ଆର୍ଯ୍ୟନ୍‌ ପରେ ସାମ୍ନାକୁ ଆସିଲା ସୁହାନାଙ୍କ ଡେଟିଂ ଫଟୋ, ଅଗସ୍ତ୍ୟ ସହ ହେଲେ ସ୍ପଟ୍‌

Published By : Prameya-News7 Bureau | January 05, 2023 IST

ମୁମ୍ଵାଇ ୦୫।୦୧: ବିଟାଉନ୍‌ରେ ଆଫେୟାର୍ସ, ରିଲେଶନସିପ୍‌, ପ୍ରେମ, ଧୋକ୍କା, ବିବାହ ୨୦୨୩ର ଟ୍ରେଣ୍ଡିଂ ଟପିକ୍‌ ରହିବ । ବର୍ଷ ଆରମ୍ଭରୁ ବିବାହ ଖବର ସାମ୍ନାକୁ ଆସୁଥିବା ବେଳେ ଆର୍ଯ୍ୟନଙ୍କ ନାମ ନୋରାଙ୍କ ସହ ଯୋଡାଯାଇଛି।  ଏବେ ଶାହାରୁଖଙ୍କ ଲାଡଲୀ ସୁହାନାକୁ ନେଇ ବଡ ଖବର ସାମ୍ନାକୁ ଆସିଛି।

ରିତୁ ନନ୍ଦାର ନାତି -

ଖବର ଅଛି ଯେ ଶାହରୁଖ ଖାନଙ୍କ ଅଲିଅଳି ସୁହାନା ଖାନ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କୁ ଡେଟ କରୁଛନ୍ତି। କହିବାକୁ ଗଲେ ଦୁହେଁ ଦି ଆର୍ଚିଜରେ ଏକାଠି କାମ କରିବାକୁ ଯାଉଛନ୍ତି। ନିକଟରେ କପୁର ପରିବାର ଏକ ଖ୍ରୀଷ୍ଟମାସ ପାର୍ଟିର ଆୟୋଜନ କରିଥିଲେ ଯେଉଁଠାରେ ଅଗସ୍ତ୍ୟ ନନ୍ଦା ଏବଂ ସୁହାନା ଖାନଙ୍କୁ ଦେଖିବାକୁ ମିଳିଥିଲା ​​। ଅଗସ୍ତ୍ୟ ରାଜ କପୁରଙ୍କ ଝିଅ ରିତୁ ନନ୍ଦାଙ୍କ ନାତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଗସ୍ତ୍ୟ ସୁହାନାଙ୍କୁ ତାଙ୍କ ପରିବାର ସହିତ ପରିଚିତ କରାଇଛନ୍ତି। କୁହାଯାଉଛି ଉଭୟଙ୍କ ପ୍ରେମ କାହାଣୀ ଦି ଆର୍ଚିଜ ସେଟ୍ ରୁ ଆରମ୍ଭ ହୋଇଥିଲା । ଏଭଳି ପରିସ୍ଥିତିରେ ଉଭୟଙ୍କ ବନ୍ଧନ ଧୀରେ ଧୀରେ ମଜବୁତ ହେଉଛି। ଆହୁରି ମଧ୍ୟ ଖବର ଅଛି ଯେ ଉଭୟ ଖୁବ୍ ଶୀଘ୍ର ସେମାନଙ୍କ ସମ୍ପର୍କକୁ ଅଫିସିଆଲ୍ କରିବେ। ଏହା ସହିତ ଅଗସ୍ତ୍ୟଙ୍କ ମା ଶ୍ୱେତା ମଧ୍ୟ ଏହି ସମ୍ପର୍କ ପାଇଁ ହଁ କହିଛନ୍ତି। ଉଭୟଙ୍କ MMS ଲିକ୍ ହେବା ପରେ ଏହି ଖବର ତୀବ୍ର ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.