ଧିମା ରନ୍ ନେଇ ଆଉଟ୍ ହେଲେ ଶୁଭମନ : ସୋସିଆଲ ମିଡିଆରେ ସମାଲୋଚନା କଲେ ନେଟିଜେନ୍ସ

Published By : Prameya-News7 Bureau | July 23, 2022 IST

ନୂଆଦିଲ୍ଲୀ ୨୩/୦୭:  ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆରେ ଭାରତ ବିଜୟୀ ହୋଇଛି । ମ୍ୟାଚ୍ ଶେଷ ଓଭର ଯାଏଁ ଯାଇଥିଲା । ପ୍ରଶଂସକଙ୍କ ଭରପୁର ମନୋରଞ୍ଜନ ହୋଇଥିଲା । ଭାରତ ପକ୍ଷରୁ ଅଧିନାୟକ ଶିଖର ଧାଓ୍ୱନ ଦମଦାର ୯୭ ରନ୍ କରିଥିଲେ । ସେହିପରି ଶୁଭମନ ଗିଲ୍ ୬୪ ରନ୍ କରିଥିଲେ । ତେବେ ମ୍ୟାଚରେ ଶୁଭମନ ଯେପରି ଆଉଟ ହେଲେ ତାକୁ ନେଇ ଫ୍ୟାନ୍ସ ଓ ବିଶେଷଜ୍ଞ ଅସନ୍ତୋଷ ପ୍ରକାଶ କରିଛନ୍ତି ।  

wp:html /wp:html

ସୂଚନାନୁସାରେ, ଶୁଭମନଙ୍କ କାଜୁଆଲ ଆପ୍ରୋଚ ପାଇଁ ବିଶେଷଜ୍ଞ ଅସନ୍ତୋଷ ପ୍ରକାଶ କରିଛନ୍ତି । କାରଣ ରନ୍ ନେବା ବେଳେ ସେ ଆଉଟ୍ ହୋଇଥିଲେ । ଭାରତୀୟ ଦଳର ୧୮ ତମ ଓଭରରେ ଶୁଭମନ ମିଡ୍ ଓ୍ୱିକେଟରେ ଏକ ସଟ୍ ଖେଳି ରନ୍ ନେଇଥିଲେ ।

ତେବେ ଶିଖର ଧାଓ୍ୱନ ରନ୍ ପୂରଣ କରିନେଇଥିଲେ । କିନ୍ତୁ ଶୁଭମନ ଓ୍ୱିକେଟରେ ପହଁଚିବାକୁ ବିଳମ୍ବ କରିଥିଲେ । କାରଣ ସେ ସେତେ ଜୋରରେ ଦୌଡି ନଥିଲେ । ଫଳରେ ଫିଲ୍ଡିଂ କରୁଥିବା ନିକୋଲସ ପୁରନ ସିଧା ଷ୍ଟମ୍ପକୁ ବଲ୍ ହିଟ୍ କରିଥିଲେ ଏବଂ ଶୁଭମନ ଆଉଟ୍ ହୋଇଥିଲେ ।

wp:html /wp:html

ଶୁଭମନଙ୍କ ଏହି ଧିମା ରନିଂ ପାଇଁ ପ୍ରଶଂସକ ସୋସିଆଲ ମିଡିଆରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କେହି କେହି ୟୁଜର ଶୁଭମନଙ୍କୁ ସ୍କୁଲ ଛାତ୍ର କହିଛନ୍ତି । ଆଉ କେହି ଭାରତ ପାଇଁ ଖେଳିଲେ ଅଧିକ ଫୋକସ ଦେବାକୁ ପଡିବ ବୋଲି ଲେଖିଛନ୍ତି । ଏପରି ଭାବେ ନେଟିଜେନ୍ସ ଶୁଭମନଙ୍କ ଦାୟିତ୍ୱହିନତାକୁ ସମାଲୋଚନା କରିଛନ୍ତି ।

wp:html /wp:html

ଭାରତର ରୋମାଞ୍ଚକର ବିଜୟ

ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୩୦୮ ରନ୍ ସ୍କୋର କରିଥିଲା ଭାରତ । ଓପନର ଶିଖର ଧାଓ୍ୱନ ୯୭ ରନର ଇନିଂସ ଖେଳିଥିଲେ । ଜବାବରେ ଓ୍ୱେଷ୍ଟଇଣ୍ଡିଜ ୩୦୫ ରନ୍ କରିଥିଲା । ଶେଷ ଓଭରରେ ହିଁ ମ୍ୟାଚର ଫଇସଲା ହୋଇଥିଲା ।

ଇଣ୍ଡିଜକୁ ଶେଷ ଓଭରରେ ବିଜୟ ପାଇଁ ୧୫ ରନ୍ ଦରକାର ଥିଲା । ଭାରତ ପକ୍ଷରୁ ମହମ୍ମଦ ସିରାଜ ବୋଲିଂ କରିଥିଲେ । ଶେଷରେ ଟିମ୍ ଇଣ୍ଡିଆ ୩ ରନରେ ମ୍ୟାଚ୍ ଜିତିନେଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.