ଆରଟିଆଇରେ ତଥ୍ୟ ମାଗିବା ପଡିଲା ମହଙ୍ଗା, ଗିରଫ ହେଲେ ସୂଚନା ଅଧିକାର କର୍ମୀ

Published By : Prameya-News7 Bureau | June 27, 2021 IST

ଝାରୁସୁଗୁଡା,୨୭/୦୬:  ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିବା ସୂଚନା ଅଧିକାର କର୍ମୀଙ୍କୁ ମହଙ୍ଗା ପଡିଲା ।ଝାରସୁଗୁଡା ପୋଲିସ ଗିରଫ କଲା ଗିରଫ । ସୂଚନା ଅଧିକାର କର୍ମୀ ତଥା ବହୁ ତଥ୍ୟର ଖୁଲାସା କରୁଥିବା ସମାଜସେବୀ ସତ୍ୟନାରାୟଣ ରାଓଙ୍କୁ ଜେଲ ଯିବାକୁ ପଡିଛି।

ସୂଚନା ଅନୁସାରେ, ସତ୍ୟ ନାରାୟଣ ରାଓ କିଛି ତଥ୍ୟ ପାଇଁ ଝାରସୁଗୁଡ଼ା ପୌରପାଳକାକୁ RTI ରେ ତଥ୍ୟ ମାଗିଥିଲେ। ତେବେ ତଥ୍ୟ ବିଳମ୍ବ ହେବାପରେ ମଧ୍ୟ ହସ୍ତଗତ ହୋଇ ନଥିଲା। ବରଂ ତାଙ୍କୁ ତଥ୍ୟ ପାଇବା ପାଇଁ ୧ଲକ୍ଷ୭୨ ହଜାର ଟଙ୍କା ଜମା କରିବାକୁ ନିର୍ଦେଶ ଦିଆଯାଇଥିଲା। ଏହି ତଥ୍ୟ ପାଇଁ ତାଙ୍କୁ କାହିଁକି ଏତେ ପରିମାଣର ଟଙ୍କା ଜମା କରିବାକୁ କୁହାଗଲା ବୋଲି ସେ ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ଭେଟି  ଏବାବଦରେ ପଚାରିଥିଲେ । ଏହି କଥାକୁ ନେଇ ସେଠାରେ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

ଏହାକୁ ଆଧାର କରି ଝାରସୁଗୁଡ଼ା ପୌରପାଳିକା କାର୍ଯ୍ୟନିର୍ବହୀ ଅଧିକାରୀ ଝାରସୁଗୁଡ଼ା ଥାନାରେ ଶ୍ରୀ ରାଓଙ୍କ ବିରୋଧରେ ଏକ ଏଫଆଇଆର ଦେଇଥିଲେ। ଏହାକୁ ଭିତ୍ତି କରି ସତ୍ୟନାରାୟଣ ରାଓଙ୍କୁ ପୋଲିସ ଉଠାଇ ନେଇଥିଲେ। ତାଙ୍କ ବିରୋଧରେ  ଧମକ ଦେବା, ଅଶାଳୀନ ମନ୍ତବ୍ୟ ଓ ସରକାରୀ ଅଧିକାରୀଙ୍କୁ କାର୍ଯ୍ୟରେ ବାଧା ଦେବା ଭଳି ଅଭିଯୋଗ ସହ ଭାରତୀୟ ପିଙ୍ଗଳ କୋଡ଼ ଧାରା ୨୯୪, ୩୫୩ ଏବଂ ୫୦୬ ଦଫାରେ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା। ସେଠାରୁ ରାଓଙ୍କୁ ଜାମିନ ଖାରଜ ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆ ଯାଇଛି।

ଏନେଇ ସାଧାରଣରେ ଅସନ୍ତୋଷ  ସୃଷ୍ଟି ହେବା ସହ ସରକାରୀ ଅଧିକାରୀ ନିଜ ପଦବୀର ଦୂରୁପଯୋଗ କରିଥିବା କଥା କହିଛନ୍ତି ସମାଜସେବୀ ଅଜୁ ବାରିକ । ସେହିପରି ବିଜେପି ନେତା ଦିନେଶ ଜୈନ ଓ କଂଗ୍ରେସ ନେତା ସିୟରାମ ଦାସ ମଧ୍ୟ ଏପରି ଗିରଫଦାରିକୁ ନିନ୍ଦା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.