ଢେଙ୍କାନାଳ ୨୦/୦୭: ଜାତୀୟ ରାଜପଥ ପ୍ରାଧିକରଣ କତ୍ତୃପକ୍ଷଙ୍କ ମନ ମାନି ନେଇ ୫୫ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଅଧାରେ ଅଟକିଛି। ଫଳରେ ଦୀର୍ଘ ମାସ ଧରି ଏହି ରାଜପଥ ମଙ୍ଗୁଳି ଠାରୁ ଅନୁଗୁଳ ଯାଏ ମରଣ ଯନ୍ତା ପାଲଟିଛି। ବାରମ୍ବାର ଦାବି ପରେବି ଲୋକଙ୍କମାନଙ୍କ ସମସ୍ୟା କେହି ଶୁଣୁନାହାନ୍ତି। ଫଳରେ ଏହି ସମସ୍ୟାକୁ ନେଇ ଉଭୟ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ତିବ୍ର ଜନ ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ଆହ୍ୱାନରେ ଜିଲ୍ଲାର ସାମ୍ବାଦିକ ସଂଘଠାରୁ ଆରମ୍ଭ କରି ସମସ୍ତ ସଙ୍ଗଠନ ମିଳିତ କ୍ରିୟାନୁଷ୍ଠାନ କମିଟି ମାଧ୍ୟମରେ ଆସନ୍ତା ୨୨ ତାରିଖ ଶୁକ୍ରବାର ଢେଙ୍କାନାଲ ବନ୍ଦ ଡାକରା ଦିଆଯାଇଛି।
{"id":659144,"sizeSlug":"full","linkDestination":"none"}
ଏହି ଉପଲକ୍ଷେ ଏକ ମିଳିତ ପ୍ରସ୍ତୁତି ବୈଠକରେ ଶୁକ୍ରବାର ୧୨ଘଣ୍ଟିଆ ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସମର୍ଥନ କରି ଜିଲ୍ଲା ବ୍ୟବସାୟିକ ପ୍ରତିଷ୍ଠାନ ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଢେଙ୍କାନାଳର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି। ଏହା ସହ ୫୫ନମ୍ୱର ଜାତୀଯ ରାଜପଥ ସକାଳ ୬ଟାରୁ ଅବରୋଧ କରାଯାଇ ସମସ୍ତ ଗାଡି ମଟର ଚଳାଚଳ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବନ୍ଦ ରଖାଯିବ ବୋଲି କୁହାଯାଇଛି। ଏହାକୁ ଜିଲ୍ଲା ଘରୋଇ ବସ ଓ ଟ୍ରକ ମାଲିକ ସଂଘ ସମର୍ଥନ କରିଛନ୍ତି। ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ, ପୋଷ୍ଟ ଅଫିସ, ପେଟ୍ରୋଲ ପମ୍ପ, ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ ଆଦିକୁ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଛି। ଏହା ସହ ରେଳ ଚଳାଚଳ ସକାଳ ୭ଟାରୁ ୯ଟା ଦୁଇ ଘଣ୍ଟା ପାଇଁ ବନ୍ଦ କରାଯିବ ବୋଲି କୁହାଯାଇଛି। ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରି ଜବାବ ମଗାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।