ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ହଠାତ୍‌ ଆକାଶର ରଙ୍ଗ ସବୁଜ ହେଇଗଲା, ଭୟରେ ଘରେ ଲୁଚିଲେ ଲୋକେ, ପରେ ଜଣାପଡିଲା କାରଣ

9/07/2022 at 7:37 PM

ୱାଶିଂଟନ: ଆକାଶ ବେଳେ ବେଳେ ଏମିତି ରଙ୍ଗରେ ରଙ୍ଗୀନ ହୋଇଯାଏ ଯେ ଲୋକେ ଭୟଭୀତ ହୋଇଯାଆନ୍ତି। ଅନେକ ଥର ଆକାଶର ଲାଲ୍ ଓ ଗୋଲାପୀ ରଙ୍ଗ ଦଖିବାକୁ ମିଳିଛି। ହେଲେ ନିକଟରେ ଆମେରିକାର ସାଉଥ ଡାକୋଟର ସିଓକ୍ସ ଫଲ୍ସର ଆକାଶ ଏମିତି ରଙ୍ଗରେ ରଙ୍ଗୀନ ହେଲା ଯେ ଲୋକେ ଭୟରେ ଘର ଭିତରେ ପଶିଗଲେ। ହଠାତ୍ ଆକାଶର ରଙ୍ଗ ସବୁଜ ହୋଇଗଲା। ଲାଗିଲା ସିନେମାରେ ଯେମିତି ଭୂତର ଛାୟା ଆକାଶରେ ଛାଇଯାଏ ଠିକ୍ ସେହିଭଳି କେହି ଜଣେ ଆକାଶକୁ ଘୋଡ଼ାଇ ଦେଲା।

WOW! Sky Turns "Green" In United States, Leaving Internet Users Perplexed -  Science

ଆକାଶର ରଙ୍ଗ ଦେଖି ଲୋକେ ସିନା ଡରିଗଲେ ହେଲେ ଶୋସିଆଲ୍‌ ମିଡିଆରେ ଫଟୋ ଭାଇରାଲ ହେଲା। ବହୁ ଲୋକେ ଫଟୋ ଶେୟାର କରିବା ସହ ଭଳି ଭଳି କଥା ଲେଖି ପୋଷ୍ଟ କଲେ। କେହି କେହି ଏହାକୁ ଆଗାମୀ ଦିନରେ ଆସୁଥିବା ବିପଦର ସଂକେତ ବୋଲି ମଧ୍ୟ କହିଲେ। ତେବେ ଯଦିଓ ଏଭଳି ଘଟଣା ଅଦ୍ଭୁତ ଓ ଭୟଭୀତ କଲାଭଳି, ତେବେ ଏହା ପଛରେ ଥିବା ବିଜ୍ଞାନକୁ ଆମକୁ ବୁଝିବାକୁ ପଡ଼ିବ। ଆକାଶରେ ଏଭଳି ସବୁଜ ରଙ୍ଗ ବରଫରରୁ ନିର୍ଗତ ହେଉଥିବା ସବୁଜ ରଙ୍ଗ କାରଣରୁ ହୋଇଥିଲା।

Green Skies, Ominous Clouds in South Dakota as Wicked Storms Whip Eastward

ଏନେଇ ଆମେରିକାର NWS (ଜାତୀୟ ଜଳବାୟୁ ସେବା)ର ବୈଜ୍ଞାନିକ କୋରି ମାର୍ଟିନ ପ୍ରକୃତିର ଏଭଳି ଦୁର୍ଲଭ ବୈଜ୍ଞାନିକ ପ୍ରକ୍ରିୟା ବିଷୟରେ ଲୋକଙ୍କୁ ବୁଝାଇଥିଲେ। ଏଥିପାଇଁ ସେ ଇନ୍‌ଫୋଗ୍ରାଫିକର ସହଯୋଗ ନେଇଥିଲେ। ସେ କହିଥିଲେ, ଝଡ଼ ସମୟରେ ପ୍ରଚୁର ପାଣି ଓ ଗଭୀରତା ଥିବା ଜଳକଣା ଓ ବରଫରୁ ଏକ ପ୍ରକାର ନୀଳ ଆଲୋକ ବାହାରିଥାଏ।

Skies turn green in South Dakota due to severe storms with rain, hail -  UPI.com

ଏହି ନୀଳ ଆଲୋକ ଆକାଶରେ ଛାଇଯାଇଥିବା ଲାଲ୍‌ ଆଲୋକ ସହ ମିଶିବ ପରେ ଏଭଳି ସବୁଜ ରଙ୍ଗ ହୋଇଯାଏ। ବାଦଲେ ଭିତରେ ଅଧିକମାତ୍ରାରେ ବରଫ ଓ ପାଣି ଥିଲେ ଏଭଳି ରଙ୍ଗ ଦେଖାଯାଏ। ମାର୍ଟିନଙ୍କ କହିବା କଥା ହେଲା ଯଦି ଆକାଶର ରଙ୍ଗ ଏପରି ହୋଇଯାଏ ତେବେ ବହୁମାତ୍ରାରେ ବରଫପାତ୍ର ହେବାର ସମ୍ଭାବନା ରହିଛି। ଦୁଇ ମାସ ପୂର୍ବରୁ ଚୀନର ଝୋଉସନ ସହରରେ ଆକାଶର ଲାଲ୍‌ ହୋଇଯାଇଥିଲା। ଏହା ପଛରେ ବି ବୌଜ୍ଞାନିକ କାରଣ ବୁଝାଇଥିଲେ ସାଇଣ୍ଟିଷ୍ଟ।  

   Related Posts