ବିଲ ଭିତରେ ଓଲଟିଲା ଚିନି ବୋଝେଇ ଟ୍ରକ : ଡ୍ରାଇଭର ଗରୁତର, ଚିନି ନେବାପାଇଁ ଲୋକଙ୍କ ଭିଡ

Published By : Prameya-News7 Bureau | August 06, 2019 IST

ନୂଆପଡା ୬|୮: ଛତିଶଗଡ ରାୟପୁରରୁ ଚିନି ବୋଝେଇ କରି କଣ୍ଟାବାଞ୍ଜି ନେଇ ଯାଉଥିବା ବେଳେ ଆଜି ସକାଳୁ ସକାଳୁ ଭାରସାମ୍ୟ ହରାଇ ଟ୍ରକ ଟି ଓଲଟି ପଡିଥିଲା  । ଏଥିରେ ଟ୍ରକରେ ରହିଥିବା ଡ୍ରାଇଭର ଗୁରୁତର ହୋଇଥିବା ବେଳେ ହେଲପର ସାମାନ୍ୟ ଆହତ ଅଛନ୍ତି । ଡ୍ରାଇଭରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ନୂଆପଡା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

{"id":141396}

ଟ୍ରକରେ ପାଖାପାଖି ୩୦ ଟନ ଚିନି ରହିଥିବା ଅନୁମାନ କରାଯାଉଥିବା ବେଳେ ଅଧାରୁ ଅଧିକା ବିଲ ଭିତରେ ପଡି ରହିଛି । ଅଧା ବସ୍ତା ଫାଟି ଯାଇଛି । ସାମାନ୍ୟ ବର୍ଷା ହେଲେ ସମସ୍ତ ଚିନି ପାଣିରେ ଧୋଇ ହୋଇ ଯିବାର ଆଶଂକା ରହିଛି ।

{"id":141397}

ଚିନି ନେବାପାଇଁ ଲୋକେ ଚେଷ୍ଟା କରୁଥିବା ବେଳେ ତୁରନ୍ତ ଘଟଣା ସ୍ଥଳରେ ଲଖନା ପୋଲିସ ପହଞ୍ଚି ଥିବାରୁ ସବୁ ଚିନି ସୁରକ୍ଷିତ ରହିଛି । ବର୍ତ୍ତମାନ ଡ୍ରାଇଭର ଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ରହିଥିବା ସୁଚନା ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.