ହାପି ବାର୍ଥ ଡେ' ସୁବାଷ ଘାଇ, ପାର୍ଟିରେ ନଜର ଆସିଲେ ସଲ୍‌ମାନ-ଐଶ୍ୱର୍ଯ୍ୟା

Published By : Prameya-News7 Bureau | January 24, 2023 IST

ମୁମ୍ବାଇ ୨୪।୦୧ : ଗୋଟିଏ ପାର୍ଟିରେ ନଜର ଆସିଲେ ସଲ୍‌ମାନ- ଐଶ୍ବର୍ଯ୍ୟା । ଦୀର୍ଘ ଦିନ ପରେ ଉଭୟଙ୍କୁ କୌଣସି ଏକ ପାର୍ଟିରେ ଦେଖିବାକୁ ମିଳିଛି । ଯାହାର ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାର ଲାଗିଛି ।

{"id":737001,"sizeSlug":"large","linkDestination":"none"}
News18

ସୋମବାର ବଲିଉଡ୍‌ର ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ତଥା ପ୍ରଯୋଜକ ସୁବାଷ ଘାଇଙ୍କ ଜନ୍ମଦିନ ଥିଲା । ୭୮ ବର୍ଷରେ ପାଦ ଥାପିଥିବା ସୁବାଷ ଘାଇ ଜନ୍ମଦିନ ଉପଲକ୍ଷେ ଏକ ପାର୍ଟିର ଆୟୋଜନ କରାଯାଇଥିଲା । ଆଉ ଏହି ପାର୍ଟିକୁ ନିମନ୍ତ୍ରଣ ହୋଇଥିଲେ ବଲିଉଡ୍‌ର ବଡ଼ ବଡ଼ ଷ୍ଟାର । କିନ୍ତୁ ଏହି ପାର୍ଟିରେ ସମସ୍ତଙ୍କ  ମଧ୍ୟରେ ବାରି ହୋଇପଡୁଥିଲେ ବଲିଉଡର ଭାଇଜାନ୍ । ଆଟିଟ୍ୟୁଡ୍ ଲୁକରେ ସମସ୍ତଙ୍କ ନଜର ନିଜ ଆଡକୁ ଟାଣି ଆଣିଥିଲେ ଦବଙ୍ଗ ଖାନ୍ ।

{"id":737002,"sizeSlug":"large","linkDestination":"none"}
News18

ତେବେ ଏହି ପାର୍ଟିରେ ନଜର ଆସିଥିଲେ ଭାଇଜାନଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଐଶ୍ବର୍ଯ୍ୟା ରାୟ । ସେ ତାଙ୍କ ସ୍ବାମୀ ତଥା ଅଭିନେତା ଅଭିଷେକ ବଚ୍ଚନଙ୍କ ସହ ପାର୍ଟିରେ ଆସିଥିଲେ ନଜର ।  ଐଶ୍ବର୍ଯ୍ୟା ଏବଂ ସଲମାନ ଦୀର୍ଘ ଦିନ ପରେ ପାର୍ଟିରେ ଏକାଠି ଆସିଛନ୍ତି ନଜର । ଉଭୟ ନିଜ ନିଜର ସିଗନେଚର ଷ୍ଟାଇଲରେ ଜଲଓ୍ବା ଦେଖାଇଥିଲେ । ଐଶ୍ବର୍ଯ୍ୟା ନୀଳ ଓ ଧଳା ରଙ୍ଗର ଭାରୀ ସୁଟରେ ନଜର ଆସିଥିବା ବେଳେ ଅଭିଷେକ ବଚ୍ଚନ ସିମ୍ପଲ ଲୁକରେ ଆସିଥିଲେ ନଜର ।  ପାର୍ଟିରେ ପୂରା ଛାଇ ଯାଇଥିଲେ ଐଶ୍ୱର୍ଯ୍ୟା । ବିଶ୍ବ ସୁନ୍ଦରୀଙ୍କ ସୌନ୍ଦର୍ଯ୍ୟକୁ ନେଇ ଚାରିଆଡୁ ଛୁଟୁଥିଲା ପ୍ରଶଂସାର ସୁଅ ।

{"id":737003,"sizeSlug":"large","linkDestination":"none"}
News18

ସେହିପରି ଏହି ପାର୍ଟିରେ କାର୍ତ୍ତିକ ଆର୍ଯ୍ୟନ ବି ନଜର ଆସିଥିଲେ । ସେ ବ୍ଲୁ ଡେନିମ୍ ଏବଂ କଳା ରଙ୍ଗର ସ୍ବେଟସାର୍ଟରେ ନଜର ଆସିଥିଲେ । ବରିଷ୍ଠ କଳାକାର ଅନୁପମ ଖେର, ଅନିଲ କପୁର ଏବଂ ଶତୃଘ୍ନ ସିନ୍ହା ସୁଭାଷଙ୍କୁ ମଧ୍ୟ ଘାଇଙ୍କ ପାର୍ଟିରେ ପହଞ୍ଚି ଜନ୍ମଦିନରେ ଅଭିନନ୍ଦନ ଜଣାଇଥିଲେ ।

{"id":737004,"sizeSlug":"large","linkDestination":"none"}
News18

ଏହାବ୍ୟତୀତ  ଅଲକା ୟାଗନିଙ୍କୁ ମଧ୍ୟ ସୁଭାଷ ଘାଇଙ୍କ ପାର୍ଟିରେ ନଜର ଆସିଥିଲେ । ତେବେ ସବୁଠାରୁ ମଜା କଥା ହେଉଛି ଯେ ସୁଭାଷ ଘାଇ ଯେତେବେଳେ କେକ୍ କାଟୁଥିଲେ, ସେତେବେଳେ ସଲମାନ ଖାନ ତାଙ୍କର ମଜାଦାର ଶୈଳୀରେ ନଜର ଆସିଥିଲା । କେକ୍ କାଟିବା ପରେ ସଲମାନ ନିଜେ ଥାଳିଟିକୁ ପାପାରାଜିଙ୍କ ମଧ୍ୟରେ ବାଣ୍ଟିଥିଲେ।

{"id":737005,"sizeSlug":"full","linkDestination":"none"}
News18

ସୁଭାଷ ଘାଇ ବଲିଉଡର ଶୋମ୍ୟାନ୍ ଭାବେ ପରିଚିତ । ସେ ମାଧୁରୀ ଦୀକ୍ଷିତ, ମହିମା ଚୌଧୁରୀଙ୍କ ସମେତ ବଲିଉଡରେ ଅନେକ ଅଭିନେତାଙ୍କୁ ଡେବ୍ୟୁ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.