କିଛି ଏମିତି ଥିଲା ଚିତାକୁ ଭାରତ ଆଣିଥିବା ବିମାନର ଭିତର ଦୃଶ୍ୟ, ଦେଖନ୍ତୁ VIDEO

Published By : Prameya-News7 Bureau | September 17, 2022 IST

ନୂଆଦିଲ୍ଲୀ: ନାମିବିଆରୁ ଆଠ ଚିତାବାଘ ଶନିବାର ଭାରତ ପହଞ୍ଚି ସାରିଛି । ଭାରତରେ ଏହି ଜୀବ ବିଲୁପ୍ତ ହେବାର ସାତ ଦଶନ୍ଧି ପରେ ପୁଣି ଥରେ ଦେଶକୁ ଫେରିଛି। ବୋଇଙ୍ଗର ଏକ ସ୍ଵତନ୍ତ୍ର ବିମାନ ଶୁକ୍ରବାର ବିଳମ୍ଵିତ ରାତ୍ରିରେ  ଚିତାକୁ ଧରି ଭାରତ ଅଭିମୁଖେ ଉଡାଣ ଭରିଥିଲା। ବିମାନରେ କାଠରେ ନିର୍ମିତ ସ୍ଵତନ୍ତ୍ର ପିଞ୍ଜରାରେ ପ୍ରାୟ ୧୦ ଘଣ୍ଟାର ଯାତ୍ରା ପରେ ଶନିବାର ଭାରତରେ ପହଞ୍ଚିଛି ଚିତା। ଏଥିପାଇଁ ବିମାନରେ ବିଶେଷ ବ୍ୟବସ୍ଥା କରାଯାଇଥିଲା।

ବିମାନ ଆଜି ସକାଳ ପ୍ରାୟ ୮ଟାରେ ଗ୍ଵାଲିୟର ବିମାନ ବନ୍ଦରରେ ଅବତରଣ କରିଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଠ ଚିତାକୁ ମଧ୍ୟ ପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଛାଡିଛନ୍ତି। ବର୍ତ୍ତମାନ ଏକ ବାଡା ଭିତରେ ୩୦ ଦିନ ଯାଏଁ କ୍ଵାରେଣ୍ଟାଇନ୍‌ରେ ରଖାଯିବ। ଏହି ସମୟରେ ସେମାନଙ୍କର ବ୍ୟବହାର, ସ୍ଵାସ୍ଥ୍ୟ ଏବଂ ଅନୁକୂଳତା ଉପରେ ସଂପୂର୍ଣ୍ଣ ନଜର ରଖାଯିବ। ଏହା ପରଖାଯିବ ଯେ, ଚିତା ଭାରତୀୟ ପରିବେଶରେ ନିଜକୁ କେମିତି ଖାପଖୁଆଉଛି। ଏହାର ଗୋଟିଏ ମାସ ପରେ ଚିତାଗୁଡିକୁ ଏକ ବର୍ଗ କିଲୋମିଟର ବଡ ବାଡା ଭିତରେ ଛଡାଯିବ। ପୁଣି ଏହାର  ମାସେ କିମ୍ବା ଦେଢ ମାସ ପରେ ତୃତୀୟ ପର୍ଯ୍ୟାୟରେ ସେମାନଙ୍କୁ କୁନା ନ୍ୟାସନାଲ ପାର୍କରେ ଖୋଲାରେ ବୁଲିବାକୁ ଛାଡି ଦିଆଯିବ ବୋଲି ଅଧିକାରୀ କହିଛନ୍ତି।

wp:html /wp:html

ଯେଉଁ ବିମାନ ଜରିଆରେ ଚିତାବାଘଗୁଡିକୁ ନାମିବିଆରୁ ଭାରତ ଅଣାଯାଇଛି ତାହା ୭୪୭-୪୦୦ ମାଲବାହକ ବିମାନ ଥିଲା। ବିମାନ ନାମିବିଆରେ ପହଞ୍ଚିବା ପରେ ଏହାର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ବିମାନ ଉପରେ ଚିତାର ପେଣ୍ଟିଂ କରାଯାଇଥିଲା। ଏବେ ବିମାନ ଭିତରର ଭିଡିଓ ସାମ୍ନାକୁ ଆସିଛି। ଏହା ଦେଖିଲେ ଆପଣ ଅନୁମାନ କରି ପାରିବେ ଯେ, ଚିତାକୁ ଆଣିବା ପାଇଁ କେତେ ପରିଶ୍ରମ କରିବାକୁ ପଡିଛି।

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ବିମାନର ଭିତରର ଭିଡିଓ ସେୟାର କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି ଯେ, କାଠରେ ନିର୍ମିତ ସ୍ଵତନ୍ତ୍ର ପିଞ୍ଜରାରେ ବନ୍ଦ ଚିତାକୁ ଆଣିବା ପାଇଁ କେଉଁଭଳି ବ୍ୟବସ୍ଥା କରାଯାଇଥିଲା। ଭିଡିଓରେ ଆପଣ ଦେଖି ପାରିବେ ଯେ, ବିମାନରେ ଚାରି-ଚାରି ପିଞ୍ଜରାକୁ ଦୁଇଟି ସ୍ଥାନରେ ରଖାଯାଇଛି। ଗ୍ଵାଲିୟରରେ ବିମାନ ଅବତରଣ କରିବା ଠିକ୍ ପୂର୍ବରୁ ଏହି ଭିଡିଓ ଉତ୍ତୋଳନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.