ଆଜି ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ, ଚଳଚଞ୍ଚଳ ଜାନକୀନାଥ ଭବନ
23/01/2023 at 8:06 AM

କଟକ ୨୩।୦୧ : ଆଜି ନେତାଜୀ ଜୟନ୍ତୀ। ଭାରତୀୟ ସ୍ବାଧୀନତା ସଂଗ୍ରାମର ଅନ୍ୟତମ କର୍ଣ୍ଣଧାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଆଜି ସାରା ଦେଶ ତାଙ୍କୁ ଜଣାଇବ ଶ୍ରଦ୍ଧାଞ୍ଜଳି।
ତେବେ ନେତାଜୀଙ୍କ ୧୨୬ ତମ ଜୟନ୍ତୀ ପାଳନ ନେଇ କଟକ ଓଡିଆ ବଜାର ଜାନକୀନାଥ ଭବନ ଚଳଚଞ୍ଚଳ ହୋଇ ପଡିଛି। ମୁଖ୍ୟ ଫାଠକ, ଘୋଡାଶାଳ,ସଂଗ୍ରହାଳୟର ୧୨ଟି ଗ୍ୟାଲେରୀ ସାଙ୍ଗକୁ ପୁରା ଗାର୍ଡେନ ସଜେଇ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସଂଗ୍ରହାଳୟ ବୁଲି ଦେଖିବେ।
ସେହିପରି ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ନେତାଜୀଙ୍କ ଜନ୍ମସ୍ଥାନକୁ ଆସିବାର କାର୍ଯ୍ୟକ୍ରମ ରହିଛି। ଜୟନ୍ତୀ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସର୍ବ ସାଧାରଣଙ୍କ ପାଇଁ ମାଗଣା ନେତାଜୀ ଜନ୍ମସ୍ଥାନ ଓ ସଂଗ୍ରାହଳୟ ବୁଲିବାର ବ୍ୟବସ୍ଥା କରାଯାଇଛି ।