ସୁବ୍ରତ ବାଗ୍ଚୀଙ୍କୁ ନୂଆ ଦାୟିତ୍ୱ, ସରକାରୀ ଅନୁଷ୍ଠାନ ଦକ୍ଷତା ବିକାଶର ମୁଖ୍ୟ ଉପଦେଷ୍ଟା ଭାବେ ମିଳିଲା ନିଯୁକ୍ତି
5/08/2023 at 12:40 PM

ଭୁବନେଶ୍ୱର ୫।୮: ସୁବ୍ରତ ବାଗ୍ଚୀଙ୍କୁ ମିଳିଲା ନୂଆ ଦାୟିତ୍ୱ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସୁବ୍ରତ ବାଗ୍ଚୀଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି । ସୁବ୍ରତ ବାଗ୍ଚୀଙ୍କୁ ସରକାରୀ ଅନୁଷ୍ଠାନ ଦକ୍ଷତା ବିକାଶର ମୁଖ୍ୟ ଉପଦେଷ୍ଟା ଭାବେ ନୂତନ ନିଯୁକ୍ତି ମିଳିଛି । ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସମସ୍ତ ସୁବିଧା ସୁଯୋଗ ମିଳିବ । ସେ ରାଜ୍ୟର ସମସ୍ତ ସିଭିଲ୍ ସର୍ଭିସ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ର ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟ କରିବେ । ଏହି ପ୍ରତିଷ୍ଠାନଗୁଡ଼ିକ କିପରି ବିଶ୍ୱସ୍ତରୀୟ ହୋଇପାରିବ ସେ ଦିଗରେ ମାର୍ଗଦର୍ଶନ କରିବେ ।
ଉଲ୍ଲେଖଯୋଗ୍ୟ ଯେ, ସୁବ୍ରତ ବାଗ୍ଚୀ ୨୦୧୬ରୁ ଓଡ଼ିଶା ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ନେତୃତ୍ୱରେ ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଥିଲା । ଗତ ଜୁନ୍ ୨୯ ତାରିଖରେ ସେ ଇସ୍ତଫା ଦେଇଥିଲେ ।
You Can Read :