Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କର୍କଟ ରୋଗର ହେବ ସଫଳ ମୁକାବିଲା ! ସୋଆରେ ନୂତନ ଡ୍ରଗ୍ ବିକାଶ ଦିଗରେ ଗବେଷଣା ଜାରି

9/06/2023 at 11:20 PM

ଭୁବନେଶ୍ୱର: କର୍କଟ ରୋଗର ମୁକାବିଲା ନିମନ୍ତେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଗବେଷକମାନେ ନୂତନ ଡ୍ରଗ୍ ଓ ଡାଏଗ୍ନୋଷ୍ଟିକ୍ ଟେକ୍ନିକ୍‌ସର ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଏହି ଗବେଷଣା କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ୪.୫୪ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶୁକ୍ରବାର ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ଗଣାଯାଉଥିବା ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ଆୟୋଜିତ ଏକ ତିନି ଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ ଯୋଗ ଦେଇ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି ।

ଜୀବନ ବିଜ୍ଞାନ ଗବେଷଣା ଉପରେ ତିନି ଜଣ ମୁଖ୍ୟ ଅନୁସନ୍ଧାନକାରୀ ଏବଂ ୧୪ ଜଣ ସହଗବେଷକମାନେ ଏହି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ନିୟୋଜିତ ହୋଇଛନ୍ତି ବୋଲି ପ୍ରଫେସର ନନ୍ଦ କହିଥିଲେ । ଆଡଭାନ୍‌ସେସ୍ ଇନ୍ ପାୱାର, ସିଗ୍ନାଲ୍ ଏବଂ ଇନ୍‌ଫର୍ମେସନ୍ ଟେକ୍ନୋଲୋଜି (ଏପିଏସ୍‌ଆଇଟି-୨୦୨୩) ଶୀର୍ଷକ ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଥିଲେ । ପ୍ରଫେସର ନନ୍ଦ କହିଥିଲେ ଯେ ଜୁନ୍ ୫ ତାରିଖରେ ପ୍ରକାଶ ପାଇଥିବା ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ରାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ ୨୦୨୩ରେ ସୋଆ ଦେଶର ଶ୍ରେଷ୍ଠ ୧୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି ।

NIRF 2022 rankings: SOA University bags top spot in Odisha across most  categories- The New Indian Express

ସୋଆ ଗବେଷକଙ୍କ ଦ୍ୱାରା ବିକଶିତ ହୋଇଥିବା କେତେକ ଅଭିନବ ଫାର୍ମାସ୍ୟୁଟିକାଲ୍ ସୂତ୍ର ବିଷୟରେ ପ୍ରଫେସର ନନ୍ଦ ସୂଚନା ଦେବା ସହ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପରିଚାଳିତ ନ୍ୟାସ୍‌ନାଲ୍ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ ସହିତ ସୋଆ ନିକଟରେ ଏହି ସୂତ୍ରକୁ ନେଇ ଟେକ୍ନୋଲୋଜି ଲାଇସେନ୍ସିଙ୍ଗ୍ ବୁଝାମଣା ସ୍ୱାକ୍ଷର କରିଛି ବୋଲି କହିଛନ୍ତି ।

କେବଳ ଗୋଟିଏ କ୍ଷେତ୍ରରେ ଗବେଷଣା ନ କରି ବର୍ତ୍ତମାନ ବିଭିନ୍ନ ବିଭାଗର ସମନ୍ୱୟରେ ମିଳିତ ଗବେଷଣା କରିବା ଆବଶ୍ୟକ ହୋଇ ପଡ଼ିଛି ।  ଏହି ତିନି ଦିନିଆ ସମ୍ମିଳନୀ ଆଇଟିଇଆର୍‌ର ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ (ଇଇଇ) ବିଭାଗ ଦ୍ୱାରା ଆୟୋଜିତ ହୋଇଛି ।

ଏ ଖବର ପଢନ୍ତୁ- ସୋଆ ପ୍ରତିଷ୍ଠାତାଙ୍କ ଓଏସଡି ଡକ୍ଟର ପ୍ରୀତମ ନାୟକଙ୍କୁ ଶିକ୍ଷା ଭାରତୀ ସମ୍ମାନ

ଏହି ସମ୍ମିଳନୀରେ ଓଡ଼ିଶା ପାୱାର ଟ୍ରାନ୍ସମିଶନ୍ କର୍ପୋରେସନ୍ ଲିମିଟେଡ୍ (ଓପିଟିସିଏଲ୍‌)ର ଜେନେରାଲ ମ୍ୟାନେଜର ପ୍ରଶାନ୍ତ କୁମାର ପଟ୍ଟନାୟକ ଏବଂ କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ସୁଶାନ୍ତ ରାୟ ମଧ୍ୟ ନିଜର ମନ୍ତବ୍ୟ ରଖିଥିଲେ ।

ଏହି କାର୍ଯ୍ୟକ୍ରମରେ ଏପିଏସ୍‌ଆଇଟି-୨୦୨୩ର ଆବାହକ ପ୍ରଫେସର ସଂଗ୍ରାମ କେଶରୀ ରାଉତରାୟ କହିଥିଲେ ଏହି ସମ୍ମିଳନୀ ପାଇଁ ୯୩୧ଟି ଗବେଷଣା ସନ୍ଦର୍ଭ ଗ୍ରହଣ କରାଯାଇଥିଲା । ସେଥିରୁ ୧୪୩ ଟିକୁ ଆଲୋଚନା ନିମନ୍ତେ ମନୋନୀତ କରାଯାଇଥିଲା ।

   Related Posts