“ଅର୍ଥଶାସ୍ତ୍ର ଜାଣିନାହାନ୍ତି ମୋଦି ଏବଂ ଜେଟଲୀ” : ସୁବ୍ରମଣ୍ୟମ ସ୍ୱାମୀ
24/03/2019 at 1:41 PM

ଦିଲ୍ଲୀ ୨୪/୩ : ଶନିବାର ଦିନ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ନିଜ ଦଳର ଶୀର୍ଷ ନେତାଙ୍କୁ ଟାର୍ଗେଟ କରିଥିଲେ | ସୁବ୍ରମଣ୍ୟମ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଉଭୟଙ୍କ ମଧ୍ୟରୁ କେହି ମଧ୍ୟ ଅର୍ଥଶାସ୍ତ୍ର ବିଷୟରେ ଜାଣିନାହାନ୍ତି | କାରଣ ଭାରତ ତୃତୀୟ ସବୁଠାରୁ ବଡ ଅର୍ଥ ବ୍ୟବସ୍ଥା ହୋଇଥିଲେ ମଧ୍ୟ ତାକୁ ସେ ଦୁନିଆର ପଞ୍ଚମ ସ୍ଥାନର ଅର୍ଥ ବ୍ୟବସ୍ଥା ଦର୍ଶାଉଛନ୍ତି |
ସୁବ୍ରମଣ୍ୟମ ସ୍ୱାମୀ ସର୍ବଦା ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥାନ୍ତି | ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଭାରତକୁ ବିଶ୍ୱର ପଞ୍ଚମ ସର୍ବ ବୃହତ ଅର୍ଥବ୍ୟବସ୍ଥା କାହିଁକି ଦର୍ଶାଉଛନ୍ତି | କାରଣ ଜିଡିପି ଗଣନା ପାଇଁ ବୈଜ୍ଞାନିକ ହିସାବରେ ସ୍ୱୀକୃତ ପ୍ରକ୍ରିୟା ହିସାବରେ ଆମେରିକା ଏବଂ ଚୀନ ପରେ ତୃତୀୟ ସ୍ଥାନରେ ଭାରତ ଅଛି |

ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ସୁବ୍ରମଣ୍ୟମ କହିଥିଲେ ଯେ, ମୋଦି ଏମିତି କାହିଁକି କୁହନ୍ତି ସେ ଜାଣିନାହାନ୍ତି | ବୋଧହୁଏ ସେ ଏବଂ ଅର୍ଥମନ୍ତ୍ରୀ ଅର୍ଥଶାସ୍ତ୍ର ଜାଣିନାହାନ୍ତି ବୋଲି କହିଥିଲେ ସ୍ୱାମୀ | ବ୍ରିଟେନର ହାବାର୍ଡ ବିଶ୍ୱ ବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ପିଏଚଡି କରିଛନ୍ତି ସୁବ୍ରମଣ୍ୟମ | ପିଏଚଡି କରି ସରିବାପରେ ସେହି ବିଶ୍ୱବିଦ୍ୟାଳୟରେ ସୁବ୍ରମଣ୍ୟମ ଶିକ୍ଷକତା ମଧ୍ୟ କରିଥିଲେ | ସେଥିପାଇଁ ସେ ଅଧିକାଂଶ ସମୟରେ ଅରୁଣ ଜେଟଲୀଙ୍କୁ କଟାକ୍ଷ କରିଥାନ୍ତି |
ଏକ୍ସଚେଂଜ ରେଟ ହିସାବରେ ସପ୍ତମ ସ୍ଥାନରେ ଅଛି ଭାରତୀୟ ଅର୍ଥ ବ୍ୟବସ୍ଥା :
ସୁବ୍ରମଣ୍ୟମ କହିଛନ୍ତି ଯେ, ଏକ୍ସଚେଂଜ ରେଟ ଆଧାରରେ ଭାରତୀୟ ଅର୍ଥ ବ୍ୟବସ୍ଥା ବିଶ୍ୱରେ ପଞ୍ଚମ ସ୍ଥାନରେ ଅଙ୍କା ଯାଇଥାଏ | ଏକ୍ସଚେଂଜ ରେଟ ଏବଂ ଟଙ୍କାର ମୂଲ୍ୟାୟନ ବଦଳିଥାଏ | ଏହିଭଳି ଗଣନା ଆଧାରରେ ଭାରତ ଏବେ ଅର୍ଥ ବ୍ୟବସ୍ଥା କ୍ଷେତ୍ରରେ ୭ମ ସ୍ଥାନରେ ରହିଛି | ସେ ଆହୁରି କହିଛନ୍ତି ଯେ, ଅର୍ଥ ବ୍ୟବସ୍ଥା ଗଣନା କରିବାର ସଠିକ ଉପାୟ ହେଲା କ୍ରୟ କ୍ଷମତା | ଏହି ଆଧାରରେ ଭାରତ ଏବେ ବିଶ୍ୱର ତୃତୀୟ ସର୍ବ ବୃହତ ଅର୍ଥ ବ୍ୟବସ୍ଥା ସ୍ଥାନରେ ରହିଛି |