୩୫ କମ୍ପାନୀରୁ ହୋଇଥିଲେ ରିଜେକ୍ଟ, ଏପରି ଟ୍ରିକ୍ କଲେ ହୋଇଗଲେ କୋଟିପତି
24/09/2023 at 3:25 PM

ନୂଆଦିଲ୍ଲୀ ୨୪।୦୯: ସରକାରୀ ସ୍କୁଲ୍ରୁ ପଢିଥିଲେ । ଇଂରାଜୀ କହିବା ମଧ୍ୟ ଜଣା ନଥିଲା । ଏମିତିକି ପଢିବା ପାଇଁ ନଥିଲା ଟଙ୍କା । ମାଙ୍କ ଗହଣା ବନ୍ଧା ରଖି ପିତା ପାଠପଢାଇଥିଲେ । କିନ୍ତୁ ନିଜ ପରିଶ୍ରମରେ କିଛି ଏପରି କରିଥିଲେ ଯେ ମାସିକ ଦରମା ପାଇଥିଲେ ପାଖାପାଖି ୨ କୋଟି । ଆମେ କହୁଛୁ ମନୁ ଅଗ୍ରୱାଲଙ୍କ କଥା । ଉତ୍ତରପ୍ରଦେଶର ଏକ ଛୋଟ ସହରର ବାସିନ୍ଦା ମନୁ ।

ସରକାରୀ ବିଦ୍ୟାଳୟରୁ ପାଠ ପଢିଥିବା ମନୁଙ୍କ ପାଇଁ ଏ ସବୁ କରିବା ଏତେ ସହଜ ନଥିଲା । ସେ ଭାଗ୍ୟ ଉପରେ ନିର୍ଭର ନକରି କଠିନ ପରିଶ୍ରମ କରିଚାଲିଥିଲେ । ଆଉ କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ ବୋଲି ସେ ପ୍ରମାଣ କରି ଦେଖାଇଛନ୍ତି ମନୁ । ମାତ୍ର ୧୦ ହଜାରରୁ ଚାକିରି ଆରମ୍ଭ କରିଥିବା ମନୁ ୩୫ ଥର ରିଜେକ୍ଟ ହୋଇଛନ୍ତି । କିନ୍ତୁ ସେ ଭାଙ୍ଗିପଡିନଥିଲେ, ଆଗକୁ ବଢିଚାଲିଲେ । ଏବେ ତାଙ୍କ ଭାଗ୍ୟ ସମ୍ପର୍ଣ୍ଣ ଭାବେ ବଦଳି ଯାଇଛି ।

ପିଲାଦିନେ ଅଧ୍ୟୟନରେ ମନୁ ଆଗ୍ରହୀ ନଥିଲେ । ଦଶମ ଶ୍ରେଣୀରେ ମାତ୍ର ୬୦ ପ୍ରତିଶତ ମାର୍କ ପାଇଥିଲେ । ଝାନ୍ସିର ଏକ କଲେଜରୁ ବିସିଏ କରୁଥିଲେ । ଯେଉଁ ଫି ପାଇଁ ପିତା ତାଙ୍କ ମା’ଙ୍କ ଅଳଙ୍କାର ବନ୍ଧକ ଦେଇ ଦେଇଥିଲେ । ତାଙ୍କ କହିବା କଥା ହେଉଛି ଚାକିରୀ କରି ମଧ୍ୟ କୋଟିପତି ହୋଇପାରିବେ । ଗୋଟିଏ ସ୍ଥାନରେ ସଫଳତା ପାଇବା ପରେ ସେଠାରେ ଅଟକି ରୁହନ୍ତୁ ନାହିଁ, ବରଂ ଉପରକୁ ଉପରକୁ ଚଢିବାକୁ ଚେଷ୍ଠା କରନ୍ତୁ । ଏବେ ତାଙ୍କର ପ୍ୟାକେଜ୍ ୧.୯ କୋଟି ଟଙ୍କା ।

ସେ ଏକ ମିଡିଆ ପ୍ଲାଟଫର୍ମରେ ତାଙ୍କ କାହାଣୀ କହିଛନ୍ତି । କଲେଜ ପ୍ଲେସ୍ମେଣ୍ଟ ସମୟରେ ତାଙ୍କୁ ୧୦ ହଜାରର ପ୍ରଥମ ଚାକିରୀ ମିଳିଥିଲା । କିନ୍ତୁ ଏଥିରେ ଘର ଚଳେଇବା କାଠିକାର ପାଠ ଥିଲା । ସେତେବେଳେ ପ୍ଲେସ୍ମେଣ୍ଟ ପାଇଁ ଅନେକ କମ୍ପାନୀର ଚାକିରୀ ଆସିଥିଲା । କିନ୍ତୁ ତାଙ୍କର ସିଲେକ୍ସନ୍ ମାଇକ୍ରୋସଫ୍ଟରେ ହୋଇଥିଲା । ତାଙ୍କର ଦରମା ଥିଲା ୪୫ ହଜାର ଟଙ୍କା । ଇଣ୍ଟର୍ନସିପରେ ସମୟ ସକାଳ ୯ ଟାରୁ ୬ ଟା ପର୍ଯ୍ୟନ୍ତ ଥିଲା, କିନ୍ତୁ ସେ ରାତି ୧ ଟା ଯାଏଁ କାମ କରୁଥିଲେ । ତାଙ୍କର କଠିନ ପରିଶ୍ରମ କାରଣରୁ ସେ ମାଇକ୍ରୋସଫ୍ଟରୁ ଏକ ଫୁଲ୍ ଟାଇମ୍ ଅଫର୍ ପାଇଲେ ।

ସେ ଯେତେବେଳେ ହାଇଦ୍ରାବାଦରୁ ଫେରିଥିଲେ ସେତେବେଳେ ତାଙ୍କର ସିଲେକ୍ସନ୍ ଅନ୍ୟ କମ୍ପାନୀରେ ହୋଇଥିଲା । ଯେଉଁଠାରେ ତାଙ୍କର ଦରମା ଥିଲା ୨୧ ଲକ୍ଷ ଟଙ୍କା । କିନ୍ତୁ ସେ ଏତିକିରେ ସନ୍ତୁଷ୍ଟ ହୋଇନଥିଲେ । ବଡ ବଡ କମ୍ପାନୀରେ ଆପ୍ଲାଇ କରିବା ଆରମ୍ଭ କରିଥିଲେ । ଏହି ସମୟରେ ସେ ୩୫ ଥର ରିଜେକ୍ଟ ହୋଇଥିଲେ । ବିଦେଶରେ ମଧ୍ୟ ସେ ଚାକିରୀ ପାଇଁ ଆପ୍ଲାଇ କରିଥିଲେ । ତାଙ୍କର ଚାକିରୀ ଆସିଥିଲା ଆମେରିକାରୁ ।

ଆଉ ମନୁ ଆମେରିକାରେ ଦୁଇ ବର୍ଷ ରହିଲେ । ଏଠାରେ ସେ ତିନୋଟି ପ୍ରମୋସନ୍ ପାଇଥିଲେ । ତାଙ୍କର ବାର୍ଷିକ ପ୍ୟାକେଜ୍ ୧ କୋଟି ୨୦ ଲକ୍ଷ ଟଙ୍କା, ୧ କୋଟି ୫୦ ଲକ୍ଷ ଟଙ୍କା ଏବଂ ପରେ ୧ କୋଟି ୯୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ମନୁ ପରେ ଗୁଗୁଲରେ ମଧ୍ୟ କାମ କଲେ । ଆଜି ତାଙ୍କର ସଫଳତାର କାହାଣୀ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ପ୍ରେରଣା ପାଲଟିଛି ।
You Can Read: