ବାଡେଇ ହେଉଛି ଘରର ଝରକା ଓ କବାଟ, ଭୟରେ ଥରୁଛନ୍ତି ଲୋକେ

Published By : Prameya-News7 Bureau | June 07, 2024 IST

ବାଲେଶ୍ଵର ୦୭/୦୬: ହଠାତ ଥରିଲା ବାଲେଶ୍ବର । ଆକାଶରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ । ଥରେ ନୁହେଁ, ଦୁଇ ଥର ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଯାହା ପୂରା ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି । ସବୁକିଛି ସ୍ବାଭାବିକ ଥିବା ବେଳେ ହଠାତ ବାଲେଶ୍ବର ଆକାଶରୁ ଶୁଭିଥିଲା ପ୍ରଚଣ୍ଡ ଶବ୍ଦ । ଦୋହଲି ଯାଇଥିଲା ଲୋକଙ୍କ ଘରର କବାଟ ଓ ଝରକା । 

ଚାରିଆଡେ ଖେଳି ଯାଇଥିଲା ଭୟର ବାତାବରଣ । ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ତେବେ ଏହି ଶବ୍ଦ କେଉଁଠୁ ଆସିଲା ? ଏହା ପଛର କାରଣ କ’ଣ ତାହା ସ୍ପଷ୍ଟ ହୋଇନାହିଁ । ଏମିତି ଗତ ଦୁଇ ଦିନ ହେବ ସେଠାରେ ଏମିତି ହେବାରେ ଲାଗିଛି । ଲଗାତାର ଦୁଇ ଦିନ ହେବ ବାଲେଶ୍ଵର ଜିଲ୍ଲାରେ ପ୍ରଚଣ୍ଡ ଶବ୍ଦ ଶୁଭୁଚି । 

ଗୁରୁବାର ଦୁଇ ଥର ଅଜଣା ଶବ୍ଦ ଶୁଭିଥିବା ବେଳେ ସକାଳ ପ୍ରାୟ ୧୦ଟା ୧୦ ସମୟରେ ମଧ୍ୟ ସମାନ ଭାବେ ଅଜଣା ଶବ୍ଦ ସୁଭିଛି । ତେବେ ଶବ୍ଦ ପରେ ଘରର କବାଟ ଓ ଝରକା ବାଡେଇବା ଭଳି ଅନୁଭବ କରୁଛନ୍ତି ଲୋକେ । ତେବେ କେତେକ ଲୋକେ ଅନୁମାନ କରୁଛନ୍ତି ଯେ ଏହି ଶବ୍ଦ କ୍ଷେପଣାସ୍ତ୍ର ଘାଟିର କ୍ଷେପଣାସ୍ତ୍ର ପରୀକ୍ଷଣ ବେଳର ହୋଇଥାଇପାରେ । 

କିନ୍ତୁ ଏହି ଅଜଣା ଶବ୍ଦ ବାବଦରେ ପ୍ରତିରକ୍ଷା ବିଭାଗ ତରଫରୁ କୌଣସି ସ୍ପଷ୍ଟୀକରଣ ମିଳିନଥିବା ବେଳେ , ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ କୌଣସି ସୂଚନା ମିଳି ନାହିଁ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.