ଭୁବନେଶ୍ବର ୮|୧୧: ରାଜ୍ୟର ଅଗ୍ରଣୀ କ୍ରିକେଟ୍ କ୍ଲବ୍ ଭୁବନେଶ୍ବର ଶହୀଦ ସ୍ପୋର୍ଟିଂର ଶତ୍ରୁଜିତ୍ ୧୯ ବର୍ଷରୁ କମ୍ ଚ୍ୟାଲେଞ୍ଜର ଟ୍ରଫି ଇଣ୍ଡିଆ ୟେଲୋ ଦଳରେ ସ୍ଥାନ ପାଇଛନ୍ତି। କ୍ଲବ୍ ପକ୍ଷରୁ ଅନେକ ଖେଳାଳୀ ଜାତୀୟ ସ୍ତରରେ ସଫଳତା ପାଇଥିବା ବଳେ ୭ ରୁ ଏକାଧିକ ଖେଳାଳୀ ରାଜ୍ୟ ରଣଜୀ ଟ୍ରଫି, ୧୯ ବର୍ଷରୁ କମ୍, ୧୬ ବର୍ଷରୁ କମ୍ ଦଳରେ ସାମିଲ ହୋଇସାରିଛନ୍ତି। ଶତ୍ରୁଜିତ୍ ଭୁବନେଶ୍ବରର ଶହୀଦ ସ୍ପୋର୍ଟିଂରେ ନିୟମିତ ଅଭ୍ୟାସ କରନ୍ତି। ଯଦି ଏହି ଟ୍ରଫିରେ ସେ ଭଲ ପ୍ରଦର୍ଶନ କରନ୍ତି ତବେ ୧୯ ବର୍ଷରୁ କମ୍ ଜାତୀୟ ଦଳରେ ସାମିଲ ହେବାର ସୁଯୋଗ ରହିଛି ।
ବହୁବର୍ଷ ପରେ ପୁଣିଥରେ ୧୯ ବର୍ଷ କମ୍ ଜାତୀୟ ଚ୍ୟାଲେଞ୍ଜର ଟ୍ରଫିର ଇଣ୍ଡିଆ ୟଲୋ ଦଳରେ ସ୍ଥାନ ପକ୍କା କରିଛନ୍ତି ଶତ୍ରୁଜିତ୍ । ଭୁବନେଶ୍ବର ଶହୀଦ ସ୍ପୋର୍ଟିଂ କ୍ଲବରେ ଶୁଭମ ଶତ୍ରୁଜିତ୍ ଅଭ୍ୟାସ କରିବା ସହ କୋଚ୍ ଭାରତ କେଶରୀ ଦାଶ ଓ ରାଧାଶ୍ୟାମ୍ ନାୟକଙ୍କ ତତ୍ତ୍ବାବଧାନରେ କୋଚିଂ ନେଉଛନ୍ତି । ତାଙ୍କ ପାଇଁ ଜଣେ ସ୍ବତନ୍ତ୍ର ଟେନର ବି ଅଛନ୍ତି । କଠିନ ପରିଶ୍ରମ, ଧର୍ଯ୍ୟ ଓ ଟେକନିକ୍ ପାଇଁ ଆଜି ସେ ସୁଯୋଗ ସୃଷ୍ଟି କରିପାରିଛନ୍ତି ବୋଲି କୁହନ୍ତି । ଶତ୍ରୁଜିତ୍ ଦଳରେ ଭଲ ପ୍ରଦର୍ଶନ କରି ଓଡ଼ଶାକୁ ସଫଳତା ଦେବା ସହ ଜାତୀୟ ସନିୟର ଦଳରେ ସୁଯୋଗ ପାଇବା ପାଇଁ ଆଶା କରିଛନ୍ତି ।
ଶତ୍ରୁଜିତ ମିଡ଼ଲି ଅଡ଼ର୍ରରେ ବ୍ୟାଟିଂ କରନ୍ତି । ହାଡ଼ର୍ ହିଟ୍ କରିବା ସହ ଲୁଜ୍ ବଲକୁ ଛକାରେ ପରିଣତ ମାହିର ଅଟନ୍ତି । ଚଳିତ ବର୍ଷ ଶତ୍ରୁଜିତ୍ ୧୯ ବର୍ଷରୁ କମ୍ ରାଜ୍ୟ ଦଳରେ ଡ଼େବ୍ୟୁ କରିବା ସହ ପ୍ରଦର୍ଶନରେ ଉନ୍ନତି ଆଣିଥିଲେ । ପ୍ରତ୍ୟେକ ଦିନ ୪ ରୁ ୫ ଘଣ୍ଟା ନେଟ୍ ରେ ଅଭ୍ୟାସ କରନ୍ତି । ସେ ଜଣେ ଭଲ ଫିଲଡ଼ର ହେବା ସହ ନିଷ୍ଠା ଓ ପରିଶ୍ରମୀ ବୋଲି ତାଙ୍କ ଦୁଇ କୋଚ୍ କହିଛନ୍ତି । ତବେ ୧୦ ତାରିଖରୁ ଆରମ୍ଭ ହେଉଥିବା ଏହି ମ୍ୟାଚ୍ ଗୁଡ଼କିର ଲାଇଭ୍ ଟେଲିକାଷ୍ଟ ହେବା ସହ ରାହୁଲ ଦ୍ରାବିଡ଼୍ ମୁଖ୍ୟ ସିଲେକ୍ଟର ଭାବେ ଉପସ୍ଥିତ ରହି ଖେଳାଳୀ ବାଛିବେ ।
ବହୁ ବର୍ଷ ପରେ ଶହୀଦସ୍ପୋଟିଂ କ୍ଲବ୍ ପକ୍ଷରୁ ଚଳିତ ବର୍ଷ ୪ ଜଣ ୧୬ ବର୍ଷରୁ କମ୍ ଏବଂ ୫ ଜଣ ୧୯ବର୍ଷରୁ କମ୍ ରାଜ୍ୟ ଦଳରେ ସାମିଲ ହୋଇଛନ୍ତି। ପ୍ରଥମ ଓଡ଼ିଆ ଭାବେ ଆନ୍ତର୍ଜାତୀୟ କ୍ରିକେଟର ଭାବେ ଦେବାଶିଷ ମହାନ୍ତି ମଧ୍ୟ କ୍ଲବରୁ ଖେଳୁଥିଲେ । ତାଛଡ଼ା ବର୍ତ୍ତମାନ ରଣଜୀ କୋଚ୍ ରଶ୍ମିରଞ୍ଜନ ପରିଡ଼।, ସୌରଭ ସେହଗଲ, ପି. ଜୟଚନ୍ଦ୍ର, ସରୋଜ ବାରିକ୍, ୟଶପାଲ ମହାନ୍ତି, ସୌଗାତ ରଥ ପ୍ରମୁଖ ଖେଳାଳୀ ଏହି କ୍ଲବରୁ ଖେଳି ଓଡ଼ଶା ପାଇଁ ସଫଳତା ଆଣିଦେଇଛନ୍ତି । ତବେ ଦେବାଶିଷ ମହାନ୍ତି ଓ ଶିବସୁନ୍ଦରଙ୍କ ପରେ ରାଜ୍ୟର ଆଉ କୌଣସି ଖେଳାଳୀ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବାର ସୁଯୋଗ ପାଇନାହାଁନ୍ତି । ତେଣୁ ଶତ୍ରୁଜିତ୍ଙ୍କଠାରୁ ବଡ଼ ସଫଳତା ଆଶା କରାଯାଉଛି ।