suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କାଲିମେଳା ପୋଲିସକୁ ସଫଳତା, ଗଞ୍ଜେଇ ଚାଲାଣ ବେଳେ ଜଣେ କନଷ୍ଟେବଲଙ୍କ ସହ ୭ ଗିରଫ

25/05/2023 at 10:51 PM

କାଲିମେଳା: ମାଲକାନଗିରି ପୋଲିସକୁ ସଫଳତା । ଗଞ୍ଜେଇ ଚାଲାଣ ବେଳେ ପୋଲିସ ପାଟ୍ରୋଲିଂରେ ଧରାପଡିଲେ ସାତ ଜଣ l ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ କମଳାପଦର ଛକ ନିକଟରୁ ସମସ୍ତ ଅଭିଯୁକ୍ତଙ୍କ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି ।

ଗଞ୍ଜେଇ ଚାଲାଣରେ ଗିରଫ ସାତ ଜଣଙ୍କ ମଧ୍ୟରେ ଜଣେ ପୋଲିସ କନଷ୍ଟେବଲ ଥିବା ଜଣାପଡ଼ିଛି । ତେଲେଙ୍ଗାନର ପୋଲିସ କନଷ୍ଟେବଲ ଆର.ଶ୍ରୀନୁ ନାୟକଙ୍କୁ ଗିରଫ କରାଯାଇଛି । ଗିରଫ ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶର ରହିଥିବା ବେଳେ ଜଣେ ମାଲକାନଗିରିର ଅଛନ୍ତି l ସେମାନଙ୍କଠାରୁ ଏକ କ୍ୱିଣ୍ଟାଲ ଗଞ୍ଜେଇ, ଦୁଇଟି କାର ଓ ୬ଟି ମୋବାଇଲ ଜବତ କରିଛି ପୋଲିସ l ମାଝିପାକା କୁରମାନୁର ରାସ୍ତା ଦେଇ ଆନ୍ଧ୍ର ଓ ତେଲେଙ୍ଗାନାକୁ ଚାଲାଣ ହେଉଥିଲା ଗଞ୍ଜେଇ  l ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

   Related Posts