ହଠାତ୍ ଫୋନ୍‌ ଆସିଲା: ମାତ୍ର ଦୁଇପଦ କଥା- ବାବାଜୀ ଆଉ ନିରଞ୍ଜନ ଏ ଦୁନିଆଁରେ ନାହାଁନ୍ତି

Published By : Prameya-News7 Bureau | May 03, 2020 IST

ପଟ୍ଟାମୁଣ୍ଡାଇ୩/୫: ଦେଶ ବାହାରକୁ ଯାଇଥିଲା ପୁଅ ଦି, ପଇସା ରୋଜଗାର କରି ନିଜ ଭୋକ ମେଣ୍ଟାଇବା ସହ ପରିବାର ମୁହଁରେ ଦାନା ଗଣ୍ଡେ ପକାଇବ। ହେଲେ ସବୁ କିଛି ଉଜାଡି ଦେଲା ଦଇବ। ଦାଦନ ଖଟିବାକୁ ଯାଇ ଆଉ ଫେରିଲାନି ସ୍ବାମୀ। ସ୍ବାମୀର ଫେରିବା ବାଟକୁ ଚାହିଁ ରହିଛି ସ୍ତ୍ରୀ। ବାପା କେବେ ଆସିବେ ବାରମ୍ବାର ପଚାରି ଛୋଟ ପୁଅ ସମସ୍ତଙ୍କ ମୁଣ୍ଡ ଖରାପ କରି ସାରିଲାଣି। ଦୁଇଦିନରେ ଦୁଇ ଦୁଇଟି ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡର ବାବାଜି ସେଠୀ ଓ ମାଳିପୁରଗାଁର ନିରଞନ ମଳିକଙ୍କ ମୃତ୍ୟୁ ହୋଇଛି। ଦୁଇଟି ଗାଁର ଦୁଇଟି ପରିବାର ଏବେ ବାହୁନି ବାହୁନି କାନ୍ଦୁଛନ୍ତି।

ଘଟଣାଟି ହେଉଛି ଏମିତି ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୦ ନଂ ଓ୍ବାର୍ଡର ବାବାଜି ସେଠୀ ଓ ମାଳିପୁରଗାଁର ନିରଞ୍ଜନ ମଲ୍ଲିକ। ଗତ କିଛି ବର୍ଷହେବ ବିଦେଶରେ ରହି ଦାଦନ ଖଟୁଥିଲେ। ଦୁଇ ଜଣଙ୍କ ପରିବାର ଦୁଇପୁଅଙ୍କ ଉପରେ ନିର୍ଭର କରେ। ତାଙ୍କର ଜମି-ବାଡି କିଛି ନାହିଁ। କେବଳ ତାଙ୍କ ରୋଜଗାରରେ ନିଜ ପରିବାର ପେଟକୁ ଦାନ ଗଣ୍ଡେ ଯୋଗାଇଥାଆନ୍ତି।କିଛି ଦିନ ପୁର୍ବରୁ ତାଙ୍କ ସାଙ୍ଗମାନେ ଫୋନରେ କହିଥିଲେ ଯେ, ବାବାଜୀଙ୍କୁ ଥଣ୍ଡାଜ୍ବର ହୋଇଛି। ଆଉ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଉ ଦିନ ୪ ଟା ନପୁରୁଣୁ ହଠାତ୍ ଫୋନ ଆସିଲା ଯେ ୧୦ ନଂ ଓ୍ବାର୍ଡ ବାବାଜୀ ଆଉ ନାହିଁ। ଏହି ଦୁଃଖ ଘଟଣା ଶୁଣିବା ପରେ ଦୁଃଖରେ ଭାଙ୍ଗି ପଡିଥିଲେ ମୃତ ବାବାଜୀଙ୍କ ପରିବାର ଲୋକ।

{"id":264219,"sizeSlug":"large"}

ସେହିଭଳି ସମାନ ଘଟଣା ଘଟିଛି ଆଉ ଗୋଟେ ପରିବାରରେ। ପଟ୍ଟାମୁଣ୍ଡାଇର ମାଳିପୁରଗାଁର ନିରଞ୍ଜନ ମଳିକ ତାଙ୍କର ବି ସେହି ସମାନ ଅବସ୍ଥା । ହଠାତ ଫୋନ ଆସିଲା ସେ ଥଣ୍ଡାଜ୍ବରରେ ଅସୁସ୍ଥ ଥିଲେ । ତାଙ୍କର ହଠାତ ଫୋନ୍ ଆସିଲା ନିରଞ୍ଜନ ଆଉ ନାହାନ୍ତି। ମୃତ ଦୁଇଜଣଙ୍କୁ ନିଜ ଗାଁକୁ ଫେରାଇ ଆଣିବାକୁ ତାଙ୍କ ପରିବାର ଲୋକ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.