ବାଦଲ ଫଟା ବର୍ଷା ଯୋଗୁ ନୁହେଁ ଅମରନାଥ ଅଚାନକ ବନ୍ୟା, ସ୍ଥାନୀୟ ବର୍ଷା ରଚିଛି ବିତ୍ପାତ : IMD

Published By : Prameya-News7 Bureau | July 09, 2022 IST

ନୂଆଦିଲ୍ଲୀ ୯।୭: ଦକ୍ଷିଣ କଶ୍ମୀରର ଅମରନାଥ ଗୁମ୍ଫା ନିକଟରେ ଶୁକ୍ରବାର ଆସିଥିବା ଅଚାନକ ବନ୍ୟା ବାଦଲ ଫାଟିବା (କ୍ଲାଉଡ ବ୍ରଷ୍ଟ) ଯୋଗୁ ନୁହେଁ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶନିବାର ପୁଷ୍ଟି କରିଛନ୍ତି। ଅତ୍ୟାଧିକ ସ୍ଥାନୀୟ ବର୍ଷା ଯୋଗୁ ଏପରି ପରିସ୍ଥିତି ସୃଷ୍ଟି  ହୋଇଥିବା ଆଇଏମଡି କହିଛନ୍ତି। ପାଣିପାଗ ବୈଜ୍ଞାନିକଙ୍କ ଅନୁସାରେ ଶୁକ୍ରବାର ଅପରାହ୍ନ ସାଢେ ୪ଟାରୁ ସନ୍ଧ୍ୟା ସାଢେ ୬ଟା ସୁଦ୍ଧା ଗୁମ୍ଫା ଆଖପାଖ ପର୍ବତ୍ୟାଞ୍ଚଳରେ ୩୧ ମିଲିମିଟର ବର୍ଷା ହୋଇଥିଲା। ଯାହା କ୍ଲାଉଡ ବ୍ରଷ୍ଟ ଭଳି କୌଣସି ଘଟଣାଠାରୁ କମ୍ ନୁହେଁ ବୋଲି ଆଇଏମଡି କହିଛନ୍ତି।

ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର  ଗଣମାଧ୍ୟମକୁ ସାକ୍ଷାତକାରରେ  ଅମରନାଥ ଗୁମ୍ଫା ମନ୍ଦିର ନିକଟବର୍ତ୍ତି ଉଚ୍ଚ ପାହାଡ଼ ଉପରେ ବର୍ଷା ଯୋଗୁ ଅଚାନକ ବନ୍ୟା ଆସିଥାଇପାରେ ବୋଲି କହିଛନ୍ତି। ଆଇଏମଡିଙ୍କ ଅନୁସାରେ ଯେତେବେଳେ କୌଣସି ପାଣିପାଗ କେନ୍ଦ୍ର ଅନ୍ତର୍ଗତ ଅଞ୍ଚଳରେ ୧ ଘଣ୍ଟାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୁଏ ସେତେବେଳେ ବର୍ଷାକୁ ବାଦଲଫଟା ଶ୍ରେଣୀରେ ରଖାଯାଏ। ତେବେ ଶୁକ୍ରବାର ଅମରନାଥ ଗୁମ୍ଫା ଅଞ୍ଚଳରେ ଏତେ ପରିମାଣରେ ବର୍ଷା ହୋଇ ନାହିଁ।

{"id":653857,"sizeSlug":"large","linkDestination":"none"}

ଅମରନାଥ ଗୁମ୍ଫା ମନ୍ଦିର ନିକଟରେ ଅଟୋମ୍ୟାଟିକ ୱେଦର ଷ୍ଟେସନ ରହିଛି। ଯାହାକୁ ତୀର୍ଥଯାତ୍ରା କାଳରେ ପାଣିପାଗର ପୂର୍ବାନୁମାନ ଲାଗି ବ୍ୟବହାର କରାଯାଏ। ତେବେ ଆଖପାଖରେ ଥିବା ଦୁର୍ଗମ ପାହାଡ଼ରେ ପାଣିପାଗ ଆକଳନ ଲାଗି କୌଣସି ୱେଦର ଷ୍ଟେସନ ନାହିଁ। ଜମ୍ମୁ-କାଶ୍ମୀର ଅମରନାଥ ଗୁମ୍ଫା ନିକଟରେ ଅଚାନକ ବନ୍ୟା ଆସିବା ଯୋଗୁ ଶନିବାର ସୁଦ୍ଧା ୧୬ ଜଣଙ୍କ ମୃତ୍ୟୁ ପୁଷ୍ଟି କରାଯାଇଛି। ଅଚାନକ ବନ୍ୟା ଆସିବା ଯୋଗୁ ମନ୍ଦିର ନିକଟରେ ଲଗା ଯାଇଥିବା ତମ୍ବୁ ଓ ସାମୁଦାୟୀକ ରୋଷେଇ ଭାସି ଯାଇଛି।

ଶ୍ରୀନଗର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ସୋନମ ଲୋଟସ ପବିତ୍ର ଗୁମ୍ଫା ନିକଟରେ ଏହା ଅତ୍ୟାଧିକ ସ୍ଥାନୀୟ ବର୍ଷା ଯୋଗୁ ଅଘଟଣ ବୋଲି କହିଛନ୍ତି। ତେବେ ଏଠାରେ ଏପରି ବର୍ଷା କିଛି ନୂଆ କଥା ନୁହେଁ କ୍ଷେତ୍ରରେ ଚଳିତବର୍ଷ ଆରମ୍ଭରେ ମଧ୍ୟ ଏହିପରି ବର୍ଷା ହୋଇଥିଲା। ଆଇଏମଡିଙ୍କ ଅନ୍ୟ ଜଣେ ବୈଜ୍ଞାନିକ ଗୁମ୍ଫା ମନ୍ଦିର ନିକଟରେ ଅପରାହ୍ନ ସାଢେ ୫ରୁ ସାଢେ ୬ଟା ମଧ୍ୟରେ ୨୮ ମିଲିମିଟର ବର୍ଷା ହୋଇଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.