ସଫଳ ହେଲା ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ ଅଗ୍ନି-୧ର ଟ୍ରେନିଂ ଲଞ୍ଚ: ଏପିଜେ ଅବଦୁଲ କଲାମ ଦ୍ବୀପରୁ ହୋଇଥିଲା ପରୀକ୍ଷଣ
1/06/2023 at 10:56 PM

ନୂଆଦିଲ୍ଲୀ, ୦୧/୦୬: ସଫଳ ହେଲା ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିଶାଇଲ ଅଗ୍ନି-୧ର ଟ୍ରେନିଂ ଲଞ୍ଚ। ଗୁରୁବାର ଏପିଜି ଅବଦୁଲ କଲାମ ଦ୍ବୀପରୁ କରାଯାଇଥିବା ଏହି ମିଶାଇଲର ଟ୍ରେନିଂ ଲଞ୍ଚ ସଫଳ ହୋଇଛି। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟର ପ୍ରବକ୍ତା ଏ ଭାରତ ଭୂଷଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ମିସାଇଲ ୭୦୦ କିମି ଦୂରରେ ନିର୍ଭୁଲ ଭାବରେ ଲକ୍ଷ୍ୟଭେଦ କରିବାରେ ସକ୍ଷମ। ସେ କହିଛନ୍ତି ଟ୍ରେନିଂ ଲଞ୍ଚରେ ମିସାଇଲ ଏହାର ପରିଚାଳନା ଏବଂ ମାନଦଣ୍ଡକୁ ସଫଳତାପୂର୍ବକ ଶେଷ ହୋଇଛି।
ଅଗ୍ନି-୧ ହେଉଛି ଭାରତୀୟ ସ୍ବଳ୍ପ ଦୂରଗାଭୀ ବାଲିଷ୍ଟିକ୍ ମିଶାଇଲ (ଏସଆରବିଏ)। ଏହାର ରେଞ୍ଜ ରହିଛି ୭୦୦ କିମି। ଅଗ୍ନି-୧ର ଲମ୍ବ ୧୫ ମିଟର ରହିଥିବା ବେଳେ ଏହାର ବ୍ୟାସ ୧ମି. ରହିଛି। ଆଉ ଏହାର ଓଜନ ୧୨ ହଜାର କେଜି ରହିଛି। ଏହି ମିସାଇଲ ୧ ହଜାର କେଜି ଓଜନର ନ୍ୟୁକ୍ଲିୟର ହତିଆର ବହନ କରିପାରେ।
ଆହୁରି ପଢ଼ନ୍ତୁ: ଆଫ୍ରିକୀୟ ଦେଶ ଗସ୍ତରେ ବୈଦେଶିକ ମନ୍ତ୍ରୀ, ରୁଷ ସମକକ୍ଷଙ୍କ ସହ କଲେ ବୈଠକ; ଦ୍ୱିପାକ୍ଷିକ ହିତ ଉପରେ ଚର୍ଚ୍ଚା
ସୂଚନାଯୋଗ୍ୟ, ଭାରତ ବିଗତ ଦୁଇ ଦଶନ୍ଧିରୁ ବିଭିନ୍ନ ବାଲିଷ୍ଟିକ୍ ମିସାଇଲ, ସଠିକ୍ ଭାବରେ ଲକ୍ଷ୍ୟ ଭେଦ କରିପାରୁଥିବା ଯୁଦ୍ଧ ସାମଗ୍ରୀ ଏବଂ ଏହା ସହ ଜଡ଼ିତ ପ୍ଲାଟଫର୍ମକୁ ବିକଶିତ କରିବା ସହ ସାମରିକ କ୍ଷମତାକୁ ବଢ଼ାଇବା ଉପରେ ଧ୍ୟାନ ଦେଉଛି। ଭାରତ ‘ଅଗ୍ନି’ ମିସାଇଲର ମଧ୍ୟ ବିଭିନ୍ନ ପ୍ରକାରକୁ ବିକଶିତ କରିଛି। ଗତ ଡିସେମ୍ବରରେ ଭାରତ ପରମାଣୁ କ୍ଷମତା ସଂପନ୍ନ ବାଲିଷ୍ଟିକ୍ ମିସାଇଲ ଅଗ୍ନି-୫ର ସଫଳତାପୂର୍ବକ ପରୀକ୍ଷଣ କରିଥିଲା। ଯାହା ୫ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ।
ଆହୁରି ପଢ଼ନ୍ତୁ: LAC ନିକଟରେ ଚୀନ ନିର୍ମାଣ କରୁଛି ଏୟାରଫିଲ୍ଡ, ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଲା ଡ୍ରାଗନର ଚାଲାକି