ପର ଘରେ ରୁଟି ତିଆରି କରୁଥିଲେ ମାଆ, ଝିଅ ପାଇଲେ ୨ଟି ସରକାରୀ ଚାକିରି
5/02/2023 at 3:46 PM

ନୂଆଜିଲ୍ଲୀ ୦୫/୦୨; ବିଧବା ମା’ର ସଂଘର୍ଷମୟ କାହାଣୀ। ପର ଘରେ ଏବଂ ବିବାହରେ ବୁଲିବୁଲି ରୁଟି ତିଆରି କାମ କରୁଥିଲେ। ଝିଅ ପାଇଲେ ୨ ଟି ସରକାରୀ ଚାକିରି। ରାଜସ୍ଥାନ ହନୁମାନଗଡ ଜିଲ୍ଲାର ସିଲୱାଲା କଲାନର ଜଣେ ବିଧବା ମା’ଙ୍କ ସଂଘର୍ଷମୟ ଜୀବନକୁ ନେଇ ଏବେ ଚର୍ଚ୍ଚା। ଦୁଇ ଝିଅ ମଧ୍ୟରୁ ଜଣକଙ୍କ ନାଁ ସିମରଜିତ କୌର। ଯିଏ ସିଆଇଡି ଆଇବି ଓ ଜୟପୁର କମିଶନରେଟ ପାଇଁ ଚୟନ ହୋଇଛନ୍ତି। କିନ୍ତୁ ସେ ସିଆଇଡି ଆଇବିରେ ଯୋଗ ଦେବେ ବୋଲି ସ୍ଥିର କରିଛନ୍ତି।
୧୦ ବର୍ଷ ପୂର୍ବେ ମନଜିତ୍ କୌରଙ୍କ ସ୍ବାମୀ ସାର୍ଦୁଲ ସିଂହଙ୍କ ହଠାତ ମୃତ୍ୟୁ ହୋଇଯାଇଥିଲା। ଏହାପରେ ମନଜିତ୍ କୌର ଉପରେ ଯେମିତି ଦୁଃଖର ପାହାଡ଼ ଛିଣ୍ଡି ପଡ଼ିଥିଲା। ଶେଷରେ ସେ ଅନ୍ୟ ଘରେ ବୁଲିବୁଲି ରୁଟି କରିବା କାମ କଲେ। ଏଥିରୁ ଯାହା ରୋଜଗାର ହେଉଥିଲା ସେଥିରେ ୩ ଜଣ ପିଲାଙ୍କୁ ବହୁତ କଷ୍ଟରେ ପାଠ ପଢାଇଲେ।
ଶେଷରେ ସମସ୍ତ ବଳିଦାନର ମିଳିଛି ସୁଫଳ। ଝିଅ ସିମରଜିତ ଗୋଟିଏ ନୁହେଁ, ଦୁଇଟି ସରକାରୀ ଚାକିରି ପାଇଛନ୍ତି। ସ୍ବାମୀ ଚାଲିଗଲା ପରେ ମନରେ ଯେତେ କଷ୍ଟ ଥିଲା ଝିଅର ଏଭଳି ସଫଳତା ଖବର ପାଇବା ପରେ ସିମରଜିତ ଆସ୍ବସ୍ଥ ଅନୁଭବ କରୁଥିବା କହିଛନ୍ତି।