scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଥରେ କି ୨ଥର ନୁହେଁ, ୯ଥର ହୋଇଛନ୍ତି ବିଫଳ; ଜାଣନ୍ତୁ ବେଦାନ୍ତ ପ୍ରତିଷ୍ଠାତାଙ୍କ ପ୍ରେରଣାଦାୟକ କାହାଣୀ…

13/08/2023 at 2:48 PM

ନୂଆଦିଲ୍ଲୀ ୧୩।୦୮: ଜଣେ ସଫଳ ବ୍ୟବସାୟୀଙ୍କ କାହାଣୀ ଲୋକଙ୍କୁ ପ୍ରେରଣା ଦେଇଥାଏ । ସଫଳତାର ଏହି ଯାତ୍ରା ଯେତିକି କଷ୍ଟସାଧ୍ୟ, କାହାଣୀ ମଧ୍ୟ ସେତିକି ପ୍ରେରଣାଦାୟକ । ଏପରି ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ବ ମଧ୍ୟ ଭାରତୀୟ ଶିଳ୍ପ ଜଗତରେ ରହିଛନ୍ତି । ତାଙ୍କର ସଫଳତା ଯାତ୍ରା ଏତେ ସହଜ ନଥିଲା ।  ସେ ଥରେ କି ଦୁଇଥର ନୁହେଁ  ବ୍ୟବସାୟରେ ୯ ଥର ହୋଇଥିଲେ ବିଫଳ । ଏମିତିକି ତାଙ୍କୁ ଡିପ୍ରେସନର ସାମ୍ନା ମଧ୍ୟ କରିବାକୁ ପଡିଥିଲା । କିନ୍ତୁ ସେ ହାର ମାନିନଥିଲେ ।  ଆଜି ସେ 1.5 ଲକ୍ଷ କୋଟି ଟଙ୍କାର ଏକ କମ୍ପାନୀ ପରିଚାଳନା କରୁଛନ୍ତି । କେବଳ ଏତିକି ନୁହେଁ ଇଂଲଣ୍ଡର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ବ୍ୟବସାୟିକ ଛାତ୍ରମାନଙ୍କୁ ସମ୍ବୋଧିତ କରିବା ପାଇଁ ତାଙ୍କୁ ଡକାଯାଇଥିଲା।

ଏବେ ଭାବୁଥିବେ ଆମେ କାହା ବିଷୟରେ କଥା ହେଉଛୁ । ଆମେ ଯେଉଁ ବ୍ୟକ୍ତିଙ୍କ ବିଷୟରେ କହୁଛୁ ସେ ହେଉଛନ୍ତି ବେଦାନ୍ତ ରିସୋର୍ସେସ୍ ଲିମିଟେଡ୍ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ । ପାଟଣାର ଏକ ମାରୱାଡୀ ପରିବାରରେ ଜନ୍ମ ହୋଇଥିଲେ ଅନୀଲ୍ । ପ୍ରଥମରୁ ହିଁ ବଡ ବ୍ୟବସାୟ କରିବାକୁ ସେ ସ୍ବପ୍ନ ଦେଖୁଥିଲେ । ମାତ୍ର ୧୯ ବର୍ଷ ବୟସରେ ଛାଡିଥିଲେ ପିତାଙ୍କ ବ୍ୟବସାୟ । ଆଉ ମୁମ୍ବାଇ ଯାଇ ନିଜ ପାଇଁ ଖୋଜିଥିଲେ ନୂଆ ସୁଯୋଗ ।

ଆଜିକା ସମୟରେ ମାଇନିଙ୍ଗ୍‌ ଟାଇକୁନ୍‌ ଭାବେ ସାରା ଦୁନିଆରେ ଚର୍ଚ୍ଚିତ ଅନୀଲ ଅଗ୍ରଓ୍ବାଲ । ସେ ପ୍ରଥମେ ଆରମ୍ଭ କରିଥିଲେ ‘କବାଡି’ର କାମ । ମାତ୍ର ୨୦ରୁ ୩୦ ବର୍ଷ ବୟସରେ କରିଥିଲେ ବହୁତ ସଂଘର୍ଷ । ସେ ଥରେ କି ୨ ଥର ନୁହେଁ ୯ ଥର ହୋଇଥିଲେ ବିଫଳ । ଆଉ ଏହାପରେ ହିଁ ପାଇଥିଲେ ପ୍ରଥମ ସଫଳତା । ଏହାପରେ ଆଉ ଚାହିଁନଥିଲେ ପଛକୁ । ତିଆରି କରି ଚାଲିଥିଲେ ନୂଆ ନୂଆ ରାସ୍ତା । ଅନିଲ ଅଗ୍ରୱାଲ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ବ୍ୟବସାୟ ସମୟରେ ନିଜର କିଛି ଅନୁଭୂତି ବାଣ୍ଟିଛନ୍ତି । ସେ ଲେଖିଛନ୍ତି- ‘ଯେଉଁ ବ୍ୟକ୍ତି କେବେ କଲେଜ ଯାଇ ନାହାଁନ୍ତି, କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟକୁ ଆମନ୍ତ୍ରିତ ହେବା ଏବଂ ଛାତ୍ରମାନଙ୍କ ସହ କଥାବାର୍ତ୍ତା ହେବା କୌଣସି ସ୍ୱପ୍ନଠାରୁ କମ୍ ନୁହେଁ ।

ସୋସିଆଲ ମିଡିଆରେ ଅନିଲ ଅଗ୍ରୱାଲଙ୍କୁ ଫଲୋଅର୍ସଙ୍କ ସଂଖ୍ୟା କିଛି କମ୍‌ ନୁହେଁ । ଲୋକମାନେ ତାଙ୍କର ପ୍ରେରଣାଦାୟକ ପୋଷ୍ଟକୁ ବହୁତ ପସନ୍ଦ କରନ୍ତି ।  ଟ୍ୱିଟରରେ ତାଙ୍କର ପ୍ରାୟ  ୧.୬୩ଲକ୍ଷ ଅନୁସରଣକାରୀ ଅଛନ୍ତି । ଫୋର୍ବସ୍ ଅନୁଯାୟୀ ତାଙ୍କର ମୋଟ ସମ୍ପତ୍ତି  ୧୬ହଜାର କୋଟି ଟଙ୍କା । ଯଦି ତାଙ୍କ ପରିବାରର ମୋଟ ସମ୍ପତ୍ତିକୁ ଦେଖାଯାଏ, ତେବେ ସେ ୩୨ ହଜାର କୋଟି ଟଙ୍କାର ମାଲିକ ଅଟନ୍ତି ।  ବର୍ତ୍ତମାନ ତାଙ୍କ ବେଦାନ୍ତ ଗ୍ରୁପ୍  ୧ ଲକ୍ଷ ୪୮ ହଜାର ୭୨୯ କୋଟି ଟଙ୍କାରେ ପହଞ୍ଚିଛି।

You Can Read:

   Related Posts