ସମ୍ ଫୁଲନଖରା କ୍ୟାମ୍ପସ୍‌ରେ ଜଟିଳ ରୋଗର ସଫଳ ଚିକିତ୍ସା

Published By : Prameya-News7 Bureau | April 16, 2024 IST

ଭୁବନେଶ୍ବର: ସମ୍ ଫୁଲନଖରା କ୍ୟାମ୍ପସ୍‌ରେ ଜଟିଳ ପାଇଲୋନେଫ୍ରାଇଟିସ୍ ରୋଗର ସଫଳ ଚିକିତ୍ସା। ଜୀବାଣୁ ସଂକ୍ରମଣ ଯୋଗୁଁ କିଡ୍‌ନୀରେ ପ୍ରବାହ ସହ ସେପ୍‌ଟିକ୍ ସକ୍ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଯାହାକୁ ଡାକ୍ତରୀ ଭାଷାରେ ପାଇଲୋନେଫ୍ରାଇଟିସ୍ ବୋଲି କୁହାଯାଇଥାଏ । ସେଭଳି ଜଟିଳ ରୋଗରେ ପୀଡ଼ିତ ଥିବା ଜଣେ ରୋଗୀଙ୍କର ସଫଳ ଚିକିତ୍ସା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫୁଲନଖରା କ୍ୟାମ୍ପସରେ ହୋଇଛି।

୪୨ ବର୍ଷୀୟ ଏହି ପୁରୁଷ ରୋଗୀ ଗତ ଏପ୍ରିଲ ୩ ତାରିଖ ଦିନ ଜ୍ୱର, ଶ୍ୱାସ ପ୍ରଶ୍ୱାସରେ ସମସ୍ୟା ନେଇ ହସ୍ପିଟାଲ୍‌କୁ ଆସିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ର କ୍ରିଟିକାଲ୍ କେୟାର ମେଡିସିନ୍ ବିଶେଷଜ୍ଞ ଡାକ୍ତର ଗୌରୀଶଙ୍କର ରାୟଙ୍କର ଅଧିନରେ ଭର୍ତି କରାଯାଇ ଆଇସିୟୁରେ ରଖାଯାଇଥିଲା । 

ନିଃଶ୍ୱାସ ନେବାରେ ସମସ୍ୟା ହେବାରୁ ହସ୍ପିଟାଲ୍‌ରେ ଭର୍ତ୍ତି ହେବାର ପରଦିନ ତାଙ୍କୁ ଭେଣ୍ଟିଲେଟରରେ ରଖାଯିବା ସହ ୪ ଥର ଡାଏଲିସିସ୍ ମଧ୍ୟ କରାଯାଇଥିଲା । ସେହିପରି ୟୁରେଟେରେସ୍କୋପିକ୍ ଲିଥୋଟ୍ରିପ୍ସି (ୟୁଆର୍‌ଏସ୍‌ଏଲ୍‌) ପ୍ର୍ରକ୍ରିୟା ଦ୍ୱାରା ତାଙ୍କର କିଡ୍‌ନୀ୍ ଷ୍ଟୋନ୍ ବାହାର କରାଯାଇଥିଲା । 

ନେଫ୍ରୋଲୋଜିଷ୍ଟ ଓ ରେଡିଓଲୋଜିଷ୍ଟ ମାନଙ୍କୁ ନେଇ ଗଠିତ ଏକ ଡାକ୍ତରୀ ଟିମ୍ ସମ୍ପୃକ୍ତ ରୋଗୀଙ୍କର ଚିକିତ୍ସା କରିଥିଲେ । ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ଏପ୍ରିଲ୍ ୬ ତାରିଖ ଦିନ ତାଙ୍କୁ ଭେଂଟିଲେଟରରୁ କଢ଼ାଯିବା ସହ ପରବର୍ତୀ ସମୟରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ମଧ୍ୟ କରାଯାଇଛି । 

ରୋଗୀ ଜଣଙ୍କ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଦୈନନ୍ଦିନ କାର୍ଯ୍ୟ ମଧ୍ୟ କରୁଛନ୍ତି । ରୋଗୀଙ୍କ ପରିବାରବର୍ଗ ନିଜର ଖୁସି ବ୍ୟକ୍ତ କରିବା ସହ ଏହି ସଫଳ ଚିକିତ୍ସା ପାଇଁ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଓ ପାରାମେଡିକ୍ସଙ୍କୁ ଧନ୍ୟବାଦ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.