ଅବକାରୀ ବିଭାଗକୁ ସଫଳତା, ଜବତ କଲା ବିପୁଳ ପରିମାଣ ମଦ

Published By : Prameya-News7 Bureau | February 28, 2024 IST

କଟକ: ଜିଲ୍ଲା ଅବକାରୀ ବିଭାଗକୁ ମିଳିଲା ବଡ଼ ସଫଳତା। ଚଢ଼ଉ କରି ବହୁ ପରିମାଣର ମଦ ପୋଚ ସହ ଦେଶୀ ମଦ ଜବତ କରିଛି। ସୂଚନା ଅନୁଯାୟୀ, କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପାଳ କଟା ଓ ବାଙ୍କି ଥାନା ଅନ୍ତର୍ଗତ ଢେଗୁଆ ଗ୍ରାମରେ ବେଆଇନ୍ ଭାବେ ଦେଶୀ ମଦ ତିଆରି କରାଯାଉଥିବା ସୂଚନା ପାଇ ଅଚାନକ ଚଢାଉ କରିଥିଲା ଅବକାରୀ ବିଭାଗ।

ଆଉ ଏହି ସମୟରେ ସମୟରେ ୨୧ ହଜାର ୮୦୦ ଶହ ଲିଟର ମଦ ପୋଚ ଓ ୧୯୬୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ୬ ଜଣ ମଦ ବ୍ୟବସାୟୀ ଫେରାର ହୋଇଯାଇଥିବା ବେଳେ ତାଙ୍କ ବିରୁଦ୍ଧ ରେ ମାମଲା ରୁଜୁ କରିଛି ବିଭାଗ। ଏହା ସହ ଅବକାରୀ ବିଭାଗ ପକ୍ଷରୁ ଜବତ ହୋଇଥିବା ପୋଚ ଓ ମଦକୁ ସେହି ସ୍ଥାନରେ ହିଁ ନଷ୍ଟ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ବାସୁଦେବପୁର ପୋଲିସକୁ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହିତ ଦୁଇ ଗିରଫ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.