vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

DRDOକୁ ଆଉ ଏକ ସଫଳତା, ଚାନ୍ଦିପୁରରେ ଜାହାଜ ବିଧ୍ଵଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

18/05/2022 at 4:48 PM

ବାଲେଶ୍ଵର: ପ୍ରତିରକ୍ଷା ଅନୁସନ୍ଧାନ ବିକଶିତ ସଂସ୍ଥା(ଡିଆରଡିଓ)କୁ ଆଉ ଏକ ସଫଳତା। ଜାହାଜ ବିଧ୍ଵଂସୀ କ୍ଷେପଣାସ୍ତ୍ରକୁ ଚାନ୍ଦିପୁରରେ ସଫଳ ପରୀକ୍ଷଣ କରାଯାଇଛି । ଭାରତୀୟ ନୌସେନା ଏବଂ DRDO ପକ୍ଷରୁ ମିଳିତ ଭାବେ ବୁଧବାର ଏହି ପରୀକ୍ଷଣ କରାଯାଇଥିଲା ।

ଆକାଶରେ ଏକ ହେଲିକପ୍ଟରରୁ ଆଣ୍ଟି ସିପ୍ ମିଶାଇଲ( ଜାହାଜ ବିଧ୍ଵଂସକାରୀ କ୍ଷେପଣାସ୍ତ୍ର)କୁ ବଙ୍ଗୋପସାଗରର ଥିବା ଏକ ଟାର୍ଗେଟକୁ ନିକ୍ଷେପ କରାଯାଇଥିଲା । ଏହି ପରୀକ୍ଷଣ ସଫଳ ହୋଇଛି। ଭାରତୀୟ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହା ହେଉଛି ପ୍ରଥମ ଆଣ୍ଟି ସିପ୍ ମିଶାଇଲ ( ଜାହାଜ ବିଧ୍ଵଂସକାରୀ କ୍ଷେପଣାସ୍ତ୍ର)। DRDO ପକ୍ଷରୁ ଏହି ପରୀକ୍ଷଣ ସଫଳ ହୋଇଥିବା ସୂଚନା ଦିଆଯାଇଛି।

ନୌସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ସ୍ଵତନ୍ତ୍ର ମିଶାଇଲ ପ୍ରଦୌଗିକିରେ ଆତ୍ମନିର୍ଭରତା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଭାରତୀୟ ନୌସେନା ସିକିଙ୍ଗ ୪୨ବି ହେଲିକପ୍ଟରର ମିସାଇଲ ନିକ୍ଷେପର ଏକ ଛୋଟ ଭିଡିଓ ଜାରି କରିଛି। ଆଣ୍ଡମାନ ଏବଂ ନିକୋବର କମାଣ୍ଡ ଦ୍ଵାରା ମିଳିତ ଭାବେ ବ୍ରହ୍ମୋସ ସୁପରସୋନିକ କ୍ରିଜ ମିଶାଇଲର ଜାହାଜ ବିଧ୍ଵଂସକାରୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା। ଏହାର ଗୋଟିଏ ମାସ ପରେ ନୂତନ ମିଶାଇଲର ସଫଳ ପରୀକ୍ଷଣ କରାଯାଇଛି।

   Related Posts