ଥାଇରଏଡ୍‌ ସମସ୍ୟାରେ ପୀଡିତ କି ? ଏହି ସବୁ ଖାଦ୍ୟରୁ ରୁହନ୍ତୁ ଦୂରେଇ

Published By : Prameya-News7 Bureau | November 27, 2022 IST

ମୁମ୍ଵାଇ ୨୭।୧୧: ଶରୀରରେ ଥାଇରକ୍ସିନ୍ ନାମକ ହରମୋନ୍ କ୍ଷରଣ ଅନିୟମିତ ହେଲେ ଲୋକମାନେ ଥାଇରଏଡ୍ ସମସ୍ୟାରେ ପୀଡ଼ିତ ହୁଅନ୍ତି। ଅସନ୍ତୁଳିତ ଖାଦ୍ୟପେୟ ଏବଂ ଜୀବନଶୈଳୀ କାରଣରୁ ସବୁଠାରୁ ଅଧିକ ଲୋକ ଏହି ରୋଗରେ ପୀଡିତ ହୁଅନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହି ରୋଗ ପୁରୁଷମାନଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ ଦେଖାଯାଏ। ତେବେ ସୂଚନା ଅନୁଯାୟୀ, ଭାରତର ପ୍ରତି ୧୦ଜଣରେ ଜଣେ ବ୍ୟକ୍ତି ଏହି ରୋଗରେ ପୀଡ଼ିତ ହୋଇଥାନ୍ତି। ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ୍। କାରଣ କିଛି ଖାଦ୍ୟ ଏହି ସମସ୍ୟାକୁ ବଢ଼ାଇ ଦେଇଥାଏ। ତେବେ ଚାଲନ୍ତୁ ଜାଣିବା ଏହି କ୍ରମରେ ଥାଇରଏଡ୍ ରୋଗୀ କେଉଁ ଜିନିଷ ସେବନ କରିବା ଅନୁଚିତ୍ …

ଜଙ୍କ ଫୁଡ୍ : ଥାଇରଏଡ୍ ରୋଗୀ ଜଙ୍କ ଫୁଡ୍ ସେବନ କରିବା ଅନୁଚିତ। ଏହାଦ୍ୱାରା ଖାଦ୍ୟରେ ଥିବା ସୋଡିୟମ୍ ଆପଣଙ୍କୁ ଅସୁବିଧାରେ ପକାଇଥାଏ। ଏବଂ ନା ନା ପ୍ରକାରର ଅସୁବିଧା ଦେଖାଦିଏ।

ମାଂସ : ଏଥିରେ ଫ୍ୟାଟ୍ ଏବଂ କୋଲେଷ୍ଟରଲ ଥାଏ। ଯାହା ଥାଇରଏଡ ହର୍ମୋନକୁ ବୃଦ୍ଧି କରିଥାଏ। ତେଣୁ ଏହି ରୋଗୀଙ୍କୁ ମାଂସ ଖାଇବା ଅନୁଚିତ୍।

ମଦ : ଥାଇରଏଡ୍ ରୋଗୀଙ୍କୁ ମଦ ସେବନ କରିବା ଠାରୁ ଦୂରରେ ରହିବା ଉଚିତ୍ । କାରଣ ଥାଇରଏଡ୍ ଗ୍ରନ୍ଥି ଏବଂ ଏହାର ସ୍ତର ଉପରେ ମଦ ଖରାପ ପ୍ରଭାବ ପକାଇଥାଏ। ଏଣୁ ହେଲ୍ଥ ଏକ୍ସପର୍ଟ ଏହି ରୋଗୀଙ୍କୁ ମଦ୍ୟପାନ ନ କରିବାକୁ ପରାମର୍ଶ ଦେଇଥାନ୍ତି। ଏହାଛଡ଼ା ରୋଗୀଙ୍କୁ କଫି ଏବଂ ଚା’ ଅଧିକ ସେବନ କରିବା ଅନୁଚିତ।

ସୋୟାବିନ : ଥାଇରଏଡ ରୋଗୀଙ୍କୁ ସୋୟାବିନ୍ ଖାଇବାକୁ ମଧ୍ୟ ବାରଣ କରାଯାଇଛି।

ଫାଇବର ଯୁକ୍ତ ପନିପରିବା : ଥାଇରଏଡ ରୋଗୀ ଫାଇବର ଥିବା ଖାଦ୍ୟ ଖାଇବା ଅନୁଚିତ୍ । ପାଳଙ୍ଗ,କୋବି, ବ୍ରୋକୋଲି ଇତ୍ୟାଦି ସେବନ କରିବା ଅନୁଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.