ସୁନ୍ଦରଗଡ଼ ଗସ୍ତରେ 5ଟି ସଚିବ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା
12/03/2023 at 10:31 AM

ସୁନ୍ଦରଗଡ଼ ୧୨।୦୩ : ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତରେ 5ଟି ସଚିବ । ଗସ୍ତରେ ୨ୟ ଦିନ ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ଏହାସହିତ ବିଭିନ୍ନ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଛନ୍ତି ।

ଖବର ଅନୁଆୟୀ, ମୁଖ୍ୟମନ୍ତ୍ରୀଙ୍କ ବକ୍ତିଗତ ସଚିବ ତଥା 5ଟି ସଚିବ ଭି.କେ ପାଣ୍ଡିଆନ୍ ୨ ଦିନିଆ ସୁନ୍ଦରଗଡ଼ ଗସ୍ତରେ ଆସିଛନ୍ତି । ଶନିବାର ରାଉରକେଲା, ବଣେଇ, କୋଇଡ଼ା ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ । ପରେ ରବିବାର ଦିନ ସକାଳୁ ପ୍ରଥମେ ରାଜଗାଙ୍ଗପୁର ଘୋଘର ଶିବ ମନ୍ଦିର ରେ ପୂଜାର୍ଚ୍ଚନା କରିବା ସହ ପୂଜକ, ଟ୍ରଷ୍ଟି ମେମ୍ବର ଙ୍କ ସହ ଆଲୋଚନା କରିଥିଲେ ।

ଏହାପରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ସେଠାରେ ରୋଗୀଙ୍କ ସହ ଆଲୋଚନା କରିବା ସହ ଡାକ୍ତରଖାନା ବୁଲି ଦେଖିଥିଲେ । ରେଲେଓ୍ୱେ ଓଭର ବ୍ରିଜର କାମ ମଧ୍ୟ ବୁଲି ଦେଖିଥିଲେ । ଏହି ସମୟରେ ଜିଲ୍ଲାପାଳ ଗଭାଳି ପରାଗ ହର୍ଷଦଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଜଗାଙ୍ଗପୁର ପରେ ଟାଙ୍ଗରପାଳି ହେମଗିରି ,ବାଲିଶଙ୍କ ରାଓ ସଦର ବ୍ଲକର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ସମୀକ୍ଷା କରିବେ ।