scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୁନ୍ଦରଗଡ଼ରେ ପୁଣି ଲଜ୍ଜା : ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ

28/08/2023 at 1:56 PM

ସୁନ୍ଦରଗଡ଼ ୨୮।୦୮:  ସୁନ୍ଦରଗଡ଼ରେ ପୁଣି ଲଜ୍ଜା । ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଆସିଛି ଅଭିଯୋଗ । ସୁନ୍ଦରଗଡ଼ ଧାରୁଆଡିହି ଥାନା ଅଞ୍ଚଳରୁ ଆସିଛି ଏପରି ଅଭିଯୋଗ । ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।  

ଖବର ଅନୁଯାୟୀ, ସୁନ୍ଦରଗଡ଼ ଲେଫ୍ରିପଡ଼ା ଥାନା ଅଞ୍ଚଳରେ ରହି ପାଠ ପଢୁଥିଲେ ନାବାଳିକା । ସ୍କୁଲ ଯିବା ବାଟରେ ଅଭିଯୁକ୍ତ ଯୁବକ କୁନି କିସାନ ନାବାଳିକାଙ୍କ ଉପରେ ରଖିଥିଲେ ଖରାପ ନଜର । ଆଉ ସୁଯୋଗ ପାଇ ନାବାଳିକାଙ୍କୁ କରିଥିଲେ ଦୁଷ୍କର୍ମ । ଏନେଇ ଗତ ୨୭ ତାରିଖରେ ଧାରୁଆଡିହି ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ସେପଟେ ଅଭିଯୋଗ ପରେ ପୋଲିସ  ଆରମ୍ଭ କରିଛି ତଦନ୍ତ । ଦୁଷ୍କର୍ମ ମାମଲା ରୁଜୁ କରି ଅଭିଯୁକ୍ତ ଗିରଫ କରିଛି ପୋଲିସ । ଏହାସହ ରବିବାର ଦିନ ଅଭିଯୁକ୍ତକୁ ମଧ୍ୟ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

   Related Posts