scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକ ଓ ସିଲାବସ୍‌ ପ୍ରସ୍ତୁତ କରିବା କମିଟିରେ ସାମିଲ୍ ହେଲେ ଲେଖିକା ସୁଦ୍ଧା ମୂର୍ତ୍ତୀ ଓ ଗାୟକ ଶଙ୍କର ମହାଦେବନ

12/08/2023 at 1:32 PM

ନୂଆଦିଲ୍ଲୀ: ତୃତୀୟରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମ, ପାଠ୍ୟପୁସ୍ତକ ଏବ ଶୈକ୍ଷିକ ସାମଗ୍ରୀ ସ୍ଥିର କରିବା ପାଇଁ ଏନ୍‌ସିଇଆର୍‌ଟି ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ଏହି କମିଟିରେ ଲେଖିକା ତଥା ଇନ୍‌ଫୋସିସ୍ ସିଇଓ ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତିଙ୍କ ସମେତ ଗାୟକ ଶଙ୍କର ମହାଦେବନ ଓ ଅର୍ଥନୀତିଜ୍ଞ ତଥା ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲଙ୍କ ସ୍ଥାନ ମିଳିଛି।

୧୯ ସଦସ୍ୟ ବିଶିଷ୍ଟ ଜାତୀୟ ପାଠ୍ୟକ୍ରମ ଏବଂ ଶିକ୍ଷା ପାଠ୍ୟ ସାମଗ୍ରୀ କମିଟି (NSTC)ର ନେତୃତ୍ୱ ନେବେ ଜାତୀୟ ଶିକ୍ଷାନୁଷ୍ଠାନ ଯୋଜନା ଏବଂ ପ୍ରଶାସନ ସଂସ୍ଥାନ ଚାନସେଲର ଏମ୍‌ସି ପନ୍ତ। ଏନେଇ ଏନ୍‌ସିଇଆର୍‌ଟି ପକ୍ଷରୁ ବିଜ୍ଞପ୍ତୀ ପ୍ରକାଶ ପାଇଛି।

ଏହି କିମିଟି ୨୦୨୦ ଜାତୀୟ ଶିକ୍ଷା ନୀତିରେ କେ. କସନ୍ତୁରୀରଙ୍ଗନଙ୍କ ଷ୍ଟୟରିଂ କମିଟି ଦ୍ୱାରା ବିକଶିତ ବିଦ୍ୟାଳୟ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା(ଏନ୍‌ସିଏଫ୍‌-ଏସ୍‌ଇ) ସହ ମିଶି ସମାନ୍ତରଳ ଭାବେ କାମ କରିବ। ଏନ୍‌ସିଏଫ୍‌-ଏସ୍ଇର ପୂର୍ଣ୍ଣାଙ୍ଗ ରୂପରେଖ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ପାଖରେ ପୈଠ କରାଯାଇଛି। ପବ୍ଲିକ୍ ଡୋମେନ୍‌ରେ ଏହା ପ୍ରକାଶ କରାଯାଇ ନାହିଁ। ତେବେ ଏପ୍ରିଲ୍‌ ମାସରେ ଏହି ଡ୍ରାଫ୍ଟ ଲୋକଲୋଚନକୁ ଆସିଥିଲା

ପଢନ୍ତୁ-ସାବଧାନ! ବେପରୁଆ ଗାଡ଼ି ଚାଳକ; ଦୁର୍ଘଟଣା କରି ଫେରାର୍ ହେଲେ ୧୦ ବର୍ଷ ଜେଲ୍ ଦଣ୍ଡ

ଏନ୍‌ସିଇଆର୍‌ଟି ପକ୍ଷରୁ ପ୍ରକାଶିତ ଖବର ଅନୁସାରେ, ଏନ୍‌ଏସ୍‌ଟିସି ପାଖରେ ତୃତୀୟ ଶ୍ରେଣୀରୁ ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ୍ ପାଠ୍ୟକ୍ରମ, ଶିକ୍ଷା ଓ ଶିକ୍ଷାସାମଗ୍ରୀରେ ପରିବର୍ତ୍ତନ କରିବା କ୍ଷମତା ରହିବ। ତା ସହିତ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ପାଠ୍ୟପୁସ୍ତକକୁ ସୁଚାରୁ ରୂପେ ସଠିକ ସଂଶୋଧନ ଉପରେ ବି ଏହି କମିଟି କାମ କରିବ। NSTC ଦ୍ୱାରା ପାଠ୍ୟ ପୁସ୍ତକ ଏବଂ ଅନ୍ୟାନ୍ୟ ଶିକ୍ଷଣ ସାମଗ୍ରୀ ରୂପରେଖ ସ୍ଥିର ହେବା ପରେ NCERT ଦ୍ୱାରା ଏହା ପ୍ରକାଶିତ ଏବଂ ବିତରଣ କରାଯିବ। ଏହି କମିଟିରେ ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟର ଗଣିତ ପ୍ରଫେସର ମଞ୍ଜୁଲ ଭାରଗବ ସହଅଧ୍ୟକ୍ଷ ରହିବେ। ଏଥିରେ ଅନ୍ୟ ସଦସ୍ୟମାନେ ହେଲେ ଗଣିତଜ୍ଞ ସୁଜାତା ରାମଦୋରାଇ, ବ୍ୟାଡମିଣ୍ଟନ ଖେଳାଳି ୟୁ ଭିମଲ କୁମାର, ସେଣ୍ଟର ଫର ପଲିସି ଷ୍ଟଡିଜର ଚେୟାର ପର୍ସନ ଏମଡି ଶ୍ରୀନିବାସ ଏବଂ ଭାରତୀୟ ଭାସା ସମିତିର ଚେୟାର ପର୍ସନ ଚାମୁ କୃଷ୍ଣ ଶାସ୍ତ୍ରୀ।।

ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିଭିନ୍ନ କ୍ଷେତ୍ରରେ ବିଶେଷ ଜ୍ଞାନ ରଖୁଥିବା ବିଶେଷଜ୍ଞମାନଙ୍କୁ କମିଟିର ସଦସ୍ୟ ଭାବରେ ମନୋନୀତ କରାଯାଇଛି। ବର୍ତ୍ତମାନ ଏହି କମିଟି ଅଧ୍ୟକ୍ଷ ବିଭିନ୍ନ ବିଷୟରେ ବିଶେଷଜ୍ଞଙ୍କୁ ସାମିଲ୍ କରି ବିଭିନ୍ନ ପାଠ୍ୟକ୍ରମ କ୍ଷେତ୍ର ଗୋଷ୍ଠୀ (CAG) ଗଠନ କରିବେ। ଏହି ସିଏଜିଏ ଏନ୍‌ଏସ୍‌ଟିସି ମିଶି ପାଠ୍ୟକ୍ରମରେ ଥିବା ପୁସ୍ତକ ଓ ପାଠ୍ୟସାମଗ୍ରୀର ରୂପରେଖ ପ୍ରସ୍ତୁତ କରିବାରେ ସହଯୋଗ କରିବେ। ଏଥିସହିତ ଅନ୍ୟ ବିଶେଷଜ୍ଞମାନେ ମଧ୍ୟ ପାଠ୍ୟକ୍ରମରେ ସୁଧାରଣ ଆଣିବାକୁ ପାଇଁ ଏନ୍‌ଏସ୍‌ଟିସି ନିଜର ମତ ଦେଇପାରିବେ। ଏଥିପାଇଁ କମିଟି ସବୁବେଳେ ଖୋଲା ବୋଲି ଏନ୍‌ସିଇଆର୍‌ଟି କହିଛି।
ଚାମୁ କ୍ରୃଷ ଶାସ୍ତ୍ରୀ କହିଛନ୍ତି ଯେ ଏନ୍‌ସିଏଫ୍‌-ଏସ୍‌ଇ ଦେଇଥିବା ୧୧ଟି ବିଷୟରେ ୧୧ ଜଣିଆ ସିଏଜି ୧୧ କାମ କରିବେ। ଏଥିରେ ଗଣିତ, ବିଜ୍ଞାନ, ଫିଜିକାଲ ଏଜୁକେସନ, ଏବଂ ସାମାଜିକ ବିଜ୍ଞାନ ଆଦି ବିଷୟ ରହିଛି। ଶାସ୍ତ୍ରୀ କହିଛନ୍ତି ଯେ ବିଷୟ ଉପରେ ଜ୍ଞାନ ଥିବା ୧୦୦୦ ଏକ୍ସପର୍ଟ ପାଠ୍ୟକ୍ରମର ବିକାଶ ଓ ପାଠ୍ୟପୁସ୍ତକ ଡିଜାଇନ୍‌ ଦିଗରେ କାମ କରିବେ।  

ପଢନ୍ତୁ-ବଦଳିଲା ସିବିଏସଇ ସିଲାବସ : ଇସଲାମିକ୍ ସାମ୍ରାଜ୍ୟ ଉତ୍ଥାନ, ମୋଗଲ ଦରବାର ଓ ଶୀତଳ ଯୁଦ୍ଧ ପଢିବେନି ଛାତ୍ରଛାତ୍ରୀ

ଶାସ୍ତ୍ରୀ କହିଛନ୍ତି ଯେ ଚଳିତ  ଶିକ୍ଷାବର୍ଷର ଶେଷ ସୁଦ୍ଧା କମିଟି ଫ୍ରେମ୍‌ୱାର୍କ ପ୍ରୋସେସ୍ ସାରିବ। ଫଳରେ ପରବର୍ତ୍ତୀ ଶିକ୍ଷା ବର୍ଷରେ ନୂଆ ବହି ଓ ପାଠ୍ୟଖସଡ଼ା ତିଆରି ହୋଇପାରିବ। ଏନ୍‌ଏସ୍‌ସିଟି କାର୍ଯ୍ୟକୁ ସହଯୋଗ କରିବାକୁ ଏନ୍‌ସିଇଆର୍‌ଟି ନ୍ୟାସ୍‌ନାଲ ଓଭରସାଇଟ୍ କମିଟି(ଏନ୍‌ଓସି) ଗଠନ କରିଛି। ସେଣ୍ଟ୍ରାଲ୍‌ ୟୁନିଭର୍ସିଟି ଅଫ୍ ପଞ୍ଜାବର ଚାନସେଲର ଜଗବୀର ସିଂହ ଏହାର ଅଧ୍ୟକ୍ଷ ରହିବେ। ଏନ୍‌ଏସ୍‌ସିଟିର ସିଏଜି ସଦସ୍ୟଙ୍କୁ NOC ସମ୍ପୂର୍ଣ୍ଣ ମାର୍ଗଦର୍ଶନ ଦେବେ ବୋଲି ଏନ୍‌ସିଇଆର୍‌ଟିର ଜଣେ ଅଫିସର ସୂଚନା ଦେଇଛନ୍ତି।

   Related Posts