ଗୋଲ୍ଡେନ ବାବାଙ୍କ ପରଲୋକ : କାଉଡିଆ ଯାତ୍ରାରେ ୨୦ କିଲୋର ସୁନା ଗହଣା ପିନ୍ଧି ବାହାରୁଥିଲେ

Published By : Prameya-News7 Bureau | July 01, 2020 IST

ନୂଆଦିଲ୍ଲୀ ୦୧/୦୭ : ଚର୍ଚ୍ଚିତ ଗୋଲ୍ଡେନ ବାବା ସୁଧୀର ମକ୍କଡ଼ଙ୍କ ନିଧନ ହୋଇଛି | ସେ ବହୁ ଦିନରୁ ଅସୁସ୍ଥ ଥିଲେ | ଦିଲ୍ଲୀ ଏମ୍ସରେ ତାଙ୍କର ନିଧନ ହୋଇଛି | ସେ ପୂର୍ବ ଦିଲ୍ଲୀର ଗାନ୍ଧୀ ନଗର ଅଞ୍ଚଳରେ ରହୁଥିଲେ | ଗୋଲ୍ଡେନ ବାବା ହରିଦ୍ୱାରର ଅନେକ ଆଖଡ଼ା ସହିତ ଜଡିତ ଥିଲେ | ତାଙ୍କ ନିଜ ଘର ଗାଜିଆବାଦରେ | ବାବା ହେବ ପୂର୍ବରୁ ସେ ଲୁଗା ବ୍ୟବସାୟୀ ଥିଲେ | ତାଙ୍କୁ ସୁନା ଗହଣାର ବହୁତ ସଉକ ଥିଲା | ସେ ୨୦ କିଲୋ ସୁନା ଗହଣା ଏବଂ ୨୧ ଲଗ୍ଜରୀ କାର ନେଇ କାଉଡିଆ ଯାତ୍ରାରେ ଯାଇଥିଲେ | ବାବାଙ୍କ ଏହି ଯାତ୍ରାକୁ ନେଇ ସବୁଆଡେ ଚର୍ଚ୍ଚା ହୋଇଥିଲା |

{"id":294250,"sizeSlug":"large"}

ହିଷ୍ଟ୍ରୀସିଟର ବଦମାସରୁ ସନ୍ଥ ହୋଇଥିବା ଗୋଲ୍ଡେନ ବାବା ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ବହୁତ ଚର୍ଚ୍ଚିତ | କୋଟି କୋଟି ଟଙ୍କା ମୂଲ୍ୟର ଗହଣା ପିନ୍ଧୁଥିବାରୁ ତାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ | କାଉଡିଆ ଯାତ୍ରା ସମୟରେ ତାଙ୍କ ସହିତ ସେଲଫି ନେବାକୁ ଲୋକଙ୍କ ଭିଡ ଲାଗିଥାଏ | ସୁନା ଗହଣାର ସୁରକ୍ଷା ପାଇଁ ସେ ନିଜ ସହିତ ବ୍ୟକ୍ତିଗତ ସିକ୍ୟୁରିଟି ଗାର୍ଡ ରଖୁଥିଲେ | ଦିଲ୍ଲୀ ଓ ଉତ୍ତର ପ୍ରଦେଶ ଛଡା ସେ ଉତ୍ତରାଖଣ୍ଡରେ ମଧ୍ୟ ପ୍ରସିଦ୍ଧ ଥିଲେ |

{"id":294240,"sizeSlug":"large"}

ରାଜଧାନୀ ଦିଲ୍ଲୀରେ ଲଟେରୀ ଲଗାଇବାକୁ ହେଉ କି ସଟ୍ଟା ଖେଳିବାକୁ ହେଉ, ଲୋକେ ଗୋଲ୍ଡେନ ବାବାଙ୍କ ପାଖରେ ହାଜର ହେଉଯାଉଥିଲେ | ଗୋଲ୍ଡେନ ବାବାଙ୍କ ଆଶୀର୍ବାଦରୁ ଭାଗ୍ୟ ଫିଟିଯାଏ ବୋଲି ଦିଲ୍ଲୀର ଅନେକ ଚର୍ଚ୍ଚିତ ବଦମାସ ବିଶ୍ୱାସ କରୁଥିଲେ | ଗତ ୧୫ ଦିନ ହେଲା ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା | ଡାକ୍ତରଙ୍କ କହିବାନୁଯାୟୀ, ସେ ଅନେକ ରୋଗରେ ପୀଡିତ ଥିଲେ |

{"id":294244,"sizeSlug":"large"}

ଯୁବାବସ୍ଥାରେ ସେ ଶ୍ରାବଣ ମାସରେ ସାଙ୍ଗମାନଙ୍କ ସହିତ ହରିଦ୍ୱାର ଯାଉଥିଲେ | କୋଟି କୋଟି ଟଙ୍କାର ଗହଣା ପିନ୍ଧି ଜଳ ଆଣି ଶିବଲିଙ୍ଗରେ ଚଢ଼ାଇବା ତାଙ୍କର ଏକ ସଉକ ଥିଲା | ଦିଲ୍ଲୀ ପୋଲିସ ଥାନାରେ ତାଙ୍କ ବିରୋଧରେ ଅନେକ ମାମଲା ରହିଛି | ପୋଲିସ ରେକର୍ଡରେ ଗୋଲ୍ଡେନ ବାବାର ନାଁ ହିଷ୍ଟ୍ରୀସିଟର ଭାବେ ଦର୍ଜ ରହିଛି | ପୋଲିସ ରେକର୍ଡ ଅନୁସାରେ ସେ ସେହି ଅଞ୍ଚଳର ଗୁଣ୍ଡା ଥିଲେ | ତାଙ୍କ ବିରୋଧରେ ଅନେକ ଅପହରଣ, ଜବରଦସ୍ତି ଟଙ୍କା ହଡପ କରିବା ଭଳି ପାଖାପାଖି  ୩୫ ମାମଲା ରହିଛି | ପୋଲିସ ରେକର୍ଡରେ, ୨୦୦୭ ମସିହାରେ ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ବଦଳରେ ୨୫ ଲକ୍ଷ ଟଙ୍କା ମାଗିଥିବା ଅଭିଯୋଗ ମଧ୍ୟ ରହିଛି | ଦିଲ୍ଲୀର ଅନେକ କୋର୍ଟରେ ମଧ୍ୟ ଗୋଲ୍ଡେନ ବାବା ବିରୋଧରେ ମାମଲା ଚାଲିଥିଲା |

{"id":294242,"width":577,"height":428,"sizeSlug":"large"}

ଗାନ୍ଧୀ ନଗର ଅଞ୍ଚଳର ଅନେକ ଲୋକଙ୍କ କହିବାନୁଯାୟୀ, ଗୋଲ୍ଡେନ ବାବା ଆଗରୁ ଦର୍ଜୀ କାମ କରୁଥିଲେ | ତାଙ୍କର କପଡା ବ୍ୟବସାୟ ଥିଲା | କିନ୍ତୁ ତାଙ୍କୁ ଏହି କାମ ଭଲ ଲାଗୁନଥିଲା | ସେଥିପାଇଁ ସେ ହରିଦ୍ୱାର ଚାଲି ଯାଇଥିଲେ | ସେଠାରେ ଗଙ୍ଗା ଘାଟରେ ସେ ଫୁଲ ମଲା ଓ କପଡା ବିକ୍ରି କରିବା ଆରମ୍ଭ କରିଥିଲେ | କିନ୍ତୁ ସେଥିରେ ବି ତାଙ୍କର ମନ ଲାଗିଲାନି | ଏହାପରେ ସେ ଜାଗା ବାଡ଼ି କାରବାର ଆରମ୍ଭ କଲେ | ଏହି ବ୍ୟବସାୟ ଖୁବ ରୋଜଗାର କରିବା ପରେ ୨୦୧୩-୧୪ ରେ ଏହି କାମ ମଧ୍ୟ ବନ୍ଦ କରିଦେଲେ | ଏହାପରେ ଗାନ୍ଧୀ ନଗର ଅଶୋକ ଗଳିରେ ଆଶ୍ରମ ତିଆରି କଲେ | ସେତେବେଳେ ସେ ହରିଦ୍ୱାରରେ ବହୁତ ଚର୍ଚ୍ଚିତ ହୋଇ ସାରିଥିଲେ | ସେଥିପାଇଁ ସେ ଚନ୍ଦନ ଗିରି ମହାରାଜଙ୍କୁ ନିଜ ଗୁରୁ କରି ତାଙ୍କ ସହିତ ରହିଲେ | ୨୦୧୩ ରୁ ସେ ସୁଧୀର ମକ୍କଡ଼ରୁ ଗୋଲ୍ଡେନ ବାବା ହୋଇଗଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.