oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ସମ୍ ହସ୍ପିଟାଲରେ ୭ ବର୍ଷ ଶିଶୁ କନ୍ୟାର ସଫଳ ହୃଦ ଅସ୍ତ୍ରୋପଚାର, ଫୁସ୍‌ଫୁସ୍‌ରେ ରହିଥିଲା ଛିଦ୍ର

26/04/2022 at 7:09 PM

ଭୁବନେଶ୍ୱର, ୨୬/୦୪: ଜନ୍ମଗତ ହୃଦଜନିତ ତୃଟି ଥିବା ଏକ ୭ ବର୍ଷର ଶିଶୁ କନ୍ୟାକୁ ସଫଳ ଅସ୍ତ୍ରୋପଚାର ମାଧ୍ୟମରେ ସୁସ୍ଥ କରିପାରିଛନ୍ତି ସମ୍ ହସ୍ପିଟାଲର ଡାକ୍ତର । ଏହି ଶିଶୁ କନ୍ୟାଟିର ଜନ୍ମରୁ ହାର୍ଟରେ ଏକ ଛିଦ୍ର ରହିଥିବା ବେଳେ ଫୁସଫୁସକୁ ଠିକ୍ ଭାବେ ରକ୍ତ ସଂଚାଳନ ହୋଇପାରୁନଥିଲା । ତେବେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର କାର୍ଡିଓଲୋଜି ବିଭାଗର ଡ଼ାକ୍ତରଙ୍କ ପ୍ରଚେଷ୍ଟା ଓ ଚିକିତ୍ସା ଓ ଅସ୍ତ୍ରୋପଚାର ଦ୍ୱାରା ଶିଶୁ କନ୍ୟାଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛି ।

କେନ୍ଦୁଝର ଅଂଚଳର ଏହି ଶିଶୁଟିର ଜଟିଳ ହୃଦ ସମସ୍ୟା ଥିବା ଯୋଗୁ ସେ ଠିକ୍ ଭାବେ ସେ ତାର ଖାଦ୍ୟ ଗ୍ରହଣ କରି ପାରୁନଥିଲା । ତାର ଓଜନ ଖୁବ୍ କମ୍ ଥିଲା ଏବଂ ସେ କୌଣସି ଶାରିରୀକ କାର୍ଯ୍ୟ କରିବାରେ ମଧ୍ୟ ସକ୍ଷମ ହୋଇପାରୁନଥିଲା । ତାର ପିତାମାତା ଅନେକ ହସ୍ପିଟାଲରୁ ନିରାଶ ହେବା ପରେ ଶେଷରେ ସମ୍ ହସ୍ପିଟାଲ ଆସିଥିଲେ । ଏଠାରେ ପ୍ରଥମେ କାର୍ଡିଓଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର କୁମାର ଗୌରବ ଚିକିତ୍ସା ଆରମ୍ଭ କରିବା ସହ ପରୀକ୍ଷା ନିରୀକ୍ଷା କରିଥିଲେ । ପରୀକ୍ଷାରୁ ଝିଅଟିରେ ହାର୍ଟରେ ଛିଦ୍ର ଅର୍ଥାତ୍ ଭେଂଟ୍ରିକୁଲାର ସେପ୍ଟାଲ ଡିଫେକ୍ଟ (ଭିଟିଏସ) ଥିବା ସହ ଫୁସଫୁସକୁ ଠିକ୍ ଭାବେ ରକ୍ତ ସଂଚାଳନ ହୋଇପାରୁନଥିବାର ଜାଣିବାକୁ ପାଇଥିଲେ । ଏହି ସମସ୍ୟା ଯୋଗୁ ତାର ଶରୀରରେ ଅମ୍ଳଜାନ ସ୍ତର ମାତ୍ର ୬୦-୬୫ ରହୁଥିଲା ବୋଲି ଡ଼ାକ୍ତର କୁମାର ଗୌରବ କହିଛନ୍ତି ।

ଶିଶୁଟିର ଅବସ୍ଥା ସଂକଟାପନ୍ନ ଦେଖି ସେ ତୁରନ୍ତ କାର୍ଡିଓଲୋଜି ବିଭାଗର ସିଟିବିଏସ ସର୍ଜନ ଡ଼ାକ୍ତର ସଂଗ୍ରାମ କେଶରୀ ବେହେରାଙ୍କ ନିକଟକୁ ପଠାଇଥିଲେ । ଡାକ୍ତର ବେହେରା ଓ ତାଙ୍କ ଟିମ୍ ତୁରନ୍ତ ଶିଶୁର ଅସ୍ତ୍ରୋପଚାର କରିବାର ନିଷ୍ପତି ନେଇଥିଲେ । ଏହି ବିରଳ ଅସ୍ତ୍ରୋପଚାର ଦ୍ୱାରା ତା ହାର୍ଟରେ ଥିବା ଛିଦ୍ରଟିକୁ ବନ୍ଦ କରିଦେବା ସହ ଫୁସଫୁସକୁ ସ୍ୱଚ୍ଛ ରକ୍ତ ସଂଚାଳନ କରୁଥିବା ଧମନୀ, ଯାହାକି ବନ୍ଦ ହୋଇଯାଇଥିଲା ସେ ରାସ୍ତାକୁ ସଫା କରିବା ସହ ଉନ୍ମୁକ୍ତ କରିଦେଇଥିଲେ । ଯାହା ଫଳରେ ଶିଶୁଟି ନିଶ୍ୱାସ ନେବାରେ ଆଉ କୌଣସି ସମସ୍ୟା ହୋଇ ପାରିନଥିଲା ଏବଂ ସେ ସୁସ୍ଥ ହୋଇପାରିଥିଲା ।  ତାର ଅମ୍ଳଜାନ ସ୍ତର ମଧ୍ୟ ୧୦୦ ପ୍ରତିଶତ ହୋଇପାରିଛି ବୋଲି ଅପରେସନ କରିଥିବା ଡ଼ାକ୍ତର ସଂଗ୍ରାମ କେଶରୀ ବେହେରା କହିଛନ୍ତି ।

ବର୍ତ୍ତମାନ ଶିଶୁଟି ସୁସ୍ଥ ଅଛି ଏବଂ ଖୁବ୍ ଶିଘ୍ର ହସ୍ପିଟାଲରୁ ଡିସଚାର୍ଜ ମଧ୍ୟ ହୋଇଯିବ ବୋଲି ମଙ୍ଗଳବାର ସମ୍ ହସ୍ପିଟାଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କାର୍ଡିଓଲୋଜି ବିଭାଗର ଡାକ୍ତର କୁମାର ଗୌରବ, ଡାକ୍ତର ସଂଗ୍ରାମ କେଶରୀ ବେହେରା, ଡ଼ାକ୍ତର ଦେବସ୍ମିତା ରଥ ଓ ଡ଼ାକ୍ତର ଅନୁସ୍ପନ୍ଦନା ମହାପାତ୍ର ସୂଚନା ଦେଇଛନ୍ତି ।

ଶିଶୁଟିର ଜନ୍ମରୁ ଏଭଳି ସମସ୍ୟା ଥିବାବେଳେ ଏବେ ସମ୍ ହସ୍ପିଟାଲର ଡାକ୍ତରଙ୍କ ଯୋଗୁଁ ସେ ସୁସ୍ଥ ହୋଇପାରିଛି ବୋଲି ତାର ବାପା-ମା କହିଛନ୍ତି । ତେବେ ଏଭଳି ଜନ୍ମଗତ ହୃଦ ସମସ୍ୟା ଥିବା ଶିଶୁଙ୍କର ଏକ ବର୍ଷ ମଧ୍ୟରେ ଅପରେସନ କରାଇଦେବା ଉଚିତ ବୋଲି ଡ଼ାକ୍ତର ଦେବସ୍ମିତା ରଥ କହିଛନ୍ତି ।

ସମ୍ ହସ୍ପିଟାଲରେ ଏକ ପେଡିଆଟ୍ରିକ୍ କାର୍ଡିଓଲୋଜି ୟୁନିଟ୍ ଖୋଲାଯାଇଥିବାବେଳେ ଡାକ୍ତର ଗୌରବ, ଡ଼ାକ୍ତର ବେହେରା, ଡ଼ାକ୍ତର ରଥ, ଡ଼ା ଅନୁସ୍ପନ୍ଦନା ମହାପାତ୍ର ଓ କାର୍ଡିଆକ ଆନେସ୍ଥେଟିଷ୍ଟ ଡ଼ାକ୍ତର ସୁଶାନ୍ତ ଭୋଇଙ୍କ ସମେତ ୨୦ ଜଣଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ଏଭଳି ବିରଳ ଓ ଜଟିଳ ହୃଦ ସମସ୍ୟାର ସଫଳ ଅସ୍ତ୍ରୋପଚାର କରାଯାଉଥିବା ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି ।

   Related Posts