ସହି ହେଲାନି ଭୋକ ଜ୍ୱାଳା, ରୋଗରେ ପଡ଼ିଥିଲେ ସ୍ୱାମୀ; ଦୁଇ ପୁଅଙ୍କୁ ମାତ୍ର ୨୦୦୦ ରେ ବିକ୍ରି କରିଥିଲେ ପରିବାର

Published By : Prameya-News7 Bureau | September 22, 2022 IST

ନୀଳଗିରି ୨୨/୦୯: ଯେତେବେଳେ ପେଟ ଚାଖଣ୍ଡ ଭୋକରେ ଆଉଟୁ ପାଉଟୁ ଡାକେ ଆଉ ସ୍ୱାମୀର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଏ ହିତାହିତି ଜ୍ଞାନ ହଜି ଯାଇଥାଏ।ପେଟପାଇଁ ପିଲାକୁ ବିକ୍ରିକଲେ ପରିବାର । ଏପରି ଏକ ସଙ୍ଗୀନ ମାମଲା ନୀଳଗିରି ଅଞ୍ଚଳରୁ ସାମ୍ନାକୁ ଆସିଛି। ସ୍ୱାମୀର ଜୀବନ ବଞ୍ଚାଇବାକୁ ଦୁଇ ଶିଶୁ ପୁଅକୁ ମାତ୍ର ଦୁଇ ହଜାର ଟଙ୍କାରେ ବିକ୍ରି କରିଥିଲେ ଜଣେ ଆଦିବାସୀ ମହିଳା। ଦୁଇ ପିଲାଙ୍କୁ କିଣିଥିବା ବ୍ଯକ୍ତି ସେମାନଙ୍କୁ ନେଇ କାଚ ବୋତଲ ସଂଗ୍ରହ କରିବା କାମରେ ଲଗାଉଥିଲା ବୋଲି ଜଣାପଡ଼ିଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ଗୁଣ୍ଡିଚା ମନ୍ଦିରରେ ପାଖରେ ଏଭଳି ଅଭାବନୀୟ ଘଟଣା ଘଟିଛି।  

ଖବର ଅନୁସାରେ, ଜଣେ ବିଧବା ଆଦିବାସୀ ମହିଳା ତାଙ୍କ ପୁଅକୁ ଧରି ଘୁରିବୁଲୁଥିବା ବେଳେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସଙ୍କୁ କିଛି ଟଙ୍କା ସାହାଯ୍ଯ ମାଗିଥିଲେ। ଚନ୍ଦ୍ରବିନ୍ଦୁ ମହିଳାଙ୍କୁ କଣ ହୋଇଛି ତମେ ବାରମ୍ବାର ସାହଯ୍ୟ ପାଇଁ ଆସୁଛ ଆଉ କିଛି ସମସ୍ୟା ବିଷୟରେ କହୁନାହଁ ବୋଲି କହିଥିଲେ। ତାପରେ ମହିଳା ଜଣକ ତାଙ୍କର ପରିଚୟ ଦେଇଥିଲେ।ଔପଦା ବ୍ଲକ ଅଧୀନ ଅସ୍ତିଆ ଅଞ୍ଚଳର ସାମା ହାଁସଦାଙ୍କର ସ୍ତ୍ରୀ ବୋଲି କହି ମୋ ପୁଅକୁ ଦେଖାକରିବାକୁ ଆସିଥିଲି। ଆଉ ଜଣଙ୍କୁ ପାଉନାହିଁ ବୋଲି କହିଥିଲେ।

ପରେ ସେ ଚନ୍ଦ୍ରବିନ୍ଦୁଙ୍କୁ ସେ ତାଙ୍କ ଦୁଃଖ ବଖାଣି ଥିଲେ। ଆପଣ ସାଂସଦଙ୍କୁ କହି ମୋ ସ୍ୱାମୀର ଚିକିତ୍ସା କରାଇଥିଲେ। ଏବେ ମୋ ମୁଣ୍ଡରେ ଚଡକ ପଡିଛି।ମୋ ସ୍ୱାମୀ ଦୁଇ ଜଣଙ୍କୁ ବିବାହ କରିଛନ୍ତି ଦୁଇ ଜଣଙ୍କର ଦୁଇଟି ପୁଅ ଅଛନ୍ତି। ଜଣେ ସ୍ତ୍ରୀ ମରିଗଲା ପରେ ସାମା ରୋଗାକ୍ରାନ୍ତ ଥିବାରୁ ଗୋଟିଏ ପୁଅକୁ ନୀଳଗିରି ଅଞ୍ଚଳର ମୁନା ଖାଁ ଆଜିକୁ ୩ ରୁ ୪ ବର୍ଷ ପୂର୍ବେ ହଜାରେ ଟଙ୍କାରେ ବିକ୍ରି କରିଦେଇଥିଲେ। ପରେ ସେ ଗୁରୁତର ହେବାରୁ ଟଙ୍କା ଅଭାବରୁ ଅନ୍ୟ ଜଣେ ସ୍ତ୍ରୀ ପାନ ହାସଦା ପୁଣି ତାଙ୍କ ପୁଅକୁ ସେହି ଜାଗାରେ ହଜାରେ ଟଙ୍କାରେ ବିକ୍ରି କରିଥିଲେ। ଆଶା ଥିଲା ଦୁଇପୁଅ ଖାଇବାକୁ ପାଇ ବଞ୍ଚିଯିବେ। ପରେ ସାମାର ମୃତ୍ୟୁ ହୋଇଥିଲା। ପରେ ପାନ ଦୁଇ ଛୁଆଙ୍କୁ ଦେଖା କରିବାକୁ ଆସି ମନରେ ଆତ୍ମ ସନ୍ତୋଷ ପାଉଥିଲେ ସତ କିନ୍ତୁ ତାଙ୍କୁ ଲାଳନ ପାଳନ କରିବା ପାଇଁ ପାଖରେ ସକ୍ଷମ ନଥିଲା।

ଆଉ ଗୋଟିଏ ପୁଅକୁ ମୁଁ  ଏବେ ପାଉ ନାହିଁ ବୋଲି କହିବାରୁ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଶ୍ରୀ ଦାସ ପୋଲିସ  ଏବିଷୟରେ ଜଣାଇ ଥିଲେ। ପରେ ପୋଲିସ ବିକ୍ରି ହୋଇଥିବା ପରିବାରଙ୍କୁ ଭେଟିଥିଲେ। ପରିବାର ଲୋକେ ୫ ହଜାର ଦେଇଥିବା ସ୍ୱୀକାର କରୁଥିବା ବେଳେ ମୁନା କିନ୍ତୁ ଅସ୍ବୀକାର କରୁଥିଲେ। ବହୁ ଖୋଜାଖୋଜି କରିବା ପରେ ଅନ୍ୟ ଜଣେ ପିଲା ବଜାରରେ ଥିବା ଗୁଣ୍ଡିଚା ମନ୍ଦିର ପାଖରେ ଥକ୍କାରେ ଶୋଇଥିବା ଅଵସ୍ଥାରେ ଉଦ୍ଧାର କରାଯାଇଥିଲା।

ଏଭଳି ଘଟଣାର ଦୃଢ଼କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଦାବି ହୋଇଥିବା ବେଳେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି କରିଛି। ପୋଲିସ ଆଦିବାସୀ ମହିଳାଙ୍କ ସହିତ ୨ ପୁଅଙ୍କୁ ଉଦ୍ଧାର କରି ଏବେ ଥାନାରେ ରଖିଛି। ଦରକାର ପଡ଼ିଲେ ଚାଇଲଡ଼ ଲାଇନଙ୍କୁ ଦୁଇ ପୁଅଙ୍କୁ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ନୀଳଗିରି ଅଞ୍ଚଳରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଅନ୍ୟପଟେ ହୋଇଥିବା ବେଳେ ଶ୍ରମବିଭାଗର ଅପାରଗତାକୁ ଏହି ଘଟଣା ପଦାରେ ପକାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.