ଶୁଭଶ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ! ପରିବାର ଆଣିଲେ ହତ୍ୟା ଅଭିଯୋଗ
21/12/2022 at 10:14 AM

ଚଣ୍ଡିଖୋଲ ୨୧।୧୨ : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପଲେଇ ଗାଁରେ ଅଭାବନୀୟ ଘଟଣା । ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ପୋଲିସର ତଦନ୍ତ ଆରମ୍ଭ ।

ଖବର ଅନୁଯାୟୀ, ପଲେଇ ଗାଁର ଚୈତନ୍ୟ ନାୟକଙ୍କ ଝିଅ ଶୁଭଶ୍ରୀ ନାୟକଙ୍କୁ ଘରୁ ଦୁଇ ଜଣ ଯୁବକ ଆସି କେଉଁଆଡେ ନେଇଯାଇଥିଲେ । ପରିବାର ଲୋକେ ଝିଅକୁ ଖୋଜାଖୋଜି ପରେ ବି କୌଣସି ପତ୍ତା ମିଳିନଥିଲା । ଶେଷରେ ଏକ ଫୋନ୍ ଆସିଥିଲା ଯେ ଝିଅ ବିଷ ପିଇ ଦେଇଛି । ସ୍ଥାନୀୟ ଏକ ମେଡିକାଲରେ ଝିଅ ଥିବା କଥା ଶୁଣି ପରିବାର ଲୋକେ ପହଞ୍ଚିଥିଲେ । ଦୁଇ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସ୍ଥାନୀୟ ମେଡିକାଲ ପରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଶୁଭଶ୍ରୀଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ତେବେ ଶୁଭଶ୍ରୀ କଲେଜରେ ପାଠ ପଢୁଥିଲେ । ଘରୁ ୧ ଲକ୍ଷ ୭୦ ହଜାର ଟଙ୍କା ନେଇ ଆସିଥିବା ବେଳେ ଝିଅକୁ ମାରିଥିବା ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଘଟଣାସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି ।