ପେଟ୍ରୋଲ ଲିଟର ୯୦ ଟଙ୍କା କାହିଁକି ? ନିଜ ସରକାରକୁ ପ୍ରଶ୍ନ କଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ, ୪୦ ଟଙ୍କାରେ ବିକିବାକୁ ବତାଇଲେ ସୂତ୍ର

Published By : Prameya-News7 Bureau | December 08, 2020 IST

ନୂଆଦିଲ୍ଲୀ ୦୮/୧୨:   ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହୁହୁ ହୋଇ ବଡିଚାଲିଛି । ଦର ବୃଦ୍ଧି ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଖୁବ୍ ବାଧୁଛି । ଅନେକ ସହରରେ ପେଟ୍ରୋଲ ଦର ଲିଟର ପିଛା ୯୦ ଟଙ୍କାରେ ପହଁଚିଛି । ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦରବୃଦ୍ଧିକୁ ନେଇ ବିଜେପିର ଅନେକ ନେତା ଏବେ ବିରୋଧ କରିବା ଆରମ୍ଭ କଲେଣି । ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀ ତୈଳଦର ବୃଦ୍ଧିକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।

ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ୍ କରି ସରକାରଙ୍କ ଉପରେ ବର୍ଷିଛନ୍ତି । ସେ ଲେଖିଛନ୍ତି ଯେ, ପେଟ୍ରୋଲ ଦର ୯୦ ଟଙ୍କାରେ ପହଁଚିଛି । ଯାହା ସରକାରଙ୍କ ତରଫରୁ ଦେଶବାସୀଙ୍କୁ ଆଶ୍ଚର୍ଯ୍ୟଜନକ ଶୋଷଣ ଅଟେ । ରିଫାଇନାରୀରେ ପେଟ୍ରୋଲ ଦାମ୍ ଲିଟର ପିଛା ୩୦ ଟଙ୍କା । ବିଭିନ୍ନ ଟ୍ୟାକ୍ସ ପରେ ଦାମ ୬୦ ଟଙ୍କା ହୋଇଥାଏ । ଏହାକୁ ଲିଟର ପିଛା ୪୦ ଟଙ୍କାରେ ବିକ୍ରି କରାଯିବା ଉଚିତ ।

wp:html /wp:html

ସୂଚନାଯୋଗ୍ୟ, ମଙ୍ଗଳବାର ପେଟ୍ରୋଲ ଦର ଲିଟର ପିଛା ୮୩.୭୧ ଟଙ୍କା ଓ ଡିଜେଲ ୭୩.୮୭ ଟଙ୍କାରେ ପହଁଚିଛି । ମୁମ୍ବାଇରେ ପେଟ୍ରୋଲ ୯୦.୩୪ ଟଙ୍କା ଥିବା ବେଳେ ଡିଜେଲର ଦାମ୍ ଲିଟର ପିଛା ରହିଛି ୮୦.୫୧ ଟଙ୍କା । କୋଲକାତାରେ ପେଟ୍ରୋଲ ୮୫.୧୯ ଟଙ୍କା, ଚେନ୍ନାଇରେ ୮୬.୫୧ ଟଙ୍କା ରହିଛି ।

ରବିବାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ,  ଓପେକରେ ଅଶୋଦ୍ଧିତ ତୈଳର ଉତ୍ପାଦନ ବୃଦ୍ଧି ନେଇ ନିଷ୍ପତ୍ତି ପରେ ଦାମରେ ସ୍ଥିରତା ଆସିବ । ଦୈନିକ ଅଶୋଦ୍ଧିତ ତୈଳର ୫ ଲକ୍ଷ ବାରେଲ୍ ଉତ୍ପାଦନ ବୃଦ୍ଧି ପାଇବ ।ଏବେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଦ୍ଧିତ ତୈଳର ଦାମ୍ ବୃଦ୍ଧି ଯୋଗୁଁ ଭାରତରେ ତୈଳର ଦର ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.