scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅବସର ବୟସରେ ଆରମ୍ଭ କଲେ ବିଜନେସ୍‌, ୯୦ ବର୍ଷରେ ବି ବ୍ୟବସାୟର ଶୀର୍ଷରେ

22/08/2023 at 1:33 PM

ନୂଆଦିଲ୍ଲୀ ୨୨।୦୮: ଦେଶରେ ରହିଛନ୍ତି ଅନେକ ବ୍ୟବସାୟୀ । ଯେତେବେଳେ ଲୋକମାନେ ଅବସର ନେଇ ଘରେ ରେଷ୍ଟ ନେବା କଥା ସେତେବେଳେ ସେ ଆରମ୍ଭ କରିଥିଲେ ନିଜର ବିଜନେସ୍ । ନିଜ ସ୍ବପ୍ନ ପୂରଣ କରିବାକୁ ୫୦ ବର୍ଷରେ ଅଣ୍ଟା ଭିଡିଥିଲେ । ଆଉ ସକ୍ସେସ୍‌ ବି ହୋଇଛନ୍ତି । ଏବେ ବି ୯୦ ବର୍ଷ ବୟସରେ ସେ ଅଫିସ୍ ଯାଆନ୍ତି । ଅନ୍ୟମାନଙ୍କ ପରି ସପ୍ତାହକୁ ୬ ଦିନ ଅଫିସ୍‌ ଯାଆନ୍ତି । ୧୦ଟାରୁ ୫ଟା ଯାଏଁ ଅଫିସ୍‌ରେ ରୁହନ୍ତି ।  ଚ୍ୟାଲେଞ୍ଜକୁ ପାର୍‌ କରି ଛିଡା କରିଛନ୍ତି ଏତେ ବଡ ବ୍ୟବସାୟ ସାମ୍ରାଜ୍ୟ ।  ଏବେ ସେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।

ଆମେ କହୁଛୁ ଡକ୍ଟର ପ୍ରତାପ ସି ରେଡ୍ଡୀଙ୍କ ବିଷୟରେ ।  ଆପୋଲୋ ହସ୍ପିଟାଲ ଏଣ୍ଟରପ୍ରାଇଜେସର ଏମ୍‌ଡି । ଦେଶର ସବୁଠାରୁ ପ୍ରେରଣାଦାୟକ ବ୍ୟବସାୟୀ । ଏ ନାଁକୁ ସାରା ବିଶ୍ବରେ କିଏ ବା ନଜାଣେ । ପ୍ରତାପ ରେଡ୍ଡୀ ଯେତିକି ପରିଶ୍ରମ କରିଛନ୍ତି କି ଦେଶରେ ତାଙ୍କ ହସ୍ପିଟାଲ୍‌ର ନାଁ ବିଶ୍ବରେ ପରିଚିତ ।  ସେ ବ୍ୟବସାୟ ସେତେବେଳେ ଆରମ୍ଭ କରିଥିଲେ ଯେତେବେଳେ ଅଧିକାଂଶ ଲୋକ ଅବସର ଖୋଜିବା ଆରମ୍ଭ କରନ୍ତି ।

ବ୍ୟବସାୟ ଆରମ୍ଭ କରିବାର ୪୦ ବର୍ଷ ପରେ ବି ଆଜି ବି ସେ ସପ୍ତାହକୁ ୬ ଦିନ ଅଫିସ୍ ଯାଆନ୍ତି । ଆଉ ୯୦ ବର୍ଷ ବୟସରେ ୮ଘଣ୍ଟାରୁ ଅଧିକ ସମୟ ଅଫିସ୍‌ରେ କାମ କରନ୍ତି ।ହୃଦରୋଗ ବିଶେଷଜ୍ଞ ପ୍ରତାପ ସି ରେଡ୍ଡୀ ୧୯୭୦ରେ ଆମେରିକାରୁ ଫେରି ୧୯୮୩ରେ ଆପୋଲୋ ହସ୍ପିଟାଲ ଏଣ୍ଟରପ୍ରାଇଜେସ୍ ପ୍ରତିଷ୍ଠା କରିଥିଲେ ।

 ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ଆପୋଲୋ ହସ୍ପିଟାଲରେ ତାଙ୍କ ପରିବାରର ପ୍ରାୟ ୨୮ ପ୍ରତିଶତ ଅଂଶଧନ ଅଛି । ତାଙ୍କର ନିଟ୍ ମୂଲ୍ୟ ୧୮ହଜାର କୋଟିରୁ ଅଧିକ । ପ୍ରତାପ ସି ରେଡ୍ଡୀଙ୍କ ଏହି ସ୍ୱାସ୍ଥ୍ୟ ସେବା ବ୍ୟବସାୟ ଉଦ୍ୟୋଗକୁ ତାଙ୍କର ୪ ଝିଅ- ପ୍ରୀତା ରେଡ୍ଡୀ, ସୁନୀତା ରେଡ୍ଡୀ, ଶୋଭାନା କାମିନେନି ଏବଂ ସଙ୍ଗିତା ରେଡ୍ଡୀ ପରିଚାଳନା କରୁଛନ୍ତି ।

ବର୍ତ୍ତମାନ ସମୟରେ ଆପୋଲୋ ଗ୍ରୁପ୍ ସାରା ଦେଶରେ ୭୨ ଡାକ୍ତରଖାନା, ୫୦୦୦ ଫାର୍ମାସି, ୨୯୧ ପ୍ରାଥମିକ ଚିକିତ୍ସା କ୍ଲିନିକ୍, ଡାଇଗ୍ନୋଷ୍ଟିକ୍ ଚେନ୍ ମାଧ୍ୟମରେ ସେବା ଯୋଗାଉଛି ।

   Related Posts