ରିପୋର୍ଟ ଅନୁସାରେ ଶାହାରୁଖ୍ଙ୍କ ଝିଅ ସୁହାନା ଖୁବ୍ ଶୀଘ୍ର ଏକ ସର୍ଟ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବେ। କିଛି ଦିନ ହେବ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋରେ ସୁହାନା ଏକ କାର୍ ସିଟ୍ରେ ବସିଥିବାର ଦେଖାଯାଉଛନ୍ତି। ସୂଚନାଯୋଗ୍ୟ ଯେ, ସେ ଏକ ସର୍ଟ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ସୁହାନାଙ୍କ ଫ୍ୟାନ୍ ପେଜ୍ରେଏହି ଫଟୋ ଶେଆର୍ କରାଯାଇଛି। ଏହି ଫିଲ୍ମ ତାଙ୍କ ସ୍କୁଲ୍ ସାଙ୍ଗ ମିଶି ତିଆରି କରୁଛନ୍ତି। ଅନ୍ୟ କିଛି ଫଟୋରେ ସୁହାନା ତାଙ୍କ ସାଙ୍ଗମାନଙ୍କ ସହ ଶୁଟିଂ କରୁଥିବାର ଦେଖାଯାଇଥିଲେ। ପଢ଼ୁଛନ୍ତି।

ସୁହାନାଙ୍କ ଜଣେ ସାଙ୍ଗ ଏକ ସାକ୍ଷାତକାରରେ କହିଥିଲେ ଯେ, ‘ମାଇଁ ନେମ୍ ଇଜ୍ ଖାନ୍’ ଫିଲ୍ମରେ ଅଭିନୟ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥାନ୍ତେ। କିନ୍ତୁ କରନ୍ ଜୋହର୍ଙ୍କ ପାଇଁ ଏହା ସମ୍ଭବ ହୋଇପାରି ନଥିଲା।କିଛି ଦିନ ପୂର୍ବରୁ ସୁହାନାଙ୍କର ଏକ ଡ୍ୟାନ୍ସ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଏହି ଭିଡିଓ ପାଇଁ ସେ ଟ୍ରୋଲ୍ ମଧ୍ୟ ହୋଇଥିଲେ। ତାଙ୍କ ପୋଷାକ ପାଇଁ କିଛି ୟୁଜର୍ସ ଏହି ଫଟୋରେ ଖରାପ କମେଣ୍ଟ ଦେଇଥିଲେ। କିନ୍ତୁ ଏସବୁ କଥା ସୁହାନାଙ୍କ ଉପରେ କୌଣସି ପ୍ରଭାବ ପକାଏ ନାହିଁ ବୋଲି ସେ ନିଜେ ଏକ ସାକ୍ଷାତକାରରେ କହିଥିଲେ।