‘ଫନି’ ବାତ୍ୟା କ୍ଷୟକ୍ଷତି ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ଅଭିଯୋଗରେ ଏସୟୁସିଆଇ ପକ୍ଷରୁ ବିକ୍ଷୋଭ

Published By : Prameya-News7 Bureau | November 22, 2019 IST

କଟକ ୨୨।୧୧: କଟକ ସଦର ବ୍ଲକ୍ ରେ ଫନି ବାତ୍ୟା କ୍ଷୟକ୍ଷତି ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । କ୍ଷତିଗ୍ରସ୍ତଙ୍କୁ ବ୍ଲକ୍ ତରଫରୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଯେଉଁ ସର୍ଭେ କାମ ଚାଲିଛି, ସେଥିରେ ପ୍ରିୟାପ୍ରିତୀ ତୋଷଣ ଓ ଦଳୀୟ ଭିତ୍ତିରେ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ହୋଇଛି । ଏହାସହ ଯାହା ବି ସର୍ଭେ ହୋଇଛି, ତାହା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ପାରୁନାହିଁ । ଫଳରେ ବାତ୍ୟାରେ ନିରାଶ୍ରୟ ହୋଇଥିବା ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଏସ୍ ୟୁ ସି ଆଇ ପକ୍ଷରୁ ଅଭିଯୋଗ ହୋଇଛି । ଏହିସବୁ ଅଭିଯୋଗ କରି ଆଜି ଏସ୍ ୟୁ ସି ଆଇ ପକ୍ଷରୁ କଟକ ସଦର ବ୍ଲକ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

{"id":188125,"sizeSlug":"large"}

ଅନ୍ୟ ପଟେ ସଦର ବ୍ଲକ୍ ବିଡିଓଙ୍କ କହିବା ଅନୁସାରେ କିଛି ଯାଗାରେ ହିତାଧିକାରୀ ଚିହ୍ନଟ ସରିଛି ଓ ଆଉ କିଛି ଯାଗାରେ ସର୍ଭେ କାମ ଚାଲିଛି । ସର୍ଭେ ସରିବା ପରେ ଚୂଡାନ୍ତ ହିତାଧିକାରୀ ତାଲିକା ପଞ୍ଚାୟତ ଅଫିସ୍ ରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଦର୍ଶିତ ହେଉଥିବା ବିଡିଓ କହିଛନ୍ତି । ମାତ୍ର ଆନ୍ଦୋଳକାରୀଙ୍କ କହିବା ଅନୁସାରେ ଏହା କେବଳ ଧର୍ମକୁ ଅଖିଠାର । କାଗଜ କଲମରେ ହିତାଧିକାରୀ ତାଲିକା ଟଙ୍ଗା ଯାଉଛି । ମାତ୍ର ବାସ୍ତବପକ୍ଷେ ସେପରି ହେଉ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.