Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଅକ୍ଷୟ କୁମାରଙ୍କୁ ଆଇନଗତ ନୋଟିସ ପଠାଇଲେ ସୁବ୍ରମଣ୍ୟମ ସ୍ୱାମୀ, କହିଲେ- ବଲିଉଡ ଲୋକଙ୍କ ମିଛ କହିବାର ଖରାପ ଅଭ୍ୟାସ ଅଛି

28/08/2022 at 7:54 PM

ନୂଆଦିଲ୍ଲୀ: ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଅଭିନେତା ଅକ୍ଷୟ କୁମାରଙ୍କୁ ଫିଲ୍ମ ରାମ ସେତୁ ପାଇଁ ଆଇନଗତ ନୋଟିସ ପଠାଇଛନ୍ତି । ଅଭିନେତା ଅକ୍ଷୟ କୁମାରଙ୍କ ସହ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିସ ଏବଂ ଫିଲ୍ମର ନିର୍ମାତାଙ୍କୁ ଏହି ନୋଟିସ ପଠାଇଛନ୍ତି । ଅକ୍ଷୟ କୁମାରଙ୍କ ଏହି ଫିଲ୍ମ ରାମ ସେତୁ ଉପରେ ନିର୍ମିତ । ସୁବ୍ରମଣ୍ୟମ ସ୍ୱାମୀଙ୍କ ଅଭିଯୋଗ ଫିଲ୍ମରେ ଭୁଲ ତଥ୍ୟ ଦର୍ଶାଯାଇଛି । ଏଥିପାଇଁ ଅଭିନେତା ଅକ୍ଷୟ କୁମାର ଏବଂ ତାଙ୍କ ଟିମ ଦାୟୀ।

ଏନେଇ ସୁବ୍ରମଣ୍ୟମ ସ୍ୱମୀ ଟ୍ୱିଟ କରିଛନ୍ତି । ଟ୍ୱିଟରେ ସେ କହିଛନ୍ତି, ‘ମୁମ୍ୱାଇ ସିନେମା (ସିଏନ-ଏ-ମା)ର ଲୋକଙ୍କୁ ମିଛ କହିବା ଏବଂ ଭୁଲ ସୂଚନା ଦେବାର ଖରାପ ଅଭ୍ୟାସ ରହିଛି । ଏଥିପାଇଁ ବୌଦ୍ଧିକ ସମ୍ପଦ ଅଧିକାର ଶିକ୍ଷା ଦେବା ପାଇଁ ଆଇନଜୀବୀ ସତ୍ୟ ସଭରୱାଲାଙ୍କ ମାଧ୍ୟମରେ ରାମ ସେତୁ ଗାଥାକୁ ବିକୃତ କରିବା ନେଇ ଅଭିନେତା ଅକ୍ଷୟ କୁମାର ଏବଂ ୮ ଜଣଙ୍କୁ ଲିଗଲ ନୋଟିସ ଜାରି କରିଛି ।

ନୋଟିସରେ କୁହାଯାଇଛି, ‘ରାମ ସେତୁ ନାମକ ଏକ ଫିଲ୍ମ ନିର୍ମାଣ କରାଯାଇଛି ଏବଂ ଏହା ଆସନ୍ତା ଅକ୍ଟୋବର ୨୪ରେ ରିଲିଜ ହେବାକୁ ପ୍ରସ୍ତୁତି କରୁଛି। ଏହି ନୋଟିସ ଫିଲ୍ମରେ ରାମ ସେତୁକୁ ନେଇ କୌଣସି ପ୍ରକାର ମିଛ, ଭୁଲ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ପ୍ରତିନିଧିତ୍ୱକୁ ରୋକିବା ପାଇଁ ପଠାଯାଇଛି ‘। ଏହାସହ ଫିଲ୍ମର ସ୍କ୍ରିଫ୍ଟକୁ ସେୟାର କରିବା ପାଇଁ ଏଥିରେ କୁହାଯାଇଛି । ଯାହା ଦ୍ୱାରା କୌଣସି ପ୍ରକାର ମିଛ ଏବଂ ପରିସ୍ଥିତିର ଭୁଲ ଚିତ୍ରଣକୁ ରୋକାଯାଇ ପାରିବ। ଏହାସହ ଏହି ମାମଲାକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ସମାଧାନ କରାଯିବା ଦରକାର ବୋଲି ଉଲ୍ଲେଖ କରାଯାଇଛି।

   Related Posts