ନୂଆଦିଲ୍ଲୀ: କିଛି କାହାଣୀ ହୃଦୟ ଜିଣିଯାଏ, ମନରେ ସାହସ ଭରିଦିଏ ଆଉ ପ୍ରେରଣା ବି ଦିଏ। ସେମିତି ଏକ କାହାଣୀ ହେଉଛି ପଞ୍ଜାବରେ ମେଗାରେ ରହୁଥିବା ରିତିକା ଜିନ୍ଦଲଙ୍କ କାହାଣୀ। ଦୁଃଖ, ସବୁଠୁ ଆପଣାର ମଣିଷ ହରାଇବାର ଯନ୍ତ୍ରଣା, ଆର୍ଥିକ ସ୍ଥିତି ଖରାପ ଏସବୁ ସତ୍ତ୍ୱେ ସେ ହାର୍ ମାନି ନଥିଲେ। କାହିଁକିନା ଗୋଟିଏ ଜିଦ୍ ତାଙ୍କୁ ସାହସ ଦିଏ ସେ ହେଉଛି ବାପା ମାଙ୍କ ସ୍ୱପ୍ନକୁ ପୂରଣ କରିବାର ଜିଦ୍। ଶେଷରେ ସେ ହୋଇଥିଲେ ବିଜୟିନୀ।
'ବାପାଙ୍କୁ ହୋଇଥିଲା କ୍ୟାନସର। ତାଙ୍କୁ ଖୁବ୍ ଭଲ ପାଉଥିଲି। ତାଙ୍କ କଷ୍ଟ ଦେଖିବା ଥିଲା ଖୁବ୍ କଷ୍ଟ ସାଧ୍ୟ। ମୋ ବାପାଙ୍କ ଚିନ୍ତା ମୋ ମନକୁ ବାରମ୍ବାର ଆସୁଥିଲା। ଏହା ବ୍ୟତୀତ ଜୀବନରେ ଅନେକ ସମସ୍ୟା ଥିଲା। ପାଖରେ କୌଣସି ଡାକ୍ତରଖାନା ନଥିଲା। ବାପାଙ୍କୁ ଡାକ୍ତରଖାନା ନେବାକୁ ଅନେକ କିଲୋମିଟର ଯାତ୍ରା କରିବାକୁ ପଡୁଥିଲା। କିନ୍ତୁ ଏସବୁ ଭିତରେ ଜାରି ରଖିଥିଲି ପାଠପଢ଼ା। ବାପାଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଖୁବ୍ କଷ୍ଟ କରିଥିଲି। ବାପାଙ୍କୁ ହରେଇଦେଲି କିନ୍ତୁ ଜିତିଗଲା ତାଙ୍କ ସ୍ୱପ୍ନ।' ଏହିଭଳି କିଛି ସଂଘର୍ଷର କାହାଣୀ ହେଉଛି ପଞ୍ଜାବର ରିତିକା ଜିନ୍ଦଲଙ୍କର।
ଆରମ୍ଭରୁ ରିତିକା ପାଠପଢ଼ାରେ ଖୁବ୍ ଭଲ ଥିଲେ । ସେ ଦ୍ୱାଦଶ ଶ୍ରେଣୀରେ ବହୁତ ଭଲ ମାର୍କ ରଖିଥିଲେ। ଏହାପରେ ରିତିକା ଦିଲ୍ଲୀର ଶ୍ରୀ ରାମ କଲେଜ ଅଫ୍ କମର୍ସରେ ଆଡମିଶନ ନେଇଥିଲେ ଯେଉଁଠାରେ ସେ ଥାର୍ଡ ଡିଭିଜନ ସହ ସ୍ନାତକ ହାସଲ କରିଥିଲେ। ତାଙ୍କର IAS ହେବାକୁ ଇଚ୍ଛା ଥିଲା । ପିଲାଦିନରୁ, ତାଙ୍କର କିଛି ବଡ କରିବାର ସ୍ୱପ୍ନ ଥିଲା। ଆଉ ବାପାଙ୍କର ସ୍ୱପ୍ନ ଥିଲା ସେ ଆଇଏଏସ୍ ହୁଅନ୍ତୁ। ତେଣୁ ସ୍ନାତକ ପରେ ସେ UPSC ପାଇଁ ପ୍ରସ୍ତୁତି ଆରମ୍ଭ କଲେ ।
ସ୍ନାତକ ସମାପ୍ତ କରିବା ପରେ ହିଁ ପ୍ରଥମ ଆଟେମ୍ଟ ଦେଇଥିଲେ। ଯେଉଁଥିରେ ରିତିକା ପ୍ରିଲିମସ୍ କ୍ଲିଅର କରି ମେନ୍ସରେ କଟି ଯାଇଥିଲେ। କିନ୍ତୁ ସେ ହାର ମାନିନଥିଲେ ଏବଂ ପ୍ରସ୍ତୁତି ଜାରି ରଖିଥିଲେ ଏବଂ ପୁଣି ଥରେ ପରୀକ୍ଷା ଦେବାକୁ ମନସ୍ଥ କଲେ। ରିତିକା ପରବର୍ତ୍ତୀ ପ୍ରୟାସରେ ୮୮ ରାଙ୍କ ରଖି କ୍ଲିଅର କରିଥିଲେ। ସେତେବେଳେ ତାଙ୍କୁ ମାତ୍ର ୨୨ ବର୍ଷ ହୋଇଥିଲା। ଏସବୁ ନଥିଲା ସହଜ ...ଯେତେବେଳେ ରିତିକା ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ବାପଙ୍କୁ କ୍ୟାନସର। ଯେଉଁ ଖବର ଶୁଣି ପୂରା ପରିବାର ଭାଙ୍ଗି ପଡ଼ିଥିଲା। ବାପାକୁ ବହୁତ ଭଲ ପାଉଥିବା ଝିଅର ପାଦ ତଳୁ ମାଟି ଖସି ଯାଇଥିଲା । ଏହାପୂର୍ବରୁ ତାଙ୍କ ବାପାଙ୍କର ପାଟିରେ କର୍କଟ ହୋଇଥିଲା, ଯାହା କୌଣସି ପ୍ରକାରେ ଭଲ ହୋଇଯାଇଥିଲା। କିନ୍ତୁ କିଛି ସମୟ ପରେ ସେ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ହେଲେ। ଏହି ପରିସ୍ଥିତିରେ ରିତିକାଙ୍କ ପାଇଁ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ସହଜ ନଥିଲା।
ଏକ ସାକ୍ଷାତକାରରେ ରିତିକା କହିଥିଲେ ଯେ ତାଙ୍କ ଘର ଏକ ଛୋଟ ସହରରେ ଯେଉଁଠାରେ ସମ୍ବଳ ଏବଂ ଭିତ୍ତିଭୂମି ଅଭାବ ଥିଲା । ଏହି କାରଣରୁ ତାଙ୍କୁ ବାପାଙ୍କୁ ଲୁଧିଆନାକୁ ଚିକିତ୍ସା ପାଇଁ ନେବାକୁ ପଡିଥିଲା। ତେବେ ୟୁପିଏସସି କ୍ରାକ୍ ପରେ ଟ୍ରେନିଂ ନେଉଥିଲେ ସେତେବେଳେ ବାପାମାଙ୍କର ମୃତ୍ୟୁ ହୋଇଥିଲା। ବାପାଙ୍କ ମୃତ୍ୟୁର ଦୁଇମାସ ମଧ୍ୟରେ ମାଙ୍କର ମଧ୍ୟ କର୍କଟ ରୋଗରେ ମୃତ୍ୟୁ ହୋଇଥିଲେ। ଦୁଃଖ ତ ଥିଲା କିନ୍ତୁ ସମାଜର ସେବା କରିବାକୁ ମନବଳାଇ ନିଜକୁ ସମ୍ଭାଳି ନେଇଥିଲେ ରିତିକା।