LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସମ୍‌ ଅଲ୍ଟିମେଟ୍‌ ମେଡିକେୟାର୍‌ରେ ଜନ୍ମଗତ ତୃଟିର ସଫଳ ଅସ୍ତ୍ରୋପଚାର; ସୁସ୍ଥ ହେଉଛି ଶିଶୁକନ୍ୟା ସ୍ମୃତି

24/03/2023 at 10:19 PM

ଭୁବନେଶ୍ୱର ୨୪/୦୩: ଏକ ବିରଳ ଘଟଣାରେ ଜନ୍ମଗତ ତ୍ରୁଟି ଯୋଗୁଁ ମୁହଁର ବିଭିନ୍ନ  ଅଂଶରେ ଛିଦ୍ର ଓ ଫାଙ୍କ (ଟେସିୟର୍ କ୍ଲେଫ୍ଟ) ଥିବା ଗୋଟିଏ ୧୫ ମାସର ଶିଶୁ କନ୍ୟାର ସଫଳ ଅସ୍ତ୍ରୋପଚାର କରିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସର୍ଜନ। ଶିଶୁ କନ୍ୟା ସ୍ମୃତିର ଆଖି ଏବଂ ନାକରେ ଅନେକ ତ୍ରୁଟି ଥିବା ବେଳେ ତା’ର ଚିକିତ୍ସା ପାଇଁ ତାଙ୍କ ବାପା-ମା ବିଭିନ୍ନ ହସ୍ପିଟାଲ୍ ବୁଲି ନିରାଶ ହୋଇଯାଇଥିଲେ। ପରେ ସେମାନେ ଶିଶୁଟିକୁ ସମ୍‌ ଅଲ୍ଟିମେଟ୍‌ ମେଡିକେୟାର୍‌କୁ ଆଣିଥିଲେ। ଏହା ଏକ ବିପଦପୂର୍ଣ୍ଣ ଅସ୍ତ୍ରୋପଚାର ଥିବାରୁ ଅନେକ ହସ୍ପିଟାଲ୍ ଏହାର ଚିକିତ୍ସା ପାଇଁ ଅରାଜି ଥିଲେ।

ସମ୍‌ ଅଲ୍ଟିମେଟ୍‌ ମେଡିକେୟାର୍‌ର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର କନ୍‌ସଲ୍‌ଟାଂଟ ଡାକ୍ତର ଉନ୍ମେଶ କୁମାର ଜେନାଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଅସ୍ତ୍ରୋପଚାର କରିଥିଲେ। ଏହି ଟିମ୍‌ରେ ଆନେସ୍ଥେଶିଓଲୋଜି ବିଭାଗର ବରିଷ୍ଠି ପରାମର୍ଶଦାତା ଡାକ୍ତର ଦୀପଙ୍କର ପଢ଼ିଆରୀ, ଆନେସ୍‌ଥେସିଓଲୋଜିଷ୍ଟ ଡାକ୍ତର ସବ୍ୟସାଚୀ ତ୍ରିପାଠୀ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଡାକ୍ତର ରୋଶନୀ ସାମିଲ୍ ଥିଲେ।

ଏହି ବିରଳ ଜନ୍ମଗତ ତ୍ରୁଟିକୁ ମଧ୍ୟ “କ୍ରାନିଓଫେସିଆଲ୍ କ୍ଲେଫ୍ଟ” କୁହାଯାଉଥିବା ବେଳେ ଏବେ ସୁଦ୍ଧା ବିଶ୍ୱରେ ମୋଟ ୫୦ ରୁ ୬୦ଟି ଓ ଭାରତରେ ୧୫ରୁ କମ୍ ଏପରି ଘଟଣା ସାମ୍ନାକୁ ଆସିଛି। ଓଡ଼ିଶାରେ ଏହା ତୃତୀୟ ଘଟଣା ବୋଲି ଡାକ୍ତର ଜେନା କହିବା ସହ ଜନ୍ମଗତ ତ୍ରୁଟି ଥିବା ଏକ ଲକ୍ଷ ଶିଶୁଙ୍କ ମଧ୍ୟରେ ୧ ରୁ ୪ ଜଣଙ୍କ ମଧ୍ୟରେ ଏଭଳି ସମସ୍ୟା ଦେଖାଯାଏ ବୋଲି ସେ ଜଣାଇଛନ୍ତି।

ଖୁବ୍ ଯତ୍ନ ଓ ସଫଳତାର ସହ ଜନ୍ମଗତ ତ୍ରୁଟି ଥିବା ଏହି ଶିଶୁ କନ୍ୟାର ଅସ୍ତ୍ରୋପଚାର କରାଯାଇଥିଲା  ଶିଶୁ କନ୍ୟାଟି ଧୀରେ ଧୀରେ ସୁସ୍ଥ ହେଉଛି। ତା’ ନାକରେ ଏକ ଛିଦ୍ର ଥିବା ବେଳେ ବାମ ଆଖିରେ ମଧ୍ୟ ଛିଦ୍ର ଥିଲା। ତେଣୁ ତା’ର ଆଖିଟି ବନ୍ଦ ହୋଇଯାଇଥିଲା ଏବଂ ନିଃଶ୍ୱାସ ନେବାରେ ମଧ୍ୟ ସେ କଷ୍ଟ ଅନୁଭବ କରୁଥିଲା ବୋଲି ଡାକ୍ତର ଜେନା କହିଛନ୍ତି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ବିପଦପୂର୍ଣ୍ଣ ଅସ୍ତ୍ରୋପଚାର କରିବାକୁ ହସ୍ପିଟାଲ୍ ପକ୍ଷରୁ ନିଷ୍ପତି ନିଆଯାଇଥିଲା। ଫଳରେ ଅସ୍ତ୍ରୋପଚାର ପାଇଁ ପରିବାର ଉପରେ କୌଣସି ଆର୍ଥିକ ବୋଝ ଦିଆଯାଇ ନଥିଲା। ଶିଶୁକୁ ୧୮ବର୍ଷ ହେବା ପରେ ତା’ର ନାକରେ ଦ୍ୱିତୀୟ ଅସ୍ତ୍ରୋପଚାର ହେବାର ଆବଶ୍ୟକତା ପଡ଼ିପାରେ ବୋଲି ଡାକ୍ତର ଜେନା କହିଛନ୍ତି। ଏହି ଜୀବନ ରକ୍ଷାକାରୀ ଅସ୍ତ୍ରୋପଚାର ତୁରନ୍ତ କରାଯାଇ ନଥିଲେ ଆଖିରେ ସଂକ୍ରମଣ ଯୋଗୁଁ ଶିଶୁଟି ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ହରାଇଥାଆନ୍ତା ବୋଲି ଡାକ୍ତରୀ ଟିମ୍‌ କହିଛନ୍ତି।

   Related Posts