ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଦୁର୍ଦ୍ଦାନ୍ତ ଅପରାଧୀ ସୁଧୀର ସ୍ବାଇଁ ଗିରଫ, ୫ ବନ୍ଧୁକ, ୫୦ ଅଫୁଟା ଗୁଳି ଜବତ ଏବଂ ୩ ଗିରଫ

14/10/2020 at 5:41 PM

କଟକ୧୪/୧୦: ଦୁର୍ଦ୍ଦାନ୍ତ ଅପରାଧୀ ସୁଧୀର ସ୍ବାଇଁ ଗିରଫ। ଚାଉଳିଗଞ୍ଜ ପୋଲିସ୍‌ ତାକୁ ଗିରଫ କରିଛି। ସୁଧରୀଠାରୁ ୫ଟି ବନ୍ଧୁକ, ୫୦ ରାଉଣ୍ଡ ଅଫୁଟା ଗୁଳି ଏବଂ ୮ଟି ମୋବାଇଲ ଜବତ କରି ପୋଲିସ୍। ସୁଧରୀ ସମେତ ଗ୍ୟାଙ୍ଗର ଅନ୍ୟ ୩ ଜଣଙ୍କ ମଧ୍ୟ ଗିରଫ ହୋଇଛନ୍ତି। ଗିରଫ ୩ ଅଭିଯୁକ୍ତ ହେଲେ ସମ୍ବିତ ନାଏକ, ମୁନା ଓରଫ ମନୋଜ ବେହେରା ଓ ପ୍ରଭାକର ବେହେରା। ମିଳିଥିବା ସୂଚନା ମୁତାବକ, ନିମେଇସାପୁର ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ତପୁ ପାଇଁ ସୁଧୀର କାମ କରୁଥିଲା। ସୁଧୀର ସାର୍ପସୁଟର ଭାବେ ତପୁ ପାଇଁ କାମ କରୁଥିଲା।

ସୁଧୀର ୨୦୧୦ ମସିହା କଟକ ନୂଆପଡାଠାରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି। କଟକର ବିଭିନ୍ନ ଥାନାରେ ତାଙ୍କ ନାଁରେ ୨୦ ଅଧିକ ଅପରାଧିକ ମାମଲା ରହିଛି। ତେବେ ଗତକିଛି ଦିନ ହେବ ସୁଧୀର ବନ୍ଧୁକ କାରବାରରେ କରୁଥିବା ଖବର ପାଇବା ପରେ ସୁଧୀରକୁ ଗିରଫ କରିବା ପାଇଁ ଜାଲ ବିଛାଇଥିଲା ପୋଲିସ। ତେବେ ପୋଲିସ ଗ୍ରାହକ ସାଜି ବନ୍ଧୁକ କିଣିବା ସମୟରେ ସୁଧରୀକୁ ଗିରଫ କରିଥିଲା।

   Related Posts