ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ,  ୫ ଗିରଫ

6/02/2023 at 11:09 PM

ଫୁଲବାଣୀ: କନ୍ଧମାଳ ପୋଲିସକୁ ମିଳିଛି ସଫଳତା। କନ୍ଧମାଳ ପୋଲିସ ଏସପି  ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦ୍ଦେଶରେ ସଦର ଥାନା ଅଧିକାରୀ ସମୀର କୁମାର ରାଉତ, ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ରାଉତ, ଏସ୍ଡ଼ିପିଓ ସୁ ପ୍ରଶନ୍ନ ମଲିକଙ୍କ ଟିମ୍ ତନାଘନା କରି ସହର ଓ ଆଖପାଖ ଥାନା ଅଂଚଳରେ ଚୋରି ଯାଇଥିବା ସାମଗ୍ରୀ ଉଦ୍ଧାର କରିବା ସହ ୫ ଜଣ ଅଭିଯୁକ୍ତକୁ ଗିରଫ କରିଛି l

ପୋଲିସ ଅଧିକାରୀ ମାନଙ୍କୁ ଏସଡିପିଓ ସୁ ପ୍ରସନ୍ନ ମଲିକଙ୍କ ନେତୃତ୍ୱରେ  ନେଇ ଏକ ଟିମ ଗଠନ କରି ପୋଲିସ ଗତ କିଛି ଦିନ ହେଲା ଡକାୟତଙ୍କ ଉପରେ ସତର୍କ ନଜର ରଖିଥିଲା। ଆଉ ଯୋଜନା ମୁତାବକ ଚଢ଼ାଉ କରି ଗିରଫ କରିଥିଲା l ପାଖାପାଖି ୧୦ ଲକ୍ଷ ଟଙ୍କା ମୂଲ୍ୟର କମ୍ପ୍ୟୁଟର, ବ୍ୟାଟେରୀ, ଜେନେରେଟର, ଏଲଇଡି, ଇନଭର୍ଟର, ଆଦି ବହୁ ସାମଗ୍ରୀ ଜବତ କରିଥିବା ଏସ ପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି l ଏଥିସହ ଅଭିଯୁକ୍ତ ମାନେ ବ୍ୟବହାର କରିଥିବା ଦୁଇଟି କାର କୁ ମଧ୍ୟ ଜବତ କରିଛି ପୋଲିସ l

   Related Posts