ମହଙ୍ଗା ହେବ ଚିନି; ଉତ୍ପାଦନରେ ହ୍ରାସ ଆଶଙ୍କା, ଚୋକୋଲେଟ, ବିସ୍କୁଟ୍ ଓ ମିଠା ସାମଗ୍ରୀର ମୂଲ୍ୟ ବି ବଢ଼ିପାରେ

Published By : Prameya-News7 Bureau | May 11, 2023 IST

ନୂଆଦିଲ୍ଲୀ:  ମହଙ୍ଗା ହେବ ଚିନି। ଉତ୍ପାଦନ ହ୍ରାସ ପାଇବା ନେଇ ଆଶଙ୍କା ଉପୁଜିବା ପରେ ଏବେ ଏହି ଚିନ୍ତା ଖାଉଟି ବ୍ୟସ୍ତ କରିଛି। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଚିନି ଉତ୍ପାଦନ ୯ ପ୍ରତିଶତ ହ୍ରାସ ପାଇବ ବୋଲି ନ୍ୟାସନାଲ ଫେଡେରେସନ ଅଫ୍ କୋଅପରେଟିଭ୍ ସୁଗାର ଫେଡେରେସନ(NFCSF) କହିଛି।

ଗତବର୍ଷ ୩.୫୯ କୋଟି ଟନ ଚିନି ଉତ୍ପାଦନ ହୋଇଥିଲା। ହେଲେ ଚଳିତ ବର୍ଷ ୩.୨୭ କୋଟି ଟନ ଉତ୍ପାଦନ ହେବ ବୋଲି NFCSF କହିଛି। ତେବେ ପୂର୍ବରୁ ୩.୫୫ କୋଟି ଟନ ଉତ୍ପାଦନ ହେବ ବୋଲି ଅନୁମାନ କରାଯାଇଥିଲା। କିନ୍ତୁ ଚିନି କଳର କାର୍ଯ୍ୟକ୍ଷମତା ଓ କଞ୍ଚାମାଲର ଅନ୍ୟତ୍ର ବ୍ୟବହାରକୁ ଦୃଷ୍ଟିରେ ରଖି ଉତ୍ପାଦନ ହ୍ରାସ ହେବ ବୋଲି ଏନ୍‌ଏଫ୍‌ସିଏସ୍‌ଏଫ୍‌ ଅନୁମାନ କରିଛି।

Sugar prices to surge as supplies dwindle | Mint

ଚଳିତ ସିଜନରେ ଚିନି ଉତ୍ପାଦନ ୨୦୨୧-୨୨ ତୁଳନାରେ ୯ ପ୍ରତିଶତ କମ୍ ରହିବ ବୋଲି ଅନୁମାନ କରାଯାଉଛି। ୨୦୨୧-୨୨ରେ ୩.୫୯ କୋଟି ଟନ ଚିନି ଉତ୍ପାଦନ ହୋଇଥିଲା। ଏନ୍‌ଏଫ୍‌ସିଏସ୍‌ଏଫ୍‌ର ସୂଚନା ଅନୁସାରେ, ଏପ୍ରିଲ ୩୦ ସୁଦ୍ଧା ଦେଶରେ ପାଖାପାଖି ୫୩୧ ଚିନି କଳରେ ମୋଟ ୨୦.୩ ଲକ୍ଷ ଟନ ଚିନି ଉତ୍ପାଦନ କରିଛି। ୫୨ ମିଲ୍‌ରୁ ଏବେ ୬୭ ମିଲ୍ ଚାଲୁଛି।  

ଏନ୍‌ଏଫ୍‌ସିଏସ୍‌ଏଫ୍‌ର ଅଧ୍ୟକ୍ଷ ଜୟପ୍ରକାଶ ଦାଣ୍ଡେଗାଓଁକରଙ୍କ କହିବା ଅନୁସାରେ, ବର୍ତ୍ତମାନ ସ୍ଥିତିକୁ ଦେଖିଲେ ମେ ମାସ ଶେଷ ସୁଦ୍ଧା ଚିନ ପାଖାପାଖି ୩.୨୭ କୋଟି ଟନ୍ ଉତ୍ପାଦନ ହେବ ବୋଲି ଅନୁମାନ କରାଯାଉଛି। ଏହା ବାଦ ୪୫ ଲକ୍ଷ ଟନ ଚିନି ଶିରା ଇଥାନଲ ଉତ୍ପାଦନରେ ବ୍ୟବହାର କରାଯିବ ବୋଲି ଦାଣ୍ଡେଗାଓଁକର ସୂଚନା ଦେଇଛନ୍ତି।  

Added Sugar | The Nutrition Source | Harvard T.H. Chan School of Public  Health

ଚିନି ଉତ୍ପାଦନ ହ୍ରାସ ହେବାର ଅନୁମାନ କରାଯାଇଥିବା ବେଳେ ଏବେଠୁ ଏହାର ମୂଲ୍ୟ ବଢିଲାଣି। ଗତ ମାସ ଅପେକ୍ଷା ଚିନି ମୂଲ୍ୟରେ ୧.୫୦ ଟଙ୍କା ବୃଦ୍ଧି ପାଇଛି। ମାସକ ପୂର୍ବରୁ ଚିନି ୪୧ ଟଙ୍କା ଥିବା ବେଳେ ଏବେ ୪୨.୫୦ ଟଙ୍କା ହୋଇଛି। ସେହିପରି ଖୁଚୁରା ବଜାରରେ ବି ଚିନି ମୂଲ୍ୟ ବଢ଼ିଛି।

ଚିନି ମୂଲ୍ୟ ବଢ଼ିଲେ ଏହାର ପ୍ରଭାବ ତତ୍‌ ସମ୍ପର୍କିତ ସାମଗ୍ରୀ ଉପରେ ପଡ଼ିବ। ଫଳରେ ବିସ୍କୁଟ, ଚୋକୋଲେଟ, କୋଲ୍ଡଡ ଡ୍ରିଙ୍ଗ୍ସ, ମିଠା ଭଳି ସାମଗ୍ରୀର ମୂଲ୍ୟ ବି ବଢ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.