ପତ୍ନୀଙ୍କ ଅଳଙ୍କାର ବନ୍ଧକ ରଖି କଲେ ହୋଟେଲ୍, ୨୫ଟଙ୍କା ଦେଇ ଘରୁ ପଠେଇଥିଲେ ମାଆ
4/02/2023 at 1:19 PM

ନୂଆଦିଲ୍ଲୀ ୦୪/୦୨; ସଫଳତା ପାଇଁ ଦରକାର ସାହସ ଏବଂ ଦୃଢ ଇଚ୍ଛା ଶକ୍ତି। କଠିନ ପରିଶ୍ରମ ସଫଳତାକ ଏକ ମାତ୍ର ମାଧ୍ୟମ। ସେମିତି କିଛି କଠିନ ପରିଶ୍ରମ କରି ସଫଳ ହୋଇଛନ୍ତି ଓବରୋଇ ହୋଟେଲର ପ୍ରତିଷ୍ଠାତା ରାଏ ବାହାଦୁର ମୋହନ ସିଂହ ଓବରଏ। ଅନେକ ବିଫଳତାର ସମ୍ମୁଖୀନ ହୋଇ ରାୟ ବାହାଦୁର ମୋହନ ସିଂ ଓବରୋଇ ଭାରତର ଦ୍ୱିତୀୟ ବୃହତ୍ତମ ହୋଟେଲ ସାମ୍ରାଜ୍ୟ ପ୍ରତିଷ୍ଠା କରିଛନ୍ତି। ମାଆ ଦେଇଥିବା ମାତ୍ର ୨୫ ଟଙ୍କାରୁ ସେ ତାଙ୍କର ବ୍ୟବସାୟର ଯାତ୍ରା ଆରମ୍ଭ କରିଥିଲେ।
୧୮୯୮ମସିହାରେ ଏମଏସ ଓବରୋଏ ପଞ୍ଜାବ ଝେଲୁମ ଜିଲ୍ଲାର ଭାନଉ ଗାଁର ଏକ ଶିଖ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କର ଦେହାନ୍ତ ସମୟରେ ସେ ମାତ୍ର ୬ ମାସର ହୋଇଥିଲେ। ପିତାଙ୍କ ଦେହାନ୍ତ ପରେ ପରିବାରର ସମସ୍ତ ଦାୟିତ୍ୱ ତାଙ୍କ ମାଆଙ୍କ କାନ୍ଧରେ ପଡିଥିଲା। ମାଆଙ୍କୁ ସାହାଯ୍ୟ କରିବା ପାଇଁ ମୋହନ ସିଂହ ୧୯୧୮ରେ ଅଧାରୁ ପାଠପଢା ଛାଡିଥିଲ ଏବଂ ମଉସାଙ୍କ ଜୋତା ଦୋକାନରେ କାମ କରିଥିଲେ। କିନ୍ତୁ କିଛି ଦିନ ପରେ ଦଙ୍ଗା ପାଇଁ ସେହି ଦୋକାନ ବନ୍ଦ ହୋଇଗଲା।
ଏହାପରେ ମୋହନ ସିଂ ଘରକୁ ଫେରିଆସିଲେ। କିଛି ଦିନ ଘରେ ରହିବା ପରେ ସେ ଚିନ୍ତା କଲେ ଘରୁ ବାହାରକୁ ଯାଇ କିଛି ବ୍ୟବସାୟ କରିବେ। ୧୯୨୨ରେ ସେ ସିମ୍ଲା ଆସିଲେ। ଏହି ସୟରେ ମାଆ ତାଙ୍କୁ ମାତ୍ର ୨୫ ଟଙ୍କା ଦେଇ ଘରୁ ଯିବାକୁ ଦେଇଥିଲେ। ସିମ୍ଲା ଆସିବା ପରେ ମୋହନ ସିଂ ସେସିଲ୍ ହୋଟେଲ୍ ରେ ଫ୍ରଣ୍ଟ ଡେସ୍କ କ୍ଲର୍କ କାମ କଲେ ଏଥିପାଇଁ ତାଙ୍କୁ ୫୦ ଟଙ୍କା ମିଳୁଥିଲା।
୧୯୩୪ରେ ସେ ପତ୍ନୀଙ୍କ ଅଳଙ୍କାର ଏବଂ ତାଙ୍କର ସମସ୍ତ ସମ୍ପତ୍ତି ବନ୍ଧକ କରି ଦ କ୍ଲାର୍କସ୍ ହୋଟେଲ ତିଆରି କଲେ। ଏହା ପରେ ସେ ହୋଟେଲ୍ ବ୍ୟବସାୟରୁ ଭଲ ଲାଭ ପାଇ ୧୯୩୪ରେ ହିଁ ଓବରଏ ହୋଟେଲ୍ ପ୍ରତିଷ୍ଠା କଲେ।
ମୋହନ ସିଂ ଓବରୋଇ ଭାରତୀୟ ହୋଟେଲ ଇଣ୍ଡଷ୍ଟ୍ରିର ପିତା ଭାବରେ ମାନ୍ୟତା ପାଇଛନ୍ତି। ଭାରତରେ ଦ ଓବରଏ ଗ୍ରୁପ୍ର ୩୪ଟି ହୋଟେଲ୍ ରହିଛି। ଯେଉଁଥିରେ ୩ହଜାରରୁ ଅଧିକ ଲୋକ କାମ କରନ୍ତି।