ପତ୍ନୀ ସୁଧା ମୂର୍ତ୍ତୀଙ୍କ ଠାରୁ ୧୦ ହଜାର ଟଙ୍କା ଋଣ ନେଇ Infosys କମ୍ପାନୀ ଆରମ୍ଭ କରିଥିଲେ ନାରାୟଣ ମୂର୍ତ୍ତୀ, ଏ ନେଇ କଣ କହିଲେ ସୁଧା ?

Published By : Prameya-News7 Bureau | December 14, 2022 IST

ନୂଆଦିଲ୍ଲୀ: ଦିନେ ପତ୍ନୀ ସୁଧା ମୂର୍ତ୍ତୀଙ୍କ ଠାରୁ ୧୦ ହଜାର ଋଣ ନେଇ ୭ ଜଣ ସାଙ୍ଗଙ୍କ ସହ ମିଶି ଇନ୍‌ଫୋସିସ୍‌ କମ୍ପାନୀ ଆରମ୍ଭ କରିଥିଲେ ନାରାୟଣ ମୂର୍ତ୍ତୀ। ଆଜି ସେହି କମ୍ପାନୀର ସମ୍ପତ୍ତି ମୂଲ୍ୟ ୧୭.୫୩ ବିଲିୟନ ଆମେରିକୀୟ ଡଲାର ହୋଇଛି। ଭାରତ ଏହି ଆଇଟି କମ୍ପାନୀ ଆମେରିକା ଷ୍ଟକ୍‌ ଏକ୍ସଚେଞ୍ଜ NASDAQରେ ବି ପଞ୍ଜିକୃତ ହୋଇପାରିଛି। ଆଜି କମ୍ପାନୀର ୪୦ ବର୍ଷ ଜନ୍ମବାର୍ଷିକୀ ପୂର୍ତ୍ତି ଅବସରରେ ଏନେଇ ଖୁସୀ ବ୍ୟକ୍ତ କରିଛନ୍ତି ସୁଧା ମୂର୍ତ୍ତୀ।

ତାଙ୍କର ସେହି ୧୦ ହଜାର ପୁଞ୍ଜି ନିବେଶ ଯେ ଦିନେ ଏତେବଡ଼ କମ୍ପାନୀ ଛିଡ଼ା କରିବ ତାହା ସେ କେବେ ଭାବି ନଥିଲେ। ଏଥିପାଇଁ ସେ ନିଜକୁ ଦୁନିଆର ସବୁଠାରୁ ଉଚିତ୍ ପୁଞ୍ଜି ନବେଶକାରୀ ବୋଲି ବି ମନେ କରନ୍ତି। କମ୍ପାନୀର ଜନ୍ମବାର୍ଷିକୀ ଅବସରରେ ଏନ୍‌ଡିଟିଭିକୁ ସାକ୍ଷତକାର ଦେଇ ସୁଧାମୁର୍ତ୍ତୀ କମ୍ପାନୀର ସଫଳତା ବିଷୟରେ କହିବା ସହିତ ନିଜର ଖୁସୀ ଜାହିର କରିଛନ୍ତି। ତା ସହିତ ତାଙ୍କ ଜ୍ୱାଇଁ ଋଷ ସୁନକ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ। ସେ ବିଷୟରେ ବି ସ୍ପଷ୍ଟ ମତ ରଖିଛନ୍ତି ଲେଖକ ତଥା ବ୍ୟବସାୟୀ ସୁଧାମୁର୍ତ୍ତୀ।

ସୁଧା କହିଛନ୍ତି ମୁଁ ଆଜି ବହୁତ ଖୁସୀ ଅନୁଭବ କରୁଛି। ମୋତେ ଖୁବ୍ ଭଲ ଲାଗୁଛି। କାରଣ ମୁଁ କେବେ ଭାବିନଥିଲି ଯେ। ୧୦ ହଜାର ଟଙ୍କା ପରେ ବିଲିୟନ ବିଲିୟନ ଡଲାରର ସମ୍ପତ୍ତି ହେବ। ମୋତେ ଲାଗୁଛି ଅନ୍ତତ ପକ୍ଷେ ଭାରତରେ ମୁଁ ସବୁଠାରୁ ଉପଯୁକ୍ତି ପୁଞ୍ଜି ନିବେଶକାରୀ। ହେଇପାରେ ବିଶ୍ୱର, ମୁଁ ଜାଣିନି।  

୧୯୯୯ ମସିହାରେ ପ୍ରଥମ ଭାରତୀୟ ଆଇଟି କମ୍ପାନୀ ଭାବେ ଆମେରିକା ଷ୍ଟକ୍ ଏକ୍ସଚେଞ୍ଜ୍ NASDAQରେ ପଞ୍ଜିକୃତ ହୋଇଥିବା ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ମୁଖ୍ୟାଳୟ ବେଙ୍ଗାଲୁରୁରେ ରହିଛି। ଏହା ୧୮୮୧ ମସିହାରେ ଆରମ୍ଭ ହୋଇଥିଲା। ଗତ ବର୍ଷ ଏହା ଚତୁର୍ଥ ଭାରତୀୟ କମ୍ପାନୀ ଭାବେ ୧୦୦ ବିଲିୟନ ମାର୍କେଟ କ୍ୟାପିଟାଲାଇଜେସନ୍‌ରେ ପହଞ୍ଚିଥିଲା।  

ଆଜିର ଯୁବବର୍ଗଙ୍କୁ କଣ କହିଲେ ସୁଧା ?

“ ମୋତେ ଲାଗୁଛି ଆଜିର ପିଢ଼ି ମଧ୍ୟରେ ଧୈର୍ଯ୍ୟ ରହିବା ନିହାତି ଦରକାର। ଗୋଟେ ଦିନରେ କିଛି ହେଇଯାଏ ନାହିଁ। ରୋମ ଗୋଟିଏ ଦିନରେ ହୋଇଯାଇ ନଥିଲା। ଗୋଟେ କମ୍ପାନୀ ତିଆରି କରିବାକୁ ହେଲେ ଆପଣଙ୍କୁ କଠିନ୍ନ ପରିଶ୍ରମ କରିବାକୁ ପଡ଼ିବ। ଏସବୁ ଜିନିଷ ଦରକାରୀ କିନ୍ତୁ ସବୁଠାରୁ ଆବଶ୍ୟକୀୟ ସ୍ଥିତି ହେଲା ତୁମର ଧୈର୍ଯ୍ୟ ରହିବା ନିହାତି ଦରକାର।”

ସୁଧା ମୁର୍ତ୍ତୀ ଆହୁରି କହିଛନ୍ତି “ ୭-୮ ବର୍ଷ ପରେ ଆମେ ଭଲ କାମ କରିଥିଲୁ। ଏମିତି ନୁହେଁ ଯେ ଆମ ପ୍ରତି ବର୍ଷ ଭାଙ୍ଗିପଡ଼ୁଥିଲୁ। ତେଣୁ ଧୈର୍ଯ୍ୟ ଧର, କଠିନ୍ନ ପରିଶ୍ରମ କର। ସଫଳତା ତୁମର ପିଛା କରିବ। ଯଦି ତୁମେ ଟଙ୍କା ପଛରେ ଦଉ଼ିବ ତେବେ ଟଙ୍କା ତୁମ ଠାରୁ ଦୂରେଇଯିବ। ତୁମ ଭଲ କାମ ପାଇଁ ପାଗ। କଠିନ ପରିଶ୍ରମ କର। ସଫଳତା ତୁମକୁ ଅନୁସରଣ କରିବ। ”

ଜ୍ୱାଇଁ ସୁନକ ବିଷୟରେ କଣ କହିଲେ ସୁଧା ?

ସୁଧା ମୁର୍ତ୍ତୀ ତାଙ୍କ ଜ୍ୱାଇଁ ତଥା ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ବିଷୟରେ ବି କହିଥିଲେ। ସେ କହିଥିଲେ “ ସେ ପ୍ରଧାନମନ୍ତ୍ରୀ ହେଲେ ଭଲ କଥା। ମୁଁ ଖୁସୀ। ତା ଠାରୁ ଅଧିକ କିଛି ନୁହେଁ।” ତେବେ ବ୍ରିଟେନ୍‌ରେ ତାଙ୍କ ଜ୍ୱାଇଁର ଉନ୍ନତି ଦେଖି ସେ କେତେ ଖୁସୀ ବୋଲି ସାମ୍ବାଦିକା ପ୍ରଶ୍ନ କରିଥିଲେ। ଉତ୍ତରରେ ସୁଧା କହିଥିଲେ “ ମୁଁ ମୋ ଦେଶ କଥା ଚିନ୍ତା କରେ ସେ ତାଙ୍କ ଦେଶ କଥା ଚିନ୍ତା କରୁଛନ୍ତି। ତା ଠାରୁ ଅଧିକ କିଛି ନୁହେଁ। ତାଙ୍କ ସହିତ ମୁଁ କେବେ ବି କୌଣସି ରାଜନୈତିକ ବିଷୟରେ କଥା ହୋଇ ନାହିଁ।”

ଇନ୍‌ଫୋସିସ୍‌ର ଯାତ୍ରା ଥିଲା ଏମିତି…

୧୯୮୧ ମସିହା। ଆଇଟି ସେବା ଓ ବ୍ୟବସାୟ ସମାଧାନ ସେବା ଯୋଗାଉଥିବା ପାଟନୀ କମ୍ପ୍ୟୁଟର ସିଷ୍ଟମ୍‌ର ୭ ଜଣ ଇଞ୍ଜିନିୟର- ନାରାୟଣ ମୂର୍ତ୍ତୀ, ନନ୍ଦନ ନିଲେକାନୀ, ଏନ୍ଏସ୍‌ ରାଘବନ, ଏସ୍ ଗୋପାଳକ୍ରିଷ୍ଣନ, ଏସ୍‌ଡି ଶିବୁଲାଲ୍,କ. ଦିନେଶ ଏବଂ ଅଶୋକ ଅରୋରା ଏକାଠି ହୋଇ ଇନ୍‌ଫୋସି୍ କନସଲଷ୍ଟାଣ୍ଟ ନାମକ ଏକ କମ୍ପାନୀ ଆରମ୍ଭ କରିଥିଲେ। ଏଥିପାଇଁ ଆବଶ୍ୟକ ପଡ଼ିଥିବା ୧୦ ହଜାର ଟଙ୍କା ପତ୍ନୀ ସୁଧାଙ୍କ ଠାରୁ ଋଣ ନେଇଥିଲେ ନାରାୟଣ।

ଦିନେ ସ୍ୱଳ୍ପ ସାଧନ ଓ ଅର୍ଥରେ ଆରମ୍ଭ ହୋଇଥିବା ଇନ୍‌ଫୋସିସ୍ ଆଜ୍ ଦେଶର ପ୍ରମୁଖ ଆଇଟି କମ୍ପାନୀରେ ପରିଣତ ହୋଇପାରିଛି। କମ୍ପାନୀର ବର୍ତ୍ତମାନ ୩୧୪,୦୦୦ କର୍ମଚାରୀ ଅଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.